କେନ୍ଦ୍ରାପଡା,୨୭/୧୨; ଜିଲ୍ଲାସ୍ତରୀୟ ପିସି ଏବଂ ପିଏନ୍ଡିଟି ପରାମର୍ଶ ମଣ୍ଡଳୀ ବୈଠକ ସହ ଜିଲ୍ଲାସ୍ତରୀୟ କୋଭିଡ -୧୯ ଟୀକାଦାନ କାର୍ଯ୍ୟନିର୍ବାହୀ ଏବଂ ଜାତୀୟ ପଲସ ପୋଲିଓ ଟୀକାଦାନ ଦିବସ-୨୦୨୧ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାକାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ବୁଧବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପାଇଁ ନିଯୁକ୍ତ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର କର୍ମକର୍ତ୍ତା ଡଃ.ଅର୍ଚ୍ଚନାଗାୟନ, ଜିଲ୍ଲା ମୁଖ୍ୟ ଚିକିସ୍ଥା ଅଧିକାରୀଡା. ଅନିତା ପଟନାୟକ, ଅତିରିକ୍ତ ଜିଲ୍ଲା ଚିକିସ୍ଥା ଅଧିକାରୀ (ପରିବାର କଲ୍ୟାଣ) ଡା.ସଚିଦାନନ୍ଦ ମିଶ୍ର, ଜି.ଡି.ଏସ.ଓ. ଡା.ରାମକୃଷ୍ଣ ଶତପଥୀ, ଜିଲ୍ଲା ସମାଜ କଲ୍ୟାଣଅ ଧିକାରିଣୀ ଚିନ୍ମୟୀ ରଥ, ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲ୍ଲା ପରିଚାଳକ ପ୍ରକାଶ ବାନାର୍ଜୀ, ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା, ଭାରତୀୟ ମେଡିକାଲ ସଙ୍ଘର ସଦସ୍ୟା ଡା. ସ୍ନେହଲତା କାନୁନଗୋ, ଡା. ନିରଞ୍ଜନ ପରିଡା,ଆଇନଜୀବି ଧିରେନ ସାହୁ, ସମାଜସେବୀ ବିରଜା ପ୍ରସାଦ ପତି, ଲଳିତାଞ୍ଜଳି ଦାସପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରେ ଥିବା୧୭ଟି ଅଲଟ୍ରା ସାଉଣ୍ଡ କ୍ଲିନିକର କାର୍ଯ୍ୟଧାରା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।
ସେହି୧୭ଟି ମଧ୍ୟରୁ ୧୨ଟି ଚାଲୁରହିଥିବା ବେଳେ ୩ଟି ଡାକ୍ତରଙ୍କ ଅଭାବରୁ ବନ୍ଦଥିବା ବେଳେ ୨ଟି ଆଇନ ଉଲ୍ଲଙ୍ଘନ କରିଥିବାରୁ ସିଲ କରାଯାଇଛି । ସେହିଭଳି ପଟମୁଣ୍ଡାଇ ଅଚଂଳରେ ଗୋଟିଏ ଏବଂସୂର୍ଯ୍ୟ ନର୍ସିଂହୋମରେ ଅଲଟ୍ରା ସାଉଣ୍ଡକ୍ଲିନିକ ଖୋଲିବା ନିମନ୍ତେ ଆବେଦନ ପତ୍ର ବିଚାରଧିନ ରହିଛି । କେତେକ ଅଲଟ୍ରାସାଉଣ୍ଡ କ୍ଲିନିକରେ ଲିଙ୍ଗ ନିରୂପଣ ଏବଂଗର୍ଭପାତ କରାଯାଉଥିବା ସମାଜସେବୀ ଶ୍ରୀପତି ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ବର୍ମା ସେଥିପ୍ରତି ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲା ପ୍ରଶାସନ ସଜାଗ ଅଛି ବୋଲି କହି ଅଭିଯୋଗ ଆସିଲେ ସେହି ଅଲଟ୍ରାସାଉଣ୍ଡ କ୍ଲିନିକକୁ ଜବତ କରି ସିଲ କରିଦିଆଯିବ ବୋଲି କହିଥିଲେ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଡଃ.ନାୟକ ବକ୍ତବ୍ୟରେ ଜିଲ୍ଲାରେ ଆଶା ଓ ଅଙ୍ଗନୱାଡିକର୍ମୀ ୭୯୭୨ଜଣ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ବେଳେ ୯ଟି ବ୍ଲକରେ୪୪ଟି ଶୀତଳ ଭଣ୍ଡାର ୩୧ଟି ଶୀତଳ ସବସେଂଟର ଏବଂ ୯୨୬ଟି ଉପକେନ୍ଦ୍ରଦ୍ୱାରା ଶୁନରୁ ୫ବର୍ଷ ଶିଶୁଙ୍କୁ ତା୧୭.୦୧.୨୦୨୧ ରୁ୧୯.୦୧.୨୦୨୧ମଧ୍ୟରେ ପଲସବୁନ୍ଦା ଖୁଆଯିବ ବୋଲି ସୂଚନା ଦେଇଥିଲେ ।
ଜିଲ୍ଲାରେ ବର୍ତ୍ତମାନଟୀକାଦାନ ଶତକଡା ୮୫ ଥିବା ବେଳେଏହାକୁ ଶତ ପ୍ରତିଶତ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇ ନୂତନ ଭାବେ ନିଆଯାଇଥିବା ୧୧୩ଟି ଟୀକାଦାନ କେନ୍ଦ୍ରରେ ଯେପରି ସମସ୍ତ ଦୁର୍ଗମ ଅଂଚଳସହ ଜିଲ୍ଲାର ସବୁ ଅଚଂଳରେ ଟୀକାଦାନ କାର୍ଯ୍ୟକ୍ରମ ଶତ ପ୍ରତିଶତ ସଫଳତା ଲାଭହେବ ସେଥିପ୍ରତି ଯନôବାନ ହେବାକୁନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ମହାମାରୀ କୋଭିଡ-୧୯ (କରୋନା)ଟୀକା ଆସନ୍ତା ବର୍ଷ ଜାନୁଆରୀ କିମ୍ବାଫେବୃୟାରୀ ମାସରୁ ଆପାତତଃ ଆରମ୍ଭହେବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେବା ସହ ଏଦିଗରେ ସମସ୍ତସହକାରୀ ନର୍ସ ସେବୀକା(ଏ.ଏନ.ଏମ.)ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ତାଲିମ ନେଇ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁତ୍ୱରାନ୍ୱିତ କରିବା ଉପରେ ଜିଲ୍ଲାପାଳଗୁରୁତ୍ୱା ରୋପ କରିଥିଲେ । ଜିଲ୍ଲାରେ ସଂକ୍ରମଣ ହାର ବହୁତ କମ ଅଛି ।ବର୍ତ୍ତମାନ ଶିତଋତୁ ଆସିଯାଇଥିବାରୁ ସମସ୍ତ ଜନସାଧାରଣ ମାକ୍ସ ପିନ୍ଧିବା ଏବଂସାମାଜିକ ଦୂରତା ବଜାୟ ରଖିସଚେତନତା ଅବଲମ୍ବନ କରିବାକୁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଥିଲେ ଜିଲ୍ଲାପାଳ । ସ୍ୱାସ୍ଥ୍ୟ ବିଭାଗ ଏବଂ ଜନସାଧାରଣଙ୍କ ସହଯୋଗରେ ଜିଲ୍ଲାପ୍ରଶାସନର ପଦକ୍ଷେପ ଦ୍ୱାରା କୋଭିଡସଙ୍କ୍ରମଣ ଏବଂ ମୃତୁ୍ୟହାର ବହୁତ କମଥିବା ବୈଠକରେ ସର୍ବସମ୍ମତ ମତ ପ୍ରକାଶପାଇଥିଲା । କୋଭିଡ ଟୀକା ଆସିବା ମାତ୍ରେଜିଲ୍ଲାରେ ସଠିକ ଭାବେ ଏକ ବ୍ୟବସ୍ଥିତଢଙ୍ଗରେ ସମସ୍ତଙ୍କୁ ଉପଲବ୍ଧ କରାଯିବାଦିଗରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଶିକ୍ଷା ବିଭାଗ ଓ ପୋଲିସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।