23 C
Bhubaneswar
Tuesday, May 11, 2021

ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ।

Must read

ବାରିପଦା,୨୭।୧୧: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ୨୦୨୦-୨୧ ରବି କୃଷି ଫସଲ ଚାଷ ପାଇଁ ଜିଲ୍ଲାସ୍ତରୀୟ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲପାଳା ମୟୂରଭଞ୍ଜ, ବିନୀତ ଭରଦ୍ୱାଜା, ଭାପ୍ରସେଙ୍କ ଅଧ୍ୟକ୍ଷତାରେ ବୁଧବାର ପୂର୍ବାହ୍ନରେ ୱେବିନାର ଗୁଗୁଲମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଥିଲା । ୱେବିନାର ଗୁଗୁଲ ମିଟ୍ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୟୂରଭଞ୍ଜ ଦାମୋଦର ସେଠୀ, ଉଦ୍ୟାନ କୃଷି ଉପନିର୍ଦେଶକ ମୟୂରଭଞ୍ଜ, ଶିଶିରକୁମାର ଆଚାର୍ଯ୍ୟ, ଜଳଛାୟା ପ୍ରକଳ୍ପ ନିର୍ଦେଶକ ସୁଭେନ୍ଦୁ କୁମାର ଦାସ,ଡିଆର୍ସିଏସ୍ ମୟୁରଭଞ୍ଜ, ଦମୟନ୍ତିି ସିଂ,କୃଷି ବିଜ୍ଞାନ କେନ୍ଦ୍ର ଶାମାଖୁଣ୍ଟା, ମୟୂରଭଞ୍ଜଡ. ସଂଘମିତ୍ରା ପଟନାୟକ, ପ୍ରମୁଖ ସମେତ ଡିଡିଏମ୍ ନାବାଡ୍, ଏଲ୍ଡିଏମ୍ ଜିଲ୍ଲାର ସମସ୍ତ କୃଷି ଅଧିକାରୀ, ସଂପୃକ୍ତ ଲାଇନ ବିଭାଗ ପଦାଧିକାରୀ ଯୋଗଦେଇ ଜିଲ୍ଲାର କୃଷିଭିତ୍ତିକ ଯୋଜନା କାର୍ଯ୍ୟାକ୍ରମ ଅନ୍ତର୍ଗତ ଚଳିତ ଖରିଫ୍ ଫସଲ ୨୦୨୦ ଏବଂରବି ଫସଲ ୨୦୨୦-୨୧ କାର୍ଯ୍ୟଖସଡା ସଂପର୍କରେ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ବୈଠକରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀଶ୍ରୀ ସେଠୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲା କୃଷିବିଭାଗ ଯୋଜନା କାର୍ଯ୍ୟସୂଚୀ ଉପରେ ପ୍ରଥମେ ଚଳିତ ୨୦୨୦ ଖରିଫ୍ ଫସଲଚାଷ ସଂପର୍କୀତ ଯଥା ଜିଲ୍ଲାର ବୃଷ୍ଟିପାତ,ବଭିନ୍ନ ଫସଲଚାଷ ଓ ଉତ୍ପାଦନର ସ୍ଥିତି,ବିଭିନ୍ନ ପ୍ରକାର ସାର ବ୍ୟବହାର, ବିଭିନ୍ନ କୃଷିଯନ୍ତ୍ରର ଉପଯୋଗ, କୃଷିଋଣ ସହାୟତା, ରାଷ୍ଟି୍ରୟ କୃଷିବିକାଶ ଆଦିଯୋଜନା କାର୍ଯ୍ୟାନ୍ନୟନ ଉପରେ ସମୀକ୍ଷାମୂଳକ ଆଲୋଚନା କରାଯାଇଥିଲା ।ସମୀକ୍ଷାରେ ଚଳିତ ଖରିଫ ଋତୁରେଜିଲ୍ଲାର ମୌସୁମୀ ବୃଷ୍ଟିପାତର ପରିମାଣ୧୧୦୫.୯୦ମିମି ହୋଇଥିବା ବେଳେଏହା ଜିଲ୍ଲାର ସ୍ୱଭାବିକ ବୃଷ୍ଟିପାତର୧୨୨୫.୦୦ମି.ମି. ପରିମାଣରୁ୯.୭୨% କମ୍ ବୃଷ୍ଟିପାତ ହୋଇଛି ।ଜିଲ୍ଲାରେ ଚଳିତ ଖରିଫ ଋତୁରେ ମୋଟ୍୪,୩୭,୦୦୦ ହେକ୍ଟର ଜମିରେ ବିଭିନ୍ନ ଖରିଫ ଫସଲ ଲକ୍ଷ୍ୟଧାର୍ଯ୍ୟରୁ୩,୭୬,୨୯୪ ହେକ୍ଟର ଜମିରେଖରିଫ ଫସଲ ସନ୍ତୋଷଜନକ ଫସଲ ହୋଇଥିବାବେଳେ ଉତ୍ପାଦନ ପରିମାଣବେଶ ଆଶାଜନକ ହେବ ବୋଲି କୃଷିବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ତତ୍ପରେ ଚଳିତ ୨୦୨୧-୨୧ ରବିଫସଲ କାର୍ଯ୍ୟଖସଡା ଉପରେ ବୈଠକରେ ସବିଶେଷ ଆଲୋଚନା କରାଯାଇ ଜିଲ୍ଲାରେଥିବା ବିଭିନ୍ନ ଜଳ ସେଚନ ପ୍ରକଳ୍ପ ଉତ୍ସର ଉପଯୋଗିତାକୁ ଆଧାର କରିମୋଟ୯୯୭୦୦ ହେକ୍ଟର ଜମିରେବିଭିନ୍ନ ରବି କୃଷି ଫସଲ ଚାଷ ପାଇଁଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ଧାନ୫୮୧୧ ହେକ୍ଟର, ଗହମ-୫୬୪ହେକ୍ଟର, ଉନ୍ନତମାନର ମକା-୧୮୩୭ହେକ୍ଟର, ମୁଗ-୧୧୬୫୦ହେକ୍ଟର,ବିରି-୩୦୮୪ହେକ୍ଟର, କୁଳଥ-୭୧୮୪ହେକ୍ଟର ଓ ଅନ୍ୟାନ୍ୟ ଡାଲିଜାତୀୟ ଫସଲ ୧୫,୧୩୨ହେକ୍ଟର,ଚିନାବାଦାମ-୪୧୧୦ହେକ୍ଟର,ସୂର୍ଯ୍ୟମୁଖୀ-୪୪୨ହେକ୍ଟର, ସୋରିଷ-୬୫୮୫ହେକ୍ଟର ଓ ଅନ୍ୟାନ୍ୟ ତୈଳବୀଜଜାତୀୟ ୩୨୧୩ ହେକ୍ଟର, ଆଳୁ୧୩୦୩-ହେକ୍ଟର, ପିଆଜ-୧୮୬୫ହେ. ଓ ଅନ୍ୟାନ୍ୟ ପନିପରିବା ଜାତୀୟଫସଲ ୨୯୬୪୮ ହେକ୍ଟର ଏବଂମସଲା ଜାତୀୟ ଫସଲ ୭୧୭୨ହେକ୍ଟର ଜମିରେ ଫସଲ କରାଯିବା ପାଇଁଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଚଳିତ ରବିଋତୁରେ ବିଭିନ୍ନ ଫସଲ ଚାଷ ପାଇଁମୋଟ୨୬୮୯ କ୍ୱିକ୍ଟାଲ ବିହନ,୧୫୯୯୯ ମେଟ୍ରିକ ଟନ ରାସାୟନିକସାର ଓ ୨୪୩୦୦ ହେକ୍ଟର ଜମିରେଜୈବିକ ସାର ଉପଯୋଗ ପାଇଁ ଯୋଗାଇଦେବାର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ନାବାର୍ଡ କୃଷିସମବାୟ ଓ ରାଷ୍ଟ୍ରାୟତ ବାଣିଜ୍ୟ ବ୍ୟାଙ୍କ ଜରିଆରେ ଆବଶ୍ୟକୀୟ କୃଷି ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ବୈଠକରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଜିଲ୍ଲାର ସମସ୍ତ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ଚାଷୀମାନଙ୍କ ଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ କ୍ଷେତ୍ର ପ୍ରଦର୍ଶନୀ ଫସଲ ଚାଷ ଓ କୃଷି ଭିତିକ ବିଭିନ୍ନଫସଲ ଚାଷ ଦିଗରେ ଦୃଷ୍ଟି ଦେଇଜିଲ୍ଲାରେ ଆୟୋଜନ କରାଯାଉଥିବା ସମସ୍ତ ତାଲିମ କର୍ମଶାଳା / କାର୍ଯ୍ୟକ୍ରମଗୁଡିକର ଫୋଟ/ଭିଡିଓ ଡକୁ୍ୟମେଟେସ ନ୍ସହ ସବିଶେଷ ବିବରଣୀ ପ୍ରସ୍ତୁତ କରିରଖିବା ପାଇଁ ସମସ୍ତ କୃଷି ଓ ସଂପୃକ୍ତଲାଇନ ବିଭାଗ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ସେହି ପରିଜାତୀୟ ଖାଦ୍ୟସୁରକ୍ଷା ମିଶନ, ରାଷ୍ଟ୍ରୀୟକୃଷି ବିକାଶ ଯୋଜନା ଓ ଫସଲ ବୀମାଯୋଜନା କାର୍ଯ୍ୟକ୍ରମର ସଫଳ ରୁପାୟନ ଦିଗରେ ଧ୍ୟାନ ଦେବା ସହିତ କୃଷି ଓକୃଷକ ମାନଙ୍କ ବିକାଶ ପାଇଁ ଲକ୍ଷଧାର୍ଯ୍ୟଥିବା ରିହାତିରେ ଗଭୀର ନଳକୂପଖନନ, ବିଭିନ୍ନ କୃଷି ଯାନ୍ତ୍ରୀକ ଉପକରଣଏବଂ କୃଷି ଉଦ୍ୟୋଗ ବିକାଶ ପାଇଁ ଉଦିଷ୍ଟଥିବା ସୁବିଧା ସୁଯୋଗ ଆଦି ସମସ୍ତ କାର୍ଯ୍ୟକ୍ରମ ତରାନ୍ନିତ କରିବାକୁ ଗୁରୁତତ୍ୱାରୋପ କରାଯାଇଛି । ଏଥି ସହିତ ବୈଠକରେ ୨୭ତମ କୃଷି ବୈଷୟୀକ ପରିଚାଳନା ସଂସ୍ଥା (ଆତ୍ମା) ଯୋଜନା କର୍ଯ୍ୟକ୍ରମ ଉପରେ ଉପସ୍ଥାପିତ କାର୍ଯ୍ୟଖସଡା ସଂପର୍କରେ ସବିଶେଷ ଆଲୋଚନା କରାଯାଇ ୨୦୨୦-୨୧ବର୍ଷର ଖରିଫ ଫସଲ ଚାଷ କାର୍ଯ୍ୟକ୍ରମରେ ଅକ୍ଟୋବର ପର୍ଯ୍ୟନ୍ତ ହୋଇଥିବା ଖର୍ଚ୍ଚ ଏବଂ ରବି ଫସଲ ଚାଷକାର୍ଯ୍ୟକ୍ରମରେ ଚାଷୀମାନଙ୍କ କୃଷି ଭିତିକଦକ୍ଷତା ବିକାଶ ପାଇଁ ପ୍ରସ୍ତାବିତ ଯୋଜନାଅଟକଳ ଅନୁମୋଦନ ନିମନ୍ତେ ନିଷ୍ପତି ନିଆଯାଇଥିଲା ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article