19 C
Bhubaneswar
Sunday, January 17, 2021

ଗୋପାଳପୁର ବିଧାୟକ ବହିଷ୍କୃତ ହୋଇଛନ୍ତି ।

Must read

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଭୁବନେଶ୍ୱର,୩୦/୧୧ ; ବିଜୁ ଜନତା ଦଳରବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଦଳରୁ ବହିଷ୍କୃତ କରାଯାଇଛି । ବିଭିନ୍ନ ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ ନେଇ ବିଜେଡିପକ୍ଷରୁ ଏକ ପ୍ରେସ୍ ରିରିଜ୍ ଜାରି କରାଯାଇଛି । ବିଜେଡିରୁ ବହିଷ୍କୃତ ହେବା ପରେ ବିଧାୟକ ପାଣିଗ୍ରାହୀ ପ୍ରତିକି୍ରୟାରେ କହିଛନ୍ତି ଯେ, ସେ କୌଣସି ଜନବିରୋଧୀ କାର୍ଯ୍ୟକରିନାହାଁନ୍ତି । ଯଦି ଜନବିରୋଧୀ କାର୍ଯ୍ୟ କରିଛନ୍ତି, ବିଜେଡି ତାର ସ୍ପଷ୍ଟୀକରଣ ଦେଉ ବୋଳି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।ପ୍ରଦୀପ ଗାଣିଗ୍ରାହୀ ଗୋପାଳପୁରର ଦୁଇ ଥରର ବିଧାୟକ ।ସେ ପୂର୍ବତନ ମନ୍ତ୍ରୀ ମଧ୍ୟ । ଆଇଏଫଏସ ଅଭୟ ପାଠଙ୍କ ସହସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ପ୍ରଦୀପ । କାରଣ ପ୍ରଦୀପଙ୍କ ଝିଅଅଭୟଙ୍କ ପୁଅ ଆକାଶଙ୍କୁ ବିବାହ କରିଥାନ୍ତେ । ଏବେ ଉଭୟଅଭୟ ଓ ଆକାଶ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେଜେଲ୍ରେ ଅଛନ୍ତି ।

ଏତଦ୍ବ୍ୟତୀତ ଅନେକ ଜନ ବିରୋଧୀ କାର୍ଯ୍ୟକଳାପରେ ତାଙ୍କର ସଂପୃକ୍ତ ଥିବା ଅଭିଯୋଗ ଆସିଥିଲା ।କଳାଧନର କୁବେର ଆଇଏଫଏସ୍ ଅଫିସର ପାଠକ ଓପୁଅ ଗୋଯିଏ ପରେ ଗୋଯିଏ କାରନାମା ପଦାକୁ ଆସିବାରେଲାଗିଛି । ନିଜକୁ ଟାଟା ମୋଟର୍ସର ଏମଡି ବୋଲି ପରିଚୟ ଦେଇବେକର ଯୁବକଯୁବତୀଙ୍କୁ କେମିତି କୋଟି କୋଟି ଟଙ୍କା ଚୂନଲଗାଇଥିଲେ ତାହାର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି ।ଠକେଇର ଶିକାର ହୋଇଥିବା ଯୁବକଯୁବତୀ ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲିଜଣାପଡିଛି । ପାଠକଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇଥିବା କାରଣୁ ସ୍ଥାନୀୟ ବିଧାୟକତଥା ପୂର୍ବତନ ମନ୍ତ୍ରୀଙ୍କ ଭୂମିକା ନେଇ ସନେ୍ଦହ ବଢିଥିଲା । ତେବେ ଏସ୍ଆଇଟି ସେହି ଆଧାରରେଆଗକୁ ତଦନ୍ତ କରିବ ବୋଲି ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁସାରେ, ଟାଟା ଗୋପାଳପୁରରେ ଏହାର ଏକ ପ୍ରକଳ୍ପ କରିବା ଲାଗିଜମି ଅଧିଗ୍ରହଣ କରିଥିଲା । ଜମି ହରାଇ କ୍ଷତିପୂରଣ ପାଇଥିବାମାଲିକମାନଙ୍କୁ ଜାଲରେ ଫସାଇବା ପାଇଁ ହୋଇଥିଲା ଯୋଜନା ।ଏଥିପାଇଁ ଆକାଶକୁ କରାଯାଇଥିଲା ଢାଲ । ଇଞ୍ଜିନିୟରିଂ ଡିଗ୍ରୀଧାରୀଆକାଶ ପୁନେରୋ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ ନାଁରେନକଲି ଅଫିସ ଖୋଲିଥିଲା ।

ନିଜକୁ ଏମ୍ଡି ଦର୍ଶାଇ ଟାଟା ମୋର୍ଟସନାଁରେ ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା । ଟାଟା ମୋଟର୍ସବ୍ୟବହାର କରି ଚାକିରି ନାଁରେ ବିଜ୍ଞାପନ ଦେଇଥିଲା । ଏହିଠାରେ ହିଁଶ୍ରୀ ପାଣିଗ୍ରାହୀଙ୍କ ଭୂମିକା ନେଇ ସନେ୍ଦହ ସାମ୍ନାକୁ ଆସିଥିଲା । ଜମିହରାଇଥିବା ମାଲିକମାନୁ ବିଧାୟକ ପାଣିଗ୍ରାହୀ ପ୍ରଭାବିତ କରି ଆକାଶପର୍ଯ୍ୟନ୍ତ ପହଞ୍ଚାଇବାରେ ସକି୍ରୟ ଭୂମିକା ଗ୍ରହଣ କରିଥିବା ସନେ୍ଦହକରୁଛି ଭିଜିଲାନ୍ସ ।ବିଧାୟକ ଶ୍ରୀ ପାଣିଗ୍ରାହୀ ସଫେଇ ଦେଇ କହିଛନ୍ତି ଯେ, ଦଳତାଙ୍କୁ ଯେୁଁ କାମ ଦେଇଛି ସେ ତାହା ଠିକ୍ ଭାବେ ସଂପାଦିତ କରିଛନ୍ତି ।ବ୍ୟକ୍ତିଗତ ଭାବେ ସେ କେତେ ସମ୍ପତ୍ତିର ମାଲିକ ତାହାର ଅନୁସନ୍ଧାନକରାଯାଉ ବୋଲି ସେ କହିଛନ୍ତି । ସେ ସାମ୍ବାଦିକ ମାନଙ୍କ ସହ କଥାହେବାବେଳେ ଆହୁରି ମଧ୍ୟ କହିଛନ୍ତି ଯେ, ଭିଜିଲାନ୍ସ ଜାଲରେ ଛନ୍ଦିହୋଇଥିବା ଆଇଏଫଏସ୍ ଅଭୟକାନ୍ତ ପାଠକ ଜଣେ ଭଲ ଅଧିକାରୀ ।ଏହାଛଡା ଗତ ୨୦ ବର୍ଷ ଭିତରେ ବିଜେଡି ପାଇଁ କି କି କାମ କରିଛନ୍ତି,ତାକୁ ବି ବଖାଣିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେହିପରି ଆଜି ବିଧାନସଭାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗ ଉଠିଛି । ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିସଂପର୍କରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଥିବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହବିଧାୟକଙ୍କ ସଂପୃକ୍ତି ରହିଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି

- Advertisement -ଗୋପାଳପୁର ବିଧାୟକ ବହିଷ୍କୃତ ହୋଇଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଗୋପାଳପୁର ବିଧାୟକ ବହିଷ୍କୃତ ହୋଇଛନ୍ତି ।

Latest article

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଟ୍ରାଏଲ୍ ରୁମରେ ଝିଅର ସୁଟିଂ ପାଇଁ ଯୁବକ ବନ୍ଦୀ ।

କେନ୍ଦୁଝର,ତା,୧୫/୧, ଗୁରୁବାର ଦିନ ସହରର ଏକ ସପିଂ ମଲ୍ର ଟ୍ରାଏଲ ରୁମରେ ପୋଷାକ ବଦଳୁଥିବା ବେଳେ ଜଣେ ଝିଅର ଫଟୋ ଏବଂ ଭିଡିଓକୁ ଗୁପ୍ତରେ...