29.1 C
Bhubaneswar
Saturday, July 24, 2021

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ଅଚଳ ।

Must read

ଭୁବନେଶ୍ୱର,୨୭୧୧: ପରୀ ମୃତ୍ୟୁମାମଲାକୁ ନେଇ ଆଜି ବିଧାନସଭାରେ ପ୍ରବଳ ହୋହଲ୍ଲା ହୋଇଥିଲା । ଏହି ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଉଠିଥିବା ବେଳେ ତାଙ୍କ ଇସ୍ତଫା ଦାବିରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ହଙ୍ଗାମା କରିଥିଲେ । ପରୀର ଅଭିଭାବକ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଅଭିଯୋଗ ଆଣିଥିବା ଯୋଗୁଁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖାଯାଇଥିଲା ।ପରେ ଏହି ମାମଲାରେ ଗୃହରେ ବିବୃତି ରଖିଥିଲେ ମନ୍ତ୍ରୀ ଅରୁଣ ସାହୁ । କହିଲେ ପରୀ ନ୍ୟାୟ ପାଉ । ସେ କହିଛନ୍ତି-ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ମୁଁ ଗଭୀର ମର୍ମାହତ । ହିଂସାକୁ ମୁଁ ବିରୋଧ କରେ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି । ଯିଏ ବି ଏହିଘଟଣା ପଛରେ ଜଡ଼ିତ ଥାଆନ୍ତୁ, କାର୍ଯ୍ୟାନୁଷ୍ଠାନ ହେଉ । ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ । ଅରୁଣଙ୍କ ବିବୃତ୍ତି ବେଳେ ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି ରଖିଥିଲେ । ପରେ ଗୃହକୁ ଆସନ୍ତାକାଲି ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ଅନ୍ୟ ପକ୍ଷରେ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛନ୍ତି ।

ଏହା ସହ ମନ୍ତ୍ରୀଙ୍କୁ ବହିଷ୍କାର କରା ନଗଲେ ଗୃହ ଚଳାଇ ଦେବୁନି ବୋଲି କହିଛନ୍ତି ।ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ଦେବା ଗ୍ରହଣୀୟ ନୁହେଁ । କାରଣ ପୂର୍ବରୁ ଏଭଳି ନିର୍ଦେଶ ଦିଆଯାଇଥିଲେ ମଧ୍ୟ କେଣସି ସୁଫଳ ମିଳିପାରି ନାହିଁ ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ତାଙ୍କନାଁରେ ତିନୋଟି ବଡ ଅଭିଯୋଗ ଆଣି ଅରୁଣଙ୍କ ଇସ୍ତଫାଦାବି କରିଛନ୍ତି । ସେ କହିଛନ୍ତ, ଅରୁଣ ସାହୁଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହଉଛି । ତାଙ୍କସରକାରୀ ବାସ ଭବନରେ ଛବି ବୋଲି ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ଏହି ଘଟଣାର ସଠିକତଦନ୍ତ ହଲେନି । ଘଟଣାକୁ ଘୋଡାଇ ଦିଆଗଲା ।ଦ୍ୱିତୀୟରେ ବମିଖାଲଠୁ ଧରି ସମ୍ୱଲପୁର ପର୍ଯ୍ୟନ୍ତ ପଣ୍ଡାକନଷ୍ଟ୍ର୍ରକସନ ଦ୍ୱାରା ତିଆରି ହୋଇଥିବା ଯେତିକି ବ୍ରିଜ ଭୁଶୁଡିଥିଲା । ସେଥିରେ ମଧ୍ୟ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ସାଲୁଜା ଅଭିଯୋଗ କରିଛନ୍ତି ଏହି ଘଟଣାକୁ ବି ଚାପିଦିଆଗଲା ବୋଲି ସେ କହିଛନ୍ତି ।

ତୃତୀୟରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ଘଟଣାରେ ତଦନ୍ତପାଇଁ ଯେଉଁ ସମୟରେ ଅଫିସରମାନ ମନ୍ତ୍ରୀଙ୍କ ଘରକୁ ଯାଇଥିଲେ ସେ ତାଙ୍କ ରିପୋର୍ଟକୁ ଚିରି ଦେଇଥିଲେ । କ୍ରାଇମବ୍ରାଞ୍ଚର ଅଫିସରମାନ ମଧ୍ୟ ମନ୍ତ୍ରୀଙ୍କୁ ଭୟ କରିକାହାକୁ ଅଭିଯୋଗ କରି ନଥିଲେ । ମନ୍ତ୍ରୀ ଥାଇ ମନ୍ତ୍ରୀ ଯଦି କ୍ରାଇମବ୍ରାଞ୍ଚର ରିପୋର୍ଟ ଚିରି ଦିଅନ୍ତି, ତା’ହେଲେ ଆମେ କେମିତି କ୍ରାଇମବ୍ରାଞ୍ଚର ତଦନ୍ତକୁ ବିଶ୍ୱାସ କରିବୁ ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି । ଏଥିପାଇଁ ପରୀ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତାର ତଦନ୍ତ କରୁ । ଗତକାଲି ଯେଉଁ ଭିଡିଓ ଭାଇରାଲ ହେଉଛିତାର ମଧ୍ୟ ଶୀଘ୍ର ତଦନ୍ତ କରାଯାଉ । ବୁଧବାର ବିଧାନ ସଭାରାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥିରେ ବିରୋଧୀ ଦଳର ବିଧାୟକ ମାନ ସନ୍ତୁଷ୍ଟନାହାନ୍ତି । ଯଦି ଅଭିଯୋଗ ପ୍ରମାଣିତ ହୁଏ, ତା’ହେଲେ ତୁରନ୍ତ ମନ୍ତ୍ରୀ ଅରୁଣଙ୍କୁ ଗିରଫ କରାଯାଉ ବୋଲି ଏହି କଂଗ୍ରେସ ବିଧାୟକ ଦାବି କରିଛନ୍ତି । କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଛନ୍ତି ଯେ, କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରାଯାଉ । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରାଯାଉ । ଯେହେତୁ ଅରୁଣ ସାହୁ ଏବେ ମନ୍ତ୍ରୀ ଅଛନ୍ତି ତଦନ୍ତ ପ୍ରକ୍ରିୟା ବାଟବଣା କରିବାକୁ ଚେଷ୍ଟା କରିବେ ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article