24 C
Bhubaneswar
Saturday, January 16, 2021

ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ଚାଲିଛି ।

Must read

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଭୁବନେଶ୍ୱର,୨୮/୧୧:ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟାମାମଲାକୁ ନେଇ ଆଜି ଉଭୟ ବିଧାନ ସଭା ଭିତରେ ଓ ବାହାରେ ଗର୍ଜନ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏହିଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫାଦାବି କରି ଗୃହ ଭିତରେ ବିରୋଧୀ ଦଳବିଧାୟକ ମାନେ ହଟଗୋଳ କରିଥିବାବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟଦଳର କର୍ମୀ ।ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ “ପରୀ’ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ଦେବା ନିଷ୍ପତ୍ତି ଘୋଷଣା କରିବା ପରେ ଆଶା କରାଯାଉଥିଲା କି ବିରୋଧୀ ଦଳ ପକ୍ଷରୁ ଆଉଏହି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମାକରାଯିବ ନାହିଁ । ମାତ୍ର ଏହା ପରେ ବିବିରୋଧ ଜାରି ରଖିଥିଲା ବିଜେପି । ଆଜିପୁଣି ଥରେ “ପରୀ’ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀମାନେ ହଙ୍ଗାମାକରିଛନ୍ତି । ଆମେ ସିବିଆଇ ତଦନ୍ତ ସହ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଥିଲୁ ।ଯେ ପର୍ଯ୍ୟନ୍ତ ଆମର ଦାବି ପୁରଣ ନହୋଇଛି, ସେପର୍ଯ୍ୟନ୍ତ ଆମେ ଗୃହ ଚଳାଇ ଦେବୁ ନାହିଁବୋଲି କହିଛି ବିଜେପି ।

ଏହା ପରେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଙ୍ଗମାକରିଥିଲେ । ନିଜ ନିଜ ସ୍ଥାନକୁ ଫେରିଯିବା ପାଇଁ ବାଚସ୍ପତି ନିବେଦନ କରି ବିଫଳ ହେବାପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ।ପରୀ ହତ୍ୟା ଘଟଣାକୁ ନେଇ ଗୃହରେଗତକାଲି ମନ୍ତ୍ରୀ ଅରୁଣ ସାହୁ ବିବୃତ୍ତିଦେଇଥିଲେ । ଏହାସତ୍ତ୍ୱେ ବିରୋଧୀ ନରମିନାହାନ୍ତି । ସେମାନେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫାଦାବିରେ ଅଟଳ ରହିଥିଲେ । ଆଉ ଏହାରପ୍ରଭାବ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେବିରୋଧୀ ଦଳ ବିଧାୟକମାନେ ଏହାରମଧ୍ୟଭାଗକୁ ଆସି ପୋଷ୍ଟର ଓ ବ୍ୟାନର ଦେଖାଇବା ସହ ନାରାବାଜି କରିଥିଲେ ।ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟଗୋଳ କରିବାରୁ ଗୃହ କାର୍ଯ୍ୟ ·ଲି ପାରିନ ଥିଲା । ଫଳରେ ଗୃହକୁ ୩୦ମିନିଟ ପାଇଁମୁଲତବୀ ରଖି ସର୍ବଦଳୀୟ ବୈଠକ ଡ଼କାଇଥିଲେ ବାଚସ୍ପତି । ହେଲେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଥିଲେ ବିରୋଧୀ ।ବାରମ୍ବାର ବୁଝାଇବା ସତ୍ୱେ ଗୃହରେ ହୋହଲ୍ଲାକରିଥିଲେ ଉଭୟ ବିଜେପି ଏବଂ କଂଗ୍ରେସ ବିଧାୟକମାନେ । ଫଳରେ ଗୃହକୁ ଅପରାହ୍ନ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେବାଚସ୍ପତି । ହଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀଘଟଣାର ଏସ୍ଆଇଟି ତଦନ୍ତ ନିର୍ଦେଶ ଦେଇଥିଲେ ।

ଭିଡିଓ କନଫରେନ୍ସିଂ ଜରିଆରେସେ ଏହି ଘୋଷଣା କରିଥିଲେ । ତେବେ ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରି ପାରି ନଥିଲା ଏବଂ ସେମାନେ ହୋହଲ୍ଲା କରିଥିଲେ । “ପରୀ’ ମୃତ୍ୟୁ ମାମଲାର ଏସଆଇଟିତଦନ୍ତ ହେବ ବୋଲି ଆଜି ବିଧାନସଭାରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ବିଧାନସଭାକୁ ସୁରୁଖୁରୁ ଭାବେ ଚଳାଇବା ଲାଗି ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଆମେଏସଆଇଟି ନୁହେଁ ବରଂ ସିବିଆଇ ତଦନ୍ତପାଇଁ ଦାବି କରୁଛୁ ବୋଲି କହି ବିରୋଧୀଦଳ ପୁଣି ଥରେ ହଙ୍ଗମା ଆରମ୍ଭ କରିଦେଇଥିଲେ । ପରିସ୍ଥିତିକୁ ଦେଖି ଏବେ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ରଖାଯାଇଛି ।ଅନ୍ୟପକ୍ଷରେ ପରୀକୁ ନ୍ୟାୟ ଓ ଅରୁଣସାହୁଙ୍କ ଇସ୍ତଫା ଦାବି କରି ବିଜେପି କର୍ମୀମାନେ ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ରାଲି ବାହାର କରିଥିଲେ ।ସେମାନଙ୍କୁ ବାଟରେ ପୁଲିସ୍ ଅଟକାଇଥିଲା ।ସେହିପରି ଯୁବ କଂଗ୍ରେସ ପକ୍ଷରୁ ମଧ୍ୟରାଲି କରାଯାଇଛି । ମନ୍ତ୍ରୀ ଅରୁଣ ସାହୁଙ୍କଇସ୍ତଫା ଦାବି କରି ଲୋୟର ପିଏମଜିରେଯୁବ କଂଗ୍ରେସ କର୍ମୀ ରାଲି କରି ବ୍ୟାରିକେଡ୍ଭାଙ୍ଗି ଆଗକୁ ବଢ଼ିଲା ବେଳେ ଗିରଫହୋଇଥିଲେ । ଶତାଧିକ ଯୁବ କଂଗ୍ରେସକର୍ମୀଙ୍କୁ ପୁଲିସ୍ ଗିରଫ କରିଛି ।ବିଧାନସଭା ଆଗରେ ହଠାତ ୧୦ରୁ୧୫ଜଣ ଯୁବକ ପରୀ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା କରି ବିଧାନସଭା ପରିସରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ । ପରୀରପରିବାରକୁ ନ୍ୟାୟ ଦାବିରେ ବିଧାନସଭାର୧୦ ନମ୍ବର ଗେଟ୍ ଦେଇ ପଶିବାକୁ ଉଦ୍ୟମକଲାବେଳେ ସୁରକ୍ଷା କର୍ମି ମାନେ ସେମାନଙ୍କୁଜୋରଜବରଦସ୍ତ ଅଟକାଇଥିଲେ । ଏମାନେକେଉଁ ରାଜନୈତିକ ଦଳର ଜଣାପଡ଼ିନାହିଁ

- Advertisement -ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ଚାଲିଛି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ଚାଲିଛି  ।

Latest article

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଟ୍ରାଏଲ୍ ରୁମରେ ଝିଅର ସୁଟିଂ ପାଇଁ ଯୁବକ ବନ୍ଦୀ ।

କେନ୍ଦୁଝର,ତା,୧୫/୧, ଗୁରୁବାର ଦିନ ସହରର ଏକ ସପିଂ ମଲ୍ର ଟ୍ରାଏଲ ରୁମରେ ପୋଷାକ ବଦଳୁଥିବା ବେଳେ ଜଣେ ଝିଅର ଫଟୋ ଏବଂ ଭିଡିଓକୁ ଗୁପ୍ତରେ...