29.1 C
Bhubaneswar
Saturday, July 24, 2021

ମୋଦୀ ସରକାରଙ୍କ କୃଷକ ବିରୋଧୀ ଆଇନ ଓ କୃଷକ ଆନ୍ଦୋଳନ ଉପରେ ଦମନର ପ୍ରତିବାଦ ।

Must read

ଭୁବନେଶ୍ୱର,୨୮/୧୧; ୨୬ନଭେମ୍ବର ସାଧାରଣ ଧର୍ମଘଟ, ବ୍ୟାପକଭାବେ ଗ୍ରାମୀଣ ଓଡିଶାରେ ସଫଳହୋଇଥିବାରୁ ଅଖିଳ ଭାରତ କୃଷକ ସଂଘର୍ଷସମନ୍ୱୟ ସମିତି ଓଡିଶା ଶାଖା ରାଜ୍ୟବାସୀଙ୍କୁଅଭିନନ୍ଦନ ଜଣାଇଛିା ମୋଦୀ ସରକାରଙ୍କଜନବିରୋଧୀ ନୀତି ବିରୋଧରେ କୃଷକ-ମଜଦୂରମାନଙ୍କର ଏହା ଚେତାବନୀ ବୋଲିକୁହାଯାଇଛିା ମୋଦୀ ସରକାରଙ୍କ କୃଷକସର୍ବନାଶକାରୀ ତିନୋଟି କୃଷି ଆଇନ-୨୦୨୦ ପ୍ରତ୍ୟାହାର କରିବା , ଏମ୍ ଏସ୍ସ୍ୱାମୀନାଥନ୍ଙ୍କ ସୁପାରିଶ ଅଣୁସାରେ ସମସ୍ତକୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟପ୍ରଦାନ କରିବା, ସରକାରୀ ମଣ୍ଡି ବ୍ୟବସ୍ଥାକୁସୁଦୃଢ କରିବା, ଅତ୍ୟାବଶ୍ୟକ ସାମଗ୍ରୀଆଇନର ସଂଶୋଧନ କରି ଅସାଧୁବ୍ୟବସାୟୀମାନଙ୍କୁ ବଜାର ବ୍ୟବସ୍ଥାକୁ ଟେକିଦେବାର ଖାଉଟି ବିରୋଧୀ ଆଇନକୁ ବାତିଲକରିବା, ପରିବେଶଗତ ପ୍ରଭାବ ଆକଳନନାମରେ ପରିବେଶକୁ ଧ୍ୱସ କରିବା ପାଇଁହୋଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା,ଅକାଶ ଛୁଆଁ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା,ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଚାଷୀପାଉଥିବା ସମସ୍ତ ସରକାରୀ ସୁବିଧାଭାଗଚାଷୀଙ୍କୁ ପ୍ରଦାନ କରିବା, ପ୍ରାକୃତିକବିପର୍ଯ୍ୟୟ ଜନିତ ଉପଯୁକ୍ତ କ୍ଷତିପୂରଣଚାଷୀଙ୍କୁ ପ୍ରଦାନ କରିବା, ସର୍ବୋପରି କୃଷିକ୍ଷେତ୍ରରୁ କର୍ପୋରେଟ୍ ହଟାଇବା ଦାବି କରିଆଜି ସାରା ଦେଶରେ ଆହୁତ କୃଷକ ପ୍ରତିବାଦଦିବସ ଓଡିଶାର ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତହୋଇଯାଇଛି । ଭୂବନେଶ୍ୱରରେ ଅଖିଳଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିପକ୍ଷରୁ ଏହି ପ୍ରତିବାଦ ଆନେ୍ଦାଳନମାଷ୍ଟ୍ରକ୍ୟାଣ୍ଟିନ୍ ଛକଠାରେ ଅନୁଷ୍ଠିତହୋଇଯାଇଛି ।

ଏହି ଆନେ୍ଦାଳନକୁ ସମର୍ଥନଜଣାଇ ସି.ଆଇ.ଟି.ୟୁ ଏବଂଏ.ଆଇ.ସି.ସି.ଟି.ୟୁ ଶ୍ରମିକ ସଂଗଠନମାନେମଧ୍ୟ ଅଂଶଗ୍ରହଣ କରିଥିଲେ । କୃଷକମାନଙ୍କରନ୍ୟାର୍ଯ୍ୟ ଦାବି ହାସଲ କରିବା ପାଇଁ ବର୍ତ୍ତମାନଚାଲିଥିବା ଦିଲ୍ଲୀ ଚଲ୍ଲୋ ଅଭିଯାନକୁ ମୋଦିସରକାର ହାଡ ଭଙ୍ଗା ଶୀତରେ ପାଣି ମାଡଏବଂ ଲାଠି ପ୍ରହାର କରି ଯେଉଁଭଳି ଭାବେଦମନ କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟାଆମ ଦେଶରେ ଏବଂ ରାଜ୍ୟରେ ଅନ୍ନଦାତାକୃଷକମାନଙ୍କ ପ୍ରତି ଐତିହାସିକ ଭାବେ ଅନ୍ୟାୟକରାଯାଇଛି । କୃଷକ ଉପରେ ନିର୍ଭରଶୀଳ କୃଷିବ୍ୟବସ୍ଥାକୁ ସୁରକ୍ଷିତ କରି କୃଷକ ନିଜରଅଧିକାର ପାଇଁ ଲଢେଇ କଲାବେଳେସରକାରଙ୍କ ଦାୟିତ୍ୱ ହେଉଛି ଆଲୋଚନା କରିସମସ୍ୟାକୁ ସମାଧାନ କରିବା, ମାତ୍ର ପୁଲିସ୍ଦ୍ୱାରା ଦମନ ନୀତି ଗଣତନ୍ତ୍ରର ପରିପନ୍ଥୀ ବୋଲିଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟସମିତିର ନେତୃବୃନ୍ଦ ଆଜିର ପ୍ରତିବାଦରେକହିଛନ୍ତି ।

ଆଜିକାର ଏହି ପ୍ରତିବାଦ ଧାରଣାରେଅଖିଳ ଭାରତ କୃଷକ ସଭା ରାଜ୍ୟ ସମ୍ପାଦକସୁରେଶ ପାଣିଗ୍ରାହୀ, ବରିଷ୍ଠ କୃଷକ ନେତାଜଗନ୍ନାଥ ମିଶ୍ର, ଅଖିଳ ଭାରତ ଅଗ୍ରଗାମୀକୃଷକ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତିରଞ୍ଜନ ମହାପାତ୍ର, ନାରାୟଣ ଡାଳୁଅ, ଅଖିଳଭାରତ କିଷାନ ମହାସଭାର ରାଜ୍ୟ ସମ୍ପାଦକଅଶୋକ ପ୍ରଧାନ, କିଷାନ ପଟନାୟକ, ଏନ୍ଏ ପି ଏମ୍ ର ରାଜ୍ୟ ଆବାହକ ପ୍ରଫୁଲ୍ଲସାମନ୍ତରା, ଇନ୍ସାଫ୍ ର ରାଜ୍ୟ ଆବାହକନରେନ୍ଦ୍ର ମହାନ୍ତି ପ୍ରମୁଖ ନେତୃତ୍ୱ ନେଇ ବକ୍ତବ୍ୟପ୍ରଦାନ କରିଥିଲେ । ଏହି ଆନେ୍ଦାଳନକୁ ସଂହତିଜଣାଇ ସି.ଆଇ.ଟି.ୟୁ ନେତ୍ରୀ ପୁଷ୍ପା ଦାଶ,ଏଆଇସିସିଟିୟୁ ରାଜ୍ୟ ସାଧାରଣ ସମ୍ପାଦକମହେନ୍ଦ୍ର ପରିଡା ପ୍ରମୁଖ ବକ୍ତବ୍ୟ ପ୍ରଦାନକରିଥିଲେ । ଏହି ଆନେ୍ଦାଳନରେଅନ୍ୟମାନଙ୍କ ମଧ୍ୟରେ ବାମପନ୍ଥୀ ନେତାଯୁଧିଷ୍ଠିର ମହାପାତ୍ର, ଜୟନ୍ତ ଦାଶ,ସି.ଆଇ.ଟି.ୟୁ. ନେତା ଦୁଷ୍ମନ୍ତ କୁମାର ଦାସ,କୃଷକ ନେତା ଅଭିରାମ ବେହେରା,ପ୍ରମୋଦିନୀ ସାହୁ, ଚାମ୍ବରୁ ସୋରେନ୍ ,ଜୟପ୍ରକାଶ ଭଞ୍ଜଦେଓ, ଶ୍ରମିକ ନେତାପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ଅଖିଳଭାରତ କ୍ରାନ୍ତିକାରୀ କିଷାନ ସଭାର ରାକେଶକାନୁନ୍ଗୋ, ସାମାଜିକ କର୍ମୀ ମାନସପ…ନାୟକ, ମହମ୍ମଦ ସୁ୍କ୍ରୁ ପ୍ରମୁଖ ବହୁନେତୃବୃନ୍ଦ ଉପସ୍ଥିତ ଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article