29.1 C
Bhubaneswar
Saturday, July 24, 2021

ସରିଲା ବିଧାନସଭାର ଶୀତ ଅଧିବେଶନ ।

Must read

ଭୁବନେଶ୍ୱର,ତା,୩୦/୧୧: ବିରୋଧୀ ଦଳଙ୍କ ପ୍ରବଳ ହଟଗୋଳ ମଧ୍ୟରେ ଆଜିରାଜ୍ୟ ବିଧାନସଭାରେ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହୋଇଯାଇଛି । ତେବେ ଏହି ବିଲ୍ ଗୃହୀତ ହେବା ପରେ ବିଧାନସଭାକୁ ଅନିଦ୍ଦିଁଷ୍ଟ କାଳ ପାଇଁମୁଲତବୀ ଘୋଷଣା କରାଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃକକୁ ଅର୍ନ୍ଦି୍େଟ କାଳପାଇଁ ମୁଲତବୀ ଘୋଷଣା କରିଛନ୍ତି । ଫଳରେ ମାତ୍ର ୧୦ ଦିନ ଚାଲିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଯାଇଛି ।ଗତ ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା ଓ ତାହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା । ଫଳରେ ୩୦ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ବନ୍ଦ ହୋଇଯାଇଛି ।

ଆଜି ମଧ୍ୟ ପରୀ ଘଟଣାକୁ ନେଇଗୃହରେ ହଟଗୋଳ ଲାଗି ରହିଥିଲା ।ସିବିଆଇ ତଦନ୍ତ ଦାବିରେ ଅଟଳ ରହିଥିଲା ମୁଖ୍ୟ ବିରୋଧୀ ଦଳ ବିଜେପି । ନ୍ୟୟ ଦାବିରେ ବିଜେପି ସଦସ୍ୟମାନେ ଗୃହରେହୋ ହଲ୍ଲା କରିଥିଲେ । ହଟଗୋଳ ମଧ୍ୟରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବ୍ୟୟ ମଞ୍ଜୁରୀ ବିଲ୍ଆଗତ କରିଛନ୍ତି । ସେପଟେ ପରୀ ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଜେପି ସଦସ୍ୟମାନେ ପାଟିତୁଣ୍ଡ କରିବା ସହ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ ।ସୁରକ୍ଷା ଦୃଷ୍ଟି କୋଣରୁ ବିଧାନସଭା ଚତୁଃପାଶ୍ୱର୍ ରାସ୍ତାକୁ ସିଲ୍ କରିଥିଲା କମିଶନରେ ଟ୍ପୋଲିସ । ଏହା ସହ ସୁରକ୍ଷା ଦୃଷ୍ଟିରୁ ବିଧାନସଭାକୁ ଲାଗି ରହିଥିବା ଅଞ୍ଚଳରେ କମିଶନରେ ଟ୍ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି ।

ଲୋକସେବା ଭବନଠାରୁ ରବନ୍ଦ୍ର ମଣ୍ଡପ ରାସ୍ତା,ପିଏମ୍ଜି ରାସ୍ତା ଓ କମିଶନରେଟ୍ ପୋଲିସ କାର୍ଯ୍ୟକାଳୟରୁ ବିଧାନ ସଭାକୁ ଯାଇଥିବା ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପ୍ରତି ବ୍ୟାରିକେଡ୍ରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଗାଡି ଚାଳକ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତା ଉପରେ ପୋଲିସନଜର ଦେଇଛି । ଏଜି ଛକରୁ ଆସୁଥିବା ଗାଡ଼ି ଇନ୍ଦିରା ଗାନ୍ଧୀ ପାର୍କ ପଛ ପଟ ରାସ୍ତା ଦେଇପିଏମ୍ଜିରେ ବାହାରିବ । ଜୟଦେବ ବିହାରରୁ ଆସୁଥବବା ଗାଡ଼ି ରବୀନ୍ଦ୍ର ମଣ୍ଡପ ନିକଟରେ ବିଡିଏ ରାସ୍ତା ଦେଇ ଲୋୟର ପିଏମଜିରେ ବାହାରିବ । ମାଷ୍ଟର କ୍ୟାଣ୍ଟିନରୁ ଗାନ୍ଧୀ ମାର୍ଗଦେଇ ବିଧାନସଭା ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପୋଲିସ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article