ଭୁବନେଶ୍ୱର,୨୮/୧୧: କୋଭିଡ୍-୧୯ ମହାମାରୀ ସଙ୍କଟ ସମୟରେ ଋଣ ପ୍ରଦାନ କାର୍ଯ୍ୟରେ ବାଧାସୃଷ୍ଟି ହୋଇଥିଲା । ଲକ୍ଡାଉନ୍ ଯୋଗୁ ଲୋକେ ଘରେ ରହିବାକୁ ବାଧ୍ୟ ହୋଇଥିଲେ । ଋଣ ଗ୍ରହଣକାରୀ ଏବଂ ପ୍ରଦାନକାରୀ ପରସ୍ପରକୁ ଭେଟିବାର ସୁଯୋଗ ବନ୍ଦ ହୋଇ ଯାଇଥିଲା । ଏପରିସ୍ଥଳେ ପୈସା ବଜାର ଡଟ୍ କମ୍ରଏଆଇ, କ୍ଲାଉଡ୍ କମ୍ପୁ୍ୟଟିଙ୍ଗ୍ ଏବଂ ମେସିନ୍ଲର୍ଣ୍ଣିଂ ଦ୍ୱାରା ଋଣ ପ୍ରଦାନ ସହଜ ହୋଇପାରିଛି । ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ଲକ୍ଡାଉନ୍ ସମୟରେ ଋଣ ପ୍ରଦାନରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ବୋଲି ପୈସା ବଜାର ଡଟ୍ କମ୍ର ଅନସିକୁ୍ୟର ଡ୍ଲୋନ୍ ମୁଖ୍ୟ ଗୌରବ ଅଗ୍ରୱାଲ କହିଛନ୍ତି ।ଏବେ ଲକ୍ଡାଉନ୍ ହଟାଇ ଦିଆଯାଇଛି ।ସଭିଏଁ କର୍ମକ୍ଷେତ୍ରରେ ଅଧିକ କାମ କରିଆର୍ଥିକ ବିକାଶ ଉଦ୍ୟମ କରୁଛନ୍ତି ।
ଫଳରେ ଏବେ ଋଣ ପ୍ରଦାନ କାର୍ଯ୍ୟରେ ସ୍ୱାଭାବିକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଗତ ୬ବର୍ଷ ତଳେ କାରବାର ଆରମ୍ଭ କରିଥିବା ପୈସା ବମଜାର ଡଟ୍ କମ୍ ନୂଆ ସମାଧାନ ନେଇ ବଜାରରେ କାର୍ଯ୍ୟ ଜାରି ରଖିଛି ।ଏହା କ୍ଲାଉଡ୍ କମ୍ପୁ୍ୟଟିଂ ଏବଂ ମେସିନ୍ ଲର୍ଣ୍ଣିଂ ସହାୟତାରେ ଡିଜିଟାଲ କରଣକୁ ପ୍ରାର୍ଥମିକତା ଦେଉଛି । ଲୋନ୍ ଆବେଦନଏବଂ ଏହାର ଆପ୍ରୁଭାଲ ଏବେ ପୂର୍ବାପେକ୍ଷା ଶୀଘ୍ର ହୋଇପାରୁଛି । ପୂର୍ବରୁ ଏଥି ପାଇଁ୫ ଦିନରୁ ଏକ ସପ୍ତାହ ସମୟ ଲାଗୁଥିବାବେଳେ ଏବେ ଏହା ୨୪ଘଂଟାରୁ କମ୍ ସମୟ ମଧ୍ୟରେ ହୋଇପାରୁଛି । କେତେକ କ୍ଷେତ୍ରରେ ଏହା ୫ଘଂଟା ମଧ୍ୟରେ ହୋଇ ପାରୁଛି । ଲୋନ୍ଅବା କ୍ରେଡ଼ିଟ୍ କାର୍ଡ ପାଇଁ ପୂର୍ବରୁ ବ୍ୟାଙ୍କକୁ ଯିବାକୁ ପଡୁଥିଲା । ପରେ ବ୍ୟାଙ୍କ କର୍ମଚାରୀ ଭେରିଫିକେଶନ୍ ପାଇଁ ମଧ୍ୟ ଆସୁଥିଲେ ।ପେପର ଆବେଦନକୁ ମାନୁଆଲି ଯାଂଚ୍କରାଯାଉଥିଲା । ମାତ୍ର ଲକ୍ଡାଉନ୍ ଜାରିହେବା ପରେ ଏଥିରେ ବାଧା ସୃଷ୍ଟିହୋଇଥିଲା । ଫଳରେ ଋଣ ପ୍ରଦାନ କାର୍ଯ୍ୟସମ୍ଭବ ହୋଇ ପାରି ନ ଥିଲା ।
ତେବେପୈସା ବଜାର ଡଟ୍ କମ୍ ପକ୍ଷରୁ ଠିକ ସମୟରେ ଠିକ୍ କାର୍ଯ୍ୟ ଆରମ୍ଭ କରାଯାଇ ଋଣ ପ୍ରଦାନକୁ ସହଜ କରାଯାଇଥିଲା । ଅଗଷ୍ଟରେ ପୈସା ବଜାର ଷ୍ଟାକ୍ ସମାଧାନ ଆରମ୍ଭ ହୋଇଥିଲା । ଏହା ବ୍ୟାଙ୍କ ଏବଂଅଣ-ବ୍ୟାକିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀଗୁଡ଼ିକ ଭଳି ଡିଜିଟାଲ ପ୍ରଣାଳୀରେ ଅନ-ସିକୁ୍ୟରଡ୍ ଲୋନ୍ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଥିଲା । ନବୀନତମ କାର୍ଯ୍ୟ ଧାରାରେଋଣ ପ୍ରଦାନ କାର୍ଯ୍ୟ ଆରମ୍ଭ କରାଯାଇ ବେଶ୍ ସଫଳତା ମଧ୍ୟ ମିଳିଥିଲା ।ସାଧାରଣତଃ ଲୋନ୍ ପ୍ରଦାନ କାର୍ଯ୍ୟ ୪ଟିସାଂଗଠିକ ସଂରଚନାକୁ ନେଇ ଗଠିତ ହୋଇଥାଏ । ଲୋନ୍ ଗ୍ରହଣକାରୀ ନିଜର ଆବଶ୍ୟକତା ଓ ଯୋଗ୍ୟତା ଅନୁସାରେ ଶ୍ରେଷ୍ଠ ଅଫର ମାଧ୍ୟମରେ ଏହା ଗ୍ରହଣକରିଥାନ୍ତି । ସେହିପରି ତାଙ୍କର ବୈଧଦସ୍ତାବିଜ୍ ଦାଖଲ ଏବଂ ଲୋନ୍ ପରିଶୋଧ ମଧ୍ୟ ଦ୍ୱିତୀୟ ସଂରଚନାତ୍ମକ କାର୍ଯ୍ୟ ।ତାଙ୍କର ଦସ୍ତାବିଜ୍ର ଯାଂଚ୍ କରିବା ଏବଂଚୂଡ଼ାନ୍ତ ଭାବେ ଲୋନ୍ ପାଇଁ ଚୁକ୍ତି ଏବଂପେମେଂଟ ଟର୍ମ ମଧ୍ୟ ସମ୍ପନ୍ନ ହୋଇଥାଏ ।