23 C
Bhubaneswar
Tuesday, May 11, 2021

ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Must read

ଭୁବନେଶ୍ୱର,୨୮/୧୧ ;ଆୟବର୍ହିଭୂତ ମାମଲାରେ ଗତ ତିନିଦିନ ଧରି ଭିଜିଲାନ୍ସଜେରାର ସମ୍ମୁଖୀନ ହେଉଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେପ୍ରଥମ ଥର ଲାଗି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଯାହା ସମସ୍ତଙ୍କ ହୋସ୍ ଉଡ଼ାଇନେଇଛି । ସେ କହିଛନ୍ତି, ଯେ କିଛି ଠକେଇ ହୋଇନି,ସବୁ ଠିକ୍ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେପୁଅ ଆକାଶ ତାଙ୍କ ଟଙ୍କାରେ ଅୟସ କରୁ ନଥିଲା,କାରଣ ପୁଅର ମାସିକ ଦରମା ଏକ କୋଟି ଟଙ୍କା ।ଖାଲି ସେତିକି ନୁହେଁ, ବିଭାଗରେ ଥାଇ ସେକୌଣସି ଅର୍ଥ ହଡ଼ପ କରିନାହାନ୍ତି ବୋଲି ବି ଜୋର୍ଦେଇ କହିଛନ୍ତି ଅଭୟକାନ୍ତ । ଅନ୍ୟପକ୍ଷରେ ତାଙ୍କପୁଅ ଆକାଶ ପାଠକ ଅଭିଯୋଗ କରିଛନ୍ତି କି ଉଦେ୍ଦଶ୍ୟମୂଳକ ଭାବେ ସେମାନଙ୍କୁ ଏପରି ହଇରାଣ କରାଯାଉଛି । ସେମାନେ କେଣସି ଦୁର୍ନୀତିରେସଂପୃକ୍ତ ନୁହନ୍ତି ବୋଲି ସେ କହିଛନ୍ତି ।ସେପଟେ, ଅଭୟ ପାଠକଙ୍କ ଗିରଫଦାରୀ ଆଶଙ୍କାବୃଦ୍ଧି ପାଇଛି ।

ଆଜି ତାଙ୍କୁ କୋଭିଡ ପରୀକ୍ଷା ପାଇଁ କ୍ୟାପିଟାଲହସ୍ପିଟାଲ ନେଇଛି ଭିଜିଲାନ୍ସ । ତାଙ୍କ ପୁଅ, ପୁତୁରା ଓଡ୍ରାଇଭରଙ୍କୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି । ଏହାପରେ ୪ଜଣଙ୍କୁ କୋର୍ଟରେହାଜର କରିବ ତଦନ୍ତକାରୀ ସଂସ୍ଥା । ଆୟ ବର୍ହିଭୁତସମ୍ପତି ଠୁଳ ଅଭିଯୋଗରେ ଯାଂଚ ·ଲିଥିବା ବେଳେବାପ- ପୁଅଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରାକରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ସେଲଶାଖା କାର୍ଯ୍ୟାଳୟରେ ଅଭୟକାନ୍ତ ପାଠକ, ପୁଅଅ ।କାଶ ପାଠକ, ପୁତୁରା ହର୍ଷ ପାଠକ ଏବଂଡ଼୍ରାଇଭରଙ୍କୁ ଜେରା କରାଯାଇଛି । ଏପରିକି ୪ଜଣଙ୍କୁଏକାଠି ବସାଇ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ ।ଜେରାରେ ଭିଜିଲାନ୍ସର ବଛାବଛା ଅଧିକାରୀନିୟୋଜିତ ହୋଇଥିଲେ । ପାଠକଙ୍କ ପ୍ରାୟ ୯କୋଟିଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଠାବ ହୋଇଛି ।ସୂଚନାଯୋଗ୍ୟ, କଳା ଟଙ୍କାରେ ବୁଡ଼ିରହି ଅମାପ ସମ୍ପତ୍ତିର ଅଧିକାରୀ ହୋଇଛନ୍ତିଅ ।ଇଏଫ୍ଏସ୍ ଅଫିସର ତଥା ଅତିରିକ୍ତପିସିସିଏଫ୍ ଅଭୟକାନ୍ତ ପାଠକୟ ନିଜକେଳେଙ୍କାରୀରେ ଯୋଡ଼ି ଦେଇଛନ୍ତିପୁଅକୁୟ ପରିଣାମ ହେଲା, ଇଞ୍ଜିନିୟରିଂରେଡିଗ୍ରି ହାସଲ କରିଥିବା ଅଭୟକାନ୍ତଙ୍କ ପୁଅଅ ।କାଶ କୋଟି କୋଟି ଟଙ୍କାର ମାଲିକ ବନିଯାଇଛି ।

ଉଭୟଙ୍କ ଠାରୁ ଆଖି ଖୋସି ଦେଲାଭଳି ସମ୍ପତ୍ତିର ସୁରାକ୍ ମିଳିବା ପରେ ତାଜୁବ୍ହୋଇ ଯାଇଛନ୍ତି ଭିଜିଲାନ୍ସ ଅଧିକାରୀୟ କେବଳଅ ।କାଶର ବ୍ୟାଙ୍କ ଅ ।କାଉଣ୍ଟରେ ପ୍ରାୟ ୯.୪ କୋଟିଟଙ୍କା ଜମା ଥିବା ଜଣାପଡ଼ିଛି । ଏହି ଟଙ୍କା ଭିତରୁ ୮କୋଟି ୪୦ ଲକ୍ଷ ଟଙ୍କା ଭୁବନେଶ୍ୱରର ସହିଦନଗରଓ ନୂଆପଲ୍ଲୀରେ ବିଭିନ୍ନ ଏଟିଏମ୍ କାଉଣ୍ଟରଜରିଅ ।ରେ ଜମା ହୋଇଛି ।ଅନ୍ୟପକ୍ଷରେ ଏବେ ସୁଦ୍ଧା ଅଭୟକାନ୍ତଙ୍କ ଘରୁନଗଦ ୬୦ ଲକ୍ଷ ଟଙ୍କା ମିଳି ସାରିଥିବା ବେଳେଏହି ପରିମାଣ ଆହୁରି ବଢିବ ବୋଲି ଅନୁମାନଲଗାଇଛି ଭିଜିଲାନ୍ସ । ମିଳିଥିବା ୩ ଦାମୀ ଓବିଳାସପୂର୍ଣ୍ଣ ଗାଡ଼ି ଟାଟା ହ୍ୟାରିୟର, ମର୍ସିଡିଜ୍ ଏବଂବିଏମଡବ୍ଲୁ କାର ମାଲିକାନା ଆକାଶଙ୍କ ନାମରେରହିଛି । ପୁନେରେ ରହୁଥିବା ଆପାର୍ଟମେଣ୍ଟରେ ତିନୋଟି ଦାମୀ ମର୍ସିଡିଜ୍ କାର ମଧ୍ୟ ମିଳିଛିୟ ଯେଉଁଥିରେ ଦୁଇଟି ଭଡ଼ା କାର ବୋଲି ଜଣାପଡ଼ିଛି ।ଯେଉଁ ଟ୍ରାଭେଲ୍ସରୁ କାର ଆସିଥିଲା ସେଠାରେ ଏକଟିମ୍ ଖୋଳତାଡ଼ କରିବା ପରେ ୨୫ ଲକ୍ଷ ଭଡ଼ାଦିଆ ଯାଇଥିବା ଜଣାପଡ଼ିଛି । ଆକାଶ ନାଁରେ ଥିବା୩ଟି ଦାମୀ । ମାହା ଏଫଜେଡ୍ଏସ୍ ବାଇକ୍ ମଧ୍ୟଜବତ କରିଛି ଅ ।କାଶ ବେଶ୍ ରଙ୍ଗିନ୍ ମିଜାଜର ଥିଲା ଓ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଉଥିଲା ।ପଞ୍ଚ ତାରକା ହୋଟେଲରେ ରହିବା ଓ ବିଦେଶରେ ବୁଲିବା ଥିଲା ସେମାନଙ୍କପରିବାରର ସଉକ । ବିଦେଶ ବୁଲାରେ ବି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।ଭିଜିଲାନ୍ସ ହାତରେ ଲାଗିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଅଭୟକାନ୍ତ ମାଲେସିଅ ।,ହଂକଂ, ବ୍ରିଟେନ, ୟୁନାଇଟେଡ୍ ଆରବ୍ ଏମିରେଟସ୍ ଓ ମାଳଦୀପ ବୁଲିଛନ୍ତି ।

ସେହିଭଳି ·ର୍ଟର ବିମାନରେ ଭୁବନେଶ୍ୱରରୁ ପୁନେ, ପାଟନା, ଜୁହୁ, ମୁମ୍ବାଇ,ଜାମସେଦପୁର, ଦିଲ୍ଲୀ ବୁଲିଛନ୍ତି, ଯେଉଁଥିରେ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚହୋଇଥିବା ହିସାବ ମିଳିଲାଣି ।ସେହିପରି ମୁମ୍ବାଇ ତାଜ ପ୍ୟାଲେସରେ ଆକାଶଅଏସ୍ କରି ୯୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ବିଲ୍ ଭିଜିଲାନ୍ସ ହାତରେଲାଗିଛିୟ ଏହି ବିଲ୍ ପରିମାଣ ଅ ।ହୁରି ବଢିବ ବୋଲି କୁହାଯାଉଛିୟ ଆସନ୍ତାଡିସେମ୍ବର ୧୧ ତାରିଖରେ ଅ ।କାଶର ବିବାହ ପାଇଁ ରାଜସ୍ଥାନ ଉଦୟପୁରରତାଜ୍ ଲେକ୍ ପ୍ୟାଲେସ ବୁକିଂ ହୋଇ ସାରିଥିଲାୟ ଯାହାର ଖର୍ଚ୍ଚ ପାଖାପାଖି ୫କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଥିବା ବେଳେ ଅଗ୍ରୀମ୨୦ ଲକ୍ଷ ଟଙ୍କା ଦିଆଯାଇଥିବା ଏକ ବିଲ୍ ମିଳିଛି ।ଭିଜିଲାନ୍ସ ସୂତ୍ରରୁ ମିଳିଥିବାସୂଚନା ଅନୁସାରେ, ପୁନେରେ ।ର୍ଟର ଆପାର୍ଟମେଣ୍ଟ ଓ ଗଡ୍ ବ୍ଲେସିଂଅ ।ପାର୍ଟମେଣ୍ଟରେ ୨ଟି ବିଳାସପୂର୍ଣ୍ଣ ଫ୍ଲାଟ୍ ଠାବ ହୋଇଛି । ଭଡ଼ା ବାବଦରେଏବେ ସୁଦ୍ଧା କୋଟିଏ ଟଙ୍କା ଦିଆଯାଇଛି । ଠକେଇ ରାସ୍ତାରେ ପାଦ ଦେଇଥିବାଆକାଶ ପୁନେରେ ଏକ ଅଫିସ ମଧ୍ୟ ଖୋଲିଥିଲା । ଯାହାର ଭଡ଼ା ମୂଲ୍ୟ ଲକ୍ଷାଧିକଟଙ୍କା ବୋଲି ଜଣାପଡ଼ିଛି । ଖାଲି ଅଫିସ୍ ଖୋଲି ନ ଥିଲା ଫିଲ୍ମ ଷ୍ଟାଇଲରେ ଉଚ୍ଚଦରମାରେ ମ୍ୟାନେଜର ମଧ୍ୟ ନିଯୁକ୍ତି ଦେଇଥିଲା

ଇତିମଧ୍ୟରେ ଭିଜିଲାନ୍ସ ଅଧିକାରୀମାନେ ସାମନ୍ତ କଲୋନୀ ଅଞ୍ଚଳରେ ରହୁଥିବା ଏହି ମ୍ୟାନେଜର ଘରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି । ପୁନେ ମୁଲସି ଭୂଗାଓଁରେ ବିରାଟ ଫାର୍ମ ହାଉସ୍ ଠାବ ହୋଇଛି । ଅଭୟକାନ୍ତ ଓ ଆକାଶ ସେହି ଫାର୍ମ ହାଉସରେ ଅୟସ୍ କରୁଥିଲେ । ଜୁହୁ ବିଚ୍ ନିକଟରେ ଏକ ରେସ୍ତୁରାଁ ମଧ୍ୟଖୋଲିଥିଲା ଆକାଶ । ମୁଲୁଣ୍ଡରେ ଆଉ ଏକ ଘର ଥିବା ଜଣାପଡିଛି । ଆଉ କିଛି ଫ୍ଲାଟ୍ କିଣିବାକୁଆକାଶ ଯୋଜନା ରଖିଥିଲା ବୋଲି କାଗଜପତ୍ର ଦେଖି ସନେ୍ଦହ କରୁଛି ଭିଜିଲାନ୍ସ ।ଗତକାଲିଅଭୟଙ୍କ ସରକାରୀ ବାସଭବନରୁ ନଗଦ ୫ ଲକ୍ଷ ଟଙ୍କା ମିଳିଥିବା ବେଳେ ଆଜି ଆଉ ୫ଲକ୍ଷ ମିଳିଥିବା କୁହାଯାଉଛି । ଦାନ୍ତ ଡାକ୍ତର ଥିବା ପୁତୁରା ହର୍ଷ ପାଠକଙ୍କ ଘରୁ ନଗଦ ୫୦ ଲକ୍ଷଟଙ୍କା ମିଳିଥିଲା । ଘାଟିକିଆ ଭିପୁଲ ଗାର୍ଡେନରେ ରହୁଥିବା ପୁତୁରା ହର୍ଷଙ୍କ ପାଖରେ ୫୦ ଲକ୍ଷଟଙ୍କା କେଉଁଠୁ ଆସିଲା ତାକୁ ନେଇ ·ଲିଛି ଖୋଳତାଡ଼ । ଅଭୟକାନ୍ତ ଏହି ଟଙ୍କା ପୁତୁରାଙ୍କଘରେ ରଖିଥିବା ଭିଜିଲାନ୍ସ ସନେ୍ଦହ କରୁଛି । ଆଜି ମଧ୍ୟ ଦିନତମାମ୍ ତାଙ୍କ ଫ୍ଲାଟ୍, ସରକାରୀବାସଭବନ ଓ ସିଆରପି ଛକରେ ଥିବା ହର୍ଷଙ୍କ କ୍ଲିନିକରେ ଚଢ଼ଉ କରାଯିବା ସହକିଛି ଗୁରୁôବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article