27.1 C
Bhubaneswar
Sunday, August 1, 2021

ସ୍ଥଳଭାଗ ଛୁଇଁଲା ପରେ ନିଭାର ଦୁର୍ବଳ ।

Must read

ଚେନ୍ନାଇ,ତା,୨୭/୧୧: ଗୁରୁବାର ପ୍ରତ୍ୟୁଷରେ ସାମୁଦ୍ରିକ ବାତ୍ୟା “ନିଭାର’ ସ୍ଥଳଭାଗରେ ପ୍ରବେଶ କରିବା କାରଣରୁ ତାମିଲନାଡୁରେ ଅନ୍ୟୂନ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିିଛି ଏବଂଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ବାତ୍ୟା ଯୋଗୁଁ ଓ ପୁଡୁଚେରୀ ଓ ତାମିଲନାଡୁରେ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି । ତାମିଲନାଡୁର ଅତିରିକ୍ତ ସଚିବ ଅତୁଲ୍ୟ ମିଶ୍ରକହିଛନ୍ତି, ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି ।୧୦୧ଟି ଚାଳଘର ଭାଙ୍ଗିଯାଇଛି ଏବଂ ଉପୁଡ଼ି ପଡ଼ିଥିବା୩୮୦ଟି ଗଛ ହଟାଇ ଦିଆଯାଇଛି । ଅତ୍ୟାବଶ୍ୟକ ସେବାପୁଣି ସମ୍ପୂର୍ଣ୍ଣରୂପେ ଚାଲୁ ହୋଇଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀଅମିତ ଶାହା ତାମିଲନାଡୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତିୟ

ସାମୁଦ୍ରିକ ବାତ୍ୟାସ୍ଥଳ ଭାଗରେ ପ୍ରବେଶ କରିବା ପରେ କେନ୍ଦ୍ର ସରକାର ତାମିଲନାଡୁ ଓ ପୁଡୁଚେରୀ ଉପରେତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ସହାୟତା ନିମନ୍ତେ “ଏନଡିଆର୍ଏଫ୍’ କର୍ମଚାରୀମାନେ କ୍ଷେତ୍ରବିଶେଷରେ ଉପସ୍ଥିତ ଅଛନ୍ତି ।ବାତ୍ୟା ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ବତାସ ଥମିଥିଲେ ହେଁ ବର୍ଷା ଲାଗିରହିଛି । ତେବେ ବାତ୍ୟା ଯୋଗୁ ବୁଧବାର ଠାରୁ ତାମିଲନାଡୁରେ ବାତିଲ ବିମାନ, ମେଟ୍ରୋ ଓବସ୍ ସେବା ଗୁରୁବାର ପୁଣି ଆରମ୍ଭ ହୋଇଯାଇଛି । ପୂର୍ବାହ୍ନରେ ଚେନ୍ନାଇ ବିମାନ ବନ୍ଦରପୁଣି ସେବା ଆରମ୍ଭ କରୁଥିବା ନେଇ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଥିଲେ । ତେବେ ଯାତ୍ରୀମାନଙ୍କୁ ସେବା ପ୍ରଦାନକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ ।ସେହିପରି ମେଟ୍ରୋ ରେଳ ସେବା ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ଜଣାପଡିଛି ।

ତେବେଭିଲ୍ଲିପୁରମ, କୋଡାଲୁର, ନାଗପ…ିନମ, ତିରୁଭରୁର, ତାଞ୍ଜାଉର ଓ ପୁଡୁକୋଟାଇ ଜିଲ୍ଲାକୁରାଜ୍ୟ ପରିବହନ ବିଭାଗର ବସ୍ ଚଳାଚଳ ବନ୍ଦ ରହିଛି । ଦକ୍ଷିଣ ରେଳ କର୍ତ୍ତୃପକ୍ଷ ଉପନଗରୀୟଟ୍ରେନ ସେବା ଆରମ୍ଭ କରିବେ ବୋଲି କହିଛନ୍ତି । ବାତ୍ୟା ନିଭାର ଗୁରୁବାର ପ୍ରତ୍ୟୁଷରେଉପକୂଳକୁ ପ୍ରବେଶ କରିବା ପରେ ଦୁର୍ବଳ ହୋଇପଡିଛି । ଅତିଭୀଷଣ ଘୂର୍ଣ୍ଣିବାତ୍ୟାରୁ ଏହା ଘୂର୍ଣ୍ଣି ବାତ୍ୟାରେ ପରିଣତ ହୋଇଥିବାବେଳେ କ୍ରମଶଃ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚିତକରିଛନ୍ତି । ତେବା ଭୀଷଣ ଝଡତୋଫାନ ଓ ବର୍ଷାରେ ବଡ଼ବଡ ବୃକ୍ଷ ଉପୁଡିପଡିଭା ଯୋଗୁ କେତେକ ସ୍ଥାନରେ ରାସ୍ତା ଅବରୋଧ ହୋଇଥିବା ବେଳେବିର୍ସ୍ତିଣ୍ଣ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article