ସିଡନୀ ୩୦/୧୧ ସେହି ସମାନପଡିଆ ଆଉ ସେହି ସମାନ ଦଳ ଏବଂ ପରିଣାମ ମଧ୍ୟ ସମାନ । “କର ବା ମର’ମୁକାବିଲାରେ ହାରିଲା ଭାରତ । ପୁଣିଥରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଘରୋଇ ଅଷ୍ଟ୍ରେଲିଆ ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ୫୧ରନରେ ପରାସ୍ତ କରିଛି । ଏହି ବିଜୟସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ କବ୍ଚା କରିଛି । ଆଉଗୋଟିଏ ମ୍ୟାଚ୍ ବାକି ଥିବା ବେଳେ ଦଳସିରିଜରେ ୨-୦ରେ ଅଗ୍ରଣୀ ହାସଲକରିଛି । ପ୍ରଥମ ମ୍ୟାଚ୍ ପରି ଦିତୀୟ ମୁକାବିଲାରେ ମଧ୍ୟ ଭାରତୀୟ ଦଳ ସବୁବିଭାଗରେ ନିରାଶଜନକ ପ୍ରଦର୍ଶନ କରି ପରାଜୟ ଭୋଗିଛି । ପ୍ରଥମେ ବ୍ୟାଟିଂ କରିଷ୍ଟିଭ୍ ସ୍ମିଥ୍ଙ୍କ ୧୦୪ ରନ, ଡେଭିଡ୍ୱାର୍ଣ୍ଣରଙ୍କ ୮୩, ମାର୍ନସ ଲାବୁସାନେଙ୍କ୭୦ ରନ ଓ ମାକ୍ସୱେଲଙ୍କ ବିସ୍ଫୋରକ ଅପରାଜିତ ୬୩ ରନ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇବିଶାଳ ୩୮୯ ରନ କରିଥିଲା ।
ଜବାବରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ୮୯ ରନ ଓ କେଏଲରାହୁଲଙ୍କ ୭୬ ରନ ସହାୟତାରେ ୯ୱିକେଟ୍ ହରାଇ ୩୩୮ ରନ କରିବାକୁ ସକ୍ଷମ ହୋଇଛି । ୩୯୦ ରନର ବିଜୟ ଲକ୍ଷ୍ୟକୁ ପିଛାକରିଥିବା ଭାରତର ଦୁଇ ଓପନର ଶିଖରଧାଓ୍ନ ଓ ମୟଙ୍କ ଅଗ୍ରଓ୍ାଲ ଦଳକୁ ଭଲଆରମ୍ଭ ଦେଇଥିଲେ । ୭.୪ ଓଭରରେ୫୮ ରନ ଯୋଡିଥିଲେ । ପରେ ପରେଦଳକୁ ଦୁଇଟି ଝଟକା ଲାଗିଥିଲା । ଶିଖରଧାୱନ ୩୦ ରନ କରି ଆଉଟ୍ହୋଇଥିଲେ । ମୟଙ୍କ ଅଗ୍ରଓ୍ାଲ ମଧ୍ୟ ମିଳିଥିବାସୁଯୋଗ ଫାଇଦା ଉଠାଇ ପାରିନଥିଲେ । ସେ୨୮ ରନ କରି ବିଦାୟ ନେଇଥିଲେ ।ଏହା ପରେ ଅଧିନାୟକ ବିରାଟ କୋହଲିଓ ଶ୍ରେୟସ ଆୟର ଦଳର ଇନିଂ ସସମ୍ଭାଳିଥିଲେ । ଆବଶ୍ୟକ ରନ ହାର ବଜାୟ ରଖିସ୍କୋରକୁ ୧୫୩ ରନରେ ପହଞ୍ଚାଇଥିଲେ ଏବଂଦଳର ବିଜୟ ଆଶା ବଜାୟ ରଖିଥିଲେ । ହେନରିକ୍ସଶ୍ରେୟସଙ୍କୁ ଅ ।ଉଟ୍ କରି ଭାରତକୁ ବଡ ଝଟକାଦେବା ସହ ଭାଗିଦାରୀ ଭାଙ୍ଗିଥିଲେ । ଶ୍ରେୟସ ୩୬ବଲରୁ ୫ ଚୌକା ସହ ୩୮ ରନ କରି ପାଭିଲିୟନ ଫେରିଥିଲେ ।
ଏହା ପୂର୍ବରୁ ଦୁଇ ବ୍ୟାଟସମ୍ୟାନ ତୃତୀୟ ୱିକେଟ୍ ପାଇଁ ୯୩ରନ ଯୋଡିଥିଲେ । ଅନ୍ୟପଟେ ବିରାଟ କୋହଲି ଦିନିକିଆରେ ୫୮ତମ ଅର୍ଦ୍ଧଶତକ ହାସଲ କରିଥିଲେ ।ଏହା ପରେ କୋହଲି ଓ ଲୋକେଶ ରାହୁଲଙ୍କ ମଧ୍ୟରେ ଆଉ ଏକ ସୁନ୍ଦର ଭାଗିଦାରୀ ଦେଖିବାକୁ ମିଳିଥିଲାୟ ଦୁଇ ବ୍ୟାଟମସ୍ୟାନ ଚତୁର୍ଥ ୱିକେଟରେ ୭୨ ରନଯୋଡି ଦଳର ସ୍ଥିତିକୁ ମଜବୁତ କରିଥିଲେୟ ହେଲେ ଶତକ ଅଭିମୁଖେ ଗତି କରୁଥିବାବିରାଟ କୋହଲି ହେଜଲେଉଡଙ୍କ ବୋଲିଂରେ ଆଉଟ୍ ହୋଇଥିଲେୟ କୋହଲି୮୭ ବଲରୁ ୭ ଚୌକା ଓ ୨ ଛକା ସହ୮୯ ରନକରି ପାଭିଲିୟନ ଫେରିଥିଲେ ।ପୁଣି ଲୋକେଶ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ବଢାଇଥିଲେ । ଉଭୟ ପଞ୍ଚମ ୱ୍ିକେଟରେ୬୩ ରନ ଯୋଡିଥିଲେ । ହେଲେ ଏହା ଦଳପାଇଁ ପର୍ଯ୍ୟାପ୍ତ ହୋଇନଥିଲା ।ରାହୁଲ ଦିନିକିଆରେ ସପ୍ତମ ଅର୍ଦ୍ଧଶତକ ହାସଲ କରିବା ସହିତ ୬୬ ବଲରୁ ୪ଚୌକା ଓ ୫ ଛକା ସହ ୭୬ ରନରଉଲ୍ଲେଖନୀ । ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ଏଥିସହ ଭାରତ ବିଜୟଠୁ ବହୁପଛରେ ପଡି ଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା୨୮ ରନ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ୨୪ରନ କରି ୪୭ ତମ ଓଭରରେ ପାଟ୍କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ ।ଶେଷରେ ଭାରତ ୫୦ ଓଭରରେ ୯ଓ୍ିକେଟ୍ ହରାଇ ୩୩୮ ରନ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ସଫଳବୋଲର ଭାବେ ପାଟ୍ କମିନ୍ସ ସର୍ବାଧିକ ୩ଟିୱିକେଟ୍ ନେଇଥିଲେ । ଜୋସ୍ ହେଜେଲଉଡ ଓଆଡମ ଜାମ୍ପା ପ୍ରତ୍ୟେକ ୨ ୱିକେଟ୍ ନେଇଥିଲେ ।