26 C
Bhubaneswar
Thursday, April 15, 2021

ଜିଲ୍ଲା ସ୍ତରୀୟ ଅହମୀୟା ଯୁବ ତାଲିମ ଓ ପ୍ରଶିକ୍ଷଣ ଶିବିର ।

Must read

ଖୋର୍ଦ୍ଧା,ତା ୩୦/୧୧ ଖୋର୍ଦ୍ଧାଶ୍ରୀବିହାର (ଡି.ଆଇ.ଇ.ଟି ସ୍କୁଲନିକଟସ୍ଥ) ଅହମଦୀୟା ମୁସଲିମ ମସଜିଦଠାରେ ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ଼ ଅହମଦୀୟା ମୁସଲିମ ଯୁବ ସଂଗଠନପକ୍ଷରୁ ଏକ ଦିବସୀୟ ଅହମଦୀୟା ଯୁବତାଲିମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତହୋଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଖୋର୍ଦ୍ଧା ଓନୟାଗଡ଼ର ଯୁବ ସଭାପତି ସୋଲେମାନ ଅହମଦ ଖାଁ ଯୋଗ ଦେଇଥିବା ବେଳେଭୁବନେଶ୍ୱରର ମୌଲାନା ଫଜଲ ହକଖାଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଏହି କାର୍ୟ୍ୟକ୍ରମ ପବିତ୍ରକୋରାନ ପାଠ ଆବୃତି ସହ ଆରମ୍ଭହୋଇଥିଲା । ମୁଖ୍ୟ ଅତିଥି ଯୁବସଂଗଠନକୁ ସପଥ ପାଠ କରାଇଥିଲେ । ମୁଖ୍ୟ ବକ୍ତା ମୌଲାନା ଫଜଲ ହକଖାଁ ଭାଷଣରେ କହିଲେ ଯୁବ ସମାଜଦେଶ ଓ ସଂପ୍ରଦାୟର ମେରୁଦଣ୍ଡ ।ସମାଜ ସୁଧାର, ଯୁବ ସୁଧାର ବିନାଅସମ୍ଭବ ।

ତେଣୁ ଯୁବକମାନଙ୍କୁ ସଚ୍ଚୋଟ ଓ ଧର୍ମପରାୟଣ ସହ ଶାନ୍ତସ୍ୱଭାବ, କର୍ମନିଷ୍ଠ ଏବଂ ଦେଶପ୍ରେମୀ ହେବା ଉଚିତ । ଦେଶ ତଥା ସଂପ୍ରଦାୟର ଉନ୍ନତି ଏବେ ଯୁବସମାଜ ଉପରେ ନିର୍ଭର । ଅହିଂସାରମାର୍ଗ ହିଁ ଶାନ୍ତିର ଆଲୋକ । ଯୁବକମାନେ ଅମାନୁସିକ କର୍ମରୁଦୂରେଇବା ସହ ପରସ୍ପର ମଧ୍ୟରେ ସାହାଯ୍ୟ ଓ ସହଯୋଗ କରିବା ତଥାପରଉପକାରୀ ହେବା ଉଚିତ । ନିଜଦେଶର ନିୟମ କାନୁନ ମାନିବା ତଥା ସଂଗଠନର ନୈତିକ ମୂଳକ କର୍ମକରିବା ଉଚିତ । ମୌଲାନା ରହିମଅହମଦ ଖାଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ଇସଲାମର ଅର୍ଥଶାନ୍ତି ଓ ସହିଷ୍ଣୁତା । ଯୁବକମାନଙ୍କୁ ସର୍ବଦା ଅହିଂସା ପଥରେ ଚାଲିବା ତଥାଉତମ ଓ ଉଚ୍ଚ ଶିକ୍ଷା ଗ୍ରହଣ କରିବାଇ ସଲାମ ବତାଇଥାଏ । ପ୍ରତ୍ୟେକ ମାତାପିତା ପିଲାଟି ଦିନରୁ ସନ୍ତାନଙ୍କୁ ଉଚିତ୍ଓ ଗୁଣବତାର ଶିକ୍ଷା ଦେବା ଉଚିତ ।

ସମାଜରେ ଉତମ ଶିକ୍ଷାର ନିହାତିଆବଶ୍ୟକତା ରହିଛି । ମୁଖ୍ୟ ଅତିଥିଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ଼ର ଯୁବସଭାପତି ସୋଲେମାନ ଅହମଦ ଖାଁପୌରୋହିତ ଭାଷଣରେ କହିଲେ,ଈଶ୍ୱର ମଣିଷ ମଧ୍ୟରେ ଯୁବ ଗୋଷ୍ଠିକୁସଶକ୍ତ ରୂପେ ଗଠିଛି । ନୈତିକ ଗୁଣଓ ଚରିତ୍ରବାନ ହୋଇ କାମ କଲେ ଯୁବସମାଜ ଭବିଷ୍ୟତ ସମାଜ ପାଇଁ ଏକଆଦର୍ଶ ହେବ । ତେଣୁ ଯୁବକମାନେସତ୍ୟନିଷ୍ଠ ଓ ଶକ୍ତିବାନ ହେବା ଉଚିତ । କର୍ମ ହିଁ ଜୀବନ । ଉତମ କର୍ମ ହିଁଅମର । ସର୍ବଦା ଭଲ ମଣିଷଟିଏହେବାକୁ ଚେଷ୍ଟା କରିବା ଉଚିତ ।ସୁନ୍ଦର ଯୁବଗୋଷ୍ଠି, ସୁନ୍ଦର ପରିବେଶଏବଂ ସୁନ୍ଦର ଆମ ସଂସାର । ଏହା ହିଁହେଉ ଆମ କାମନା । ଏହିକାର୍ୟ୍ୟକ୍ରମକୁ ସେକ କାସିମ ଏବଂକାଶିଫ ଅହମଦ ପରିଚାଳନାକାରିଥିେ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article