ପୁରୀ,୨୮/୧୧; ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ଅପରାହ୍ନ୩ଟା ଯାଏ ବୀର ବେଶରେ ରହିଥିଲେ ବଡ଼ ଠାକୁର । ପରେ ପରମ୍ପରା ମୁତାବକ ବେଶ ଓଲାଗି କରାଯାଇଛି ।ଅପରାହ୍ନ ୪ଟାବେଳେ ତିନି ଦିଅଁଙ୍କ ଠାରେ ଲାଗିହୋଇଥିବା ନାଗାର୍ଜୁନ ବେଶକୁ ଓହ୍ଲାଇ ଅଣାଯାଇଛି ।ଏହାପୂର୍ବରୁ ସକାଳ ଧୂପ, ବାଳଭୋଗ ଓ ଭୋଗ ମଣ୍ଡପନୀତି ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ବିରଳବେଶ ଶ୍ରୀମନ୍ଦିର ତତ୍ତ୍ୱାବଧାନରେ ରହିବ । ତେବେ ସେବାୟତଙ୍କ ଭିତରେ ବିବାଦ କାରଣରୁ ନିତି ବିଳମ୍ବିତ ହୋିଥିବା କହିଛନ୍ତି ପୁରୀ ଜିଲ୍ଳାପାଳ ବଲୱନ୍ତ ସିଂ । ସ୍ୱତନ୍ତ୍ରବେଶ ପାଇଁ ଅଧିକ ସେବାୟତଙ୍କୁ ନିୟୋଜିତ କରାଯାଇଥିଲା । ସୁରୁଖୁରୁରେ ସମସ୍ତ କାମ ଚାଲିଥିବାରୁ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାପାଳ । ପ୍ରଶାସନର କଟକଣା ମାନି ବାହାରୁ ପୁରୀକୁ ଭକ୍ତ ଆସିନଥିବାରୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପଟେ ଆଜି ପୁରୀରେ ସେବାୟତ ମାନଙ୍କ ମଧ୍ୟରେବିବାଦ ଯୋଗୁଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ନାଗାର୍ଜ୍ଜୁନ ବେଶ ମଧ୍ୟବିଳମ୍ବ ହୋଇଛି । କରୋନା କଟକଣା ଯୋଗୁଁ ସୀମିତ ସେବାୟତଙ୍କୁ ନେଇ ନାଗାର୍ଜ୍ଜୁନ ବେଶ ହେବାକୁ ଥିବା ବେଳେଏକାଧିକ ସେବାୟତଙ୍କ ପ୍ରବେଶକୁ ନେଇ ଦେଖା ଦେଇଥିଲାବିବାଦ ।
ଯାହା ଫଳରେ ଅର୍ଦ୍ଧ ରାତିରୁ ନାଗାର୍ଜ୍ଜୁନ ବେଶ ପାଇଁନୀତିକାନ୍ତି ଆରମ୍ଭ ହୋଇଥିଲେ ସୁଦ୍ଧା ମହାପ୍ରଭୁଙ୍କ ନାଗାର୍ଜ୍ଜୁ ବେଶ ହେବାରେ ବିଳମ୍ବ ହୋଇଛି ।ଶ୍ରୀମନ୍ଦିରରେ ଭଣ୍ଡାର ମେକାପ, ଖୁଣ୍ଟିଆ ସେବାୟତ ଓସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶରେ ବିଳମ୍ବ ହୋଇଥିଲା । ନିର୍ଦ୍ଧାରିତ ସଂଖ୍ୟାଠାରୁଅଧିକ ସେବାୟତ ମନ୍ଦିରରେ ପ୍ରବେଶ କରିବାରୁ ତିନି ସେବାୟତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତେବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ଏହି ବିବାଦରସମାଧାନ ହୋଇଥିଲା । ଆଜି ମାତ୍ର ଅଢେଇ ଘଣ୍ଟା ପାଇଁ ମହାପ୍ରଭୁଙ୍କୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତକରାଯାଇଥିଲା । ସକାଳ ୭ଟାରେ ବେଶ ହୋଇ ସକାଳ ୯.୩୦ରେ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ ଓଗାଳ କରାଯାଇଥିଲା । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ବୀରବେଶରେ ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଥିଲେ । ଦୁଇଠାକୁରଙ୍କ ମସ୍ତକରେ ହାଣ୍ଡିଆ ଶୋଭା ପାଉଥିବା ବେଳେ ଉଭୟ ଢେଣୁ, ଶିଙ୍ଗା,ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ଧାରଣ କରିଥିଲେ । ନାଗାର୍ଜୁନ ବେଶରେହାଣ୍ଡିଆ ଶିରସ୍ତ୍ରାଣକୁ ଭଣ୍ଡି ଫୁଲ ଓ କଦମ୍ବ ଫୁଲ କାଠିରେ ସଜାଇ ଶ୍ରୀ ବଳଭଦ୍ରଓ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଖଞ୍ଜି ଦିଆଯାଇଛି ।
ହାଣ୍ଡିଆ ଉପରେ ପାଉଳି,ଚନ୍ଦ୍ରହାର, ବେଙ୍ଗପାଟିଆ, ସୂର୍ଯ୍ୟ, ଚନ୍ଦ୍ର ଇତ୍ୟାଦିରେ ସଜିତ ହୋଇଛି । ମହାପ୍ରଭୁଙ୍କ ପୃଷ୍ଠଦେଶର ଉଭୟ ପାର୍ଶ୍ୱରେ ତୀରପୂର୍ଣ୍ଣ ତୁଣୀର ସହିତ ଅନ୍ୟାନ୍ୟ ଅସ୍ତ୍ରମାନଖଂଜା ଯାଇଛି । ପ୍ରାରମ୍ଭରେ ବେଶକାରୀ ମାନେ ଠାକୁରମାନଙ୍କୁ ପାଟବସ୍ତ୍ର,ସିରକାପଡ଼ା, ଫୁଟା ପହରଣ, ବଳା ଇତ୍ୟାଦି ଲାଗି କରିବା ପରେ ସିଲ୍କକନାରେ ପ୍ରସ୍ତୁତ ବେଶ ପିନ୍ଧାଇଥିଲେ ।ମଙ୍ଗଳ ଆଳତି, ଅବକାଶ ଓ ମଇଲମ ପରେ ବେଶ ଅନୁଷ୍ଠିତ ହୋଇଛି ନାଗାର୍ଜୁନ ବେଶ । ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ନାଗାବେଶରେ ସଜ୍ଜିତ ହୋଇଥିବାବେଳେ ଦେବୀ ସୁଭଦ୍ରା ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରଭୂଷିତା ହୋଇ ତ୍ରିଭୁବନେଶ୍ୱରୀ ବେଶରେ ସଜ୍ଜିତା ହୋଇଛନ୍ତି । ତେବେ ଏଥରକରୋନା ଯୋଗୁଁ କଟକଣା ଭିତରେ ଅନୁଷ୍ଠିତ ହୋଇଛି ବେଶ ।
ଶ୍ରୀମନ୍ଦିରକୁଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ କେବଳ ସେବକ ଓ ନିୟୋଜିତ ପ୍ରଶାସକ ଏହି ବିରଳ ବେଶ ଦର୍ଶନର ସୁଯୋଗ ପାଇଇଛନ୍ତି । ପୁରୀ ଜିଲ୍ଲାପାଳବଲୱନ୍ତ ସିଂଙ୍କୁ ଗଣମାଧ୍ୟମ ପକ୍ଷରୁ ବେଶ ଦର୍ଶନର ଅନୁଭୂତି ସଂପର୍କରେ ପ୍ରଶ୍ନକରାଯିବା ପରେ ସେ “”ଏହା ଅବର୍ଣ୍ଣନୀୟ” ବୋଲି କହିଥିଲେ । ଶ୍ରୀମନ୍ଦିରର ପ୍ରମୁଖ ସେବକ ଭିତରଛ ମହାପାତ୍ର, ତଳିଛ ମହାପାତ୍ରଙ୍କଉପସ୍ଥିତିରେ ପୁଷ୍ପାଳକ ସେବକମାନେ ଏହି ବେଶ କରାଇଛନ୍ତି । ଏଥିରେ ଖୁଣ୍ଟିଆଓ ମେକାପ ସେବକମାନେ ସହାୟତା କରିଥିବା ବେଳେ ଏହା ଏକ ଜଜମାନିବେଶ ହୋଇଥିବା ହେତୁ ବେଶ ସାମଗ୍ରୀ ଯୋଗାଣକାରୀ ଦାତା, ବେଶ କାରିଗରଉପସ୍ଥିତ ରହିଥିଲେ ।