32.1 C
Bhubaneswar
Friday, June 25, 2021

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

Must read

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି ।ବର୍ତ୍ତମାନ ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳା ସଦସ୍ୟା ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି । ରାଜ୍ୟରେ ଗ୍ରାମପଞ୍ଚାୟତ ଗୁଡ଼ିକ ଦ୍ୱାରା ପ୍ରାୟ୫୧ ହଜାର ହେକଫର ପରିମିତ ଜଳଉତ୍ସରେ ୬୪ ହଜାର ପଞ୍ଚାୟତ ପୋଖରୀର ପରିଚାଳନା କରାଯାଉଅଛି ।ଏହି ପୋଖରୀଗୁଡ଼ିକୁ ପଞ୍ଚାୟତର ରାଜସ୍ୱ ବୃଦ୍ଧିପାଇଁ ବାର୍ଷିକ ଲିଜ୍ ଆକାରରେ ମାଛ ଚାଷପାଇଁ ଦିଆଯାଉଅଛି । ଏହି ପରିପ୍ରେକ୍ଷୀରେ୨୦୧୮ ମସିହାରେ ମତ୍ସ୍ୟ ଓ ପ୍ରାଣୀ ସଂପଦବିଭାଗ ଓ ମିଶନ ଶକ୍ତି ନିର୍ଦେଶଳୟ ସହଭାଗିତାରେ “ମିଶନ ଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା “ପଞ୍ଚାୟତ ପୋଖରୀରେ ମାଛ ଚାଷ’ ନାମକ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ଆରମ୍ଭ କରିଅଛନ୍ତି । ଏହି ଯୋଜନାରେ ମିଶନ ଶକ୍ତିଏସ୍ଏଚ୍ଚିମାନଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଦୀର୍ଘମିଆଦୀ ସୂତ୍ରରେ ଅଗ୍ରାଧିକାର ଭିତ୍ତିରେ ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକୁ ଲିଜ୍ଆକାରରେ ପ୍ରଦାନ କରାଯାଉଅଛି ।

ଲିଜ୍ଚୂଡ଼ାନ୍ତ ହେବା ପରେ ପ୍ରତ୍ୟେକ ଏସ୍ଏଚ୍ଚି ଲିଜ୍ମୂଲ୍ୟ ବାବଦକୁ ପ୍ରତି ବର୍ଷ ଏକର ପିଛା୨୦୦୦ ଟଙ୍କା ଜମା କରୁଅଛନ୍ତି । ପ୍ରତ୍ୟେକ ମାସରେ ବ୍ଲକ୍ ଏବଂ ଜିଲ୍ଲାସ୍ତରୀୟ ମତ୍ସ୍ୟଅଧିକାରୀ ମାନେ ମହିଳା ଗୋଷ୍ଠୀମାନଙ୍କୁ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି ।ଏହି ଯୋଜନାରେ ମିଶନ ଶକ୍ତିଗୋଷ୍ଠୀ ମାନଙ୍କୁ ହେକଫର ପିଛା ୯୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଅଛି ଯାହାକିମାଛ ଉତ୍ପାଦନ ଖର୍ଚ୍ଚର ୬୦ ପ୍ରତିଶତ ଅର୍ଥଅଟେ । ଯୋଜନାର ସଫଳ ରୂପାୟନ ପାଇଁମିଶନ ଶକ୍ତି ଗୋଷ୍ଠୀମାନଙ୍କ ନିମନ୍ତେ ନିୟମିତ ତାଲିମ ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ୩୦ଟି ଜିଲ୍ଲାରେ ଟ୍ରେନର ମାନଙ୍କ ପାଇଁଟ୍ରେନିଂ କାର୍ଯ୍ୟକ୍ରମ କରାଯିବା ସହ ସେମାନଙ୍କ ମଧ୍ୟରୁ ୧୨୯୬ ଜଣ ଏସ୍ଏଚ୍ଚି ସଦସ୍ୟାଙ୍କୁ ମାଷ୍ଟର ଟ୍ରେନର ଭାବେ ଚୟନ କରାଯାଇଛି,ଯେଉଁମାନେ କି ମାଛଚାଷରେ ସଂପୃକ୍ତ ଗୋଷ୍ଠୀମାନଙ୍କୁ ବ୍ଲକରେ ତାଲିମ ପ୍ରଦାନକରୁଛନ୍ତି । ପୋଖରୀ ପ୍ରସ୍ତୁତି, ମାଛ ବିହନଚୟନ, ପରିବହନ ଏବଂ ଯାଁଳ ଛାଡ଼ିବା, ମାଛଖାଦ୍ୟ ପରିଚାଳନା, ଜଳର ମାନପରିଚାଳନା, ମାଛର ସ୍ୱାସ୍ଥ୍ୟ ବୃଦ୍ଧି, ଅମଳ,ଅମଳ ପରିବର୍ତ୍ତୀ ପରଚାଳନା ଏବଂବ୍ୟବସାୟ ସଂପର୍କରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ୟ ୨୦୧୮-୧୯ ଏବଂ୨୦୧୯-୨୦ ଆର୍ଥିକ ବର୍ଷରେ୩୫୭୯.୪୨ ହେକଫର ପରିମିତ୪୪୦୧ଟି ପଞ୍ଚାୟତ ପୋଖରୀକୁ ମିଶନଶକ୍ତି ମହିଳା ଗୋଷ୍ଠୀମାନଙ୍କୁ ମାଛଚାଷ ପାଇଁଲିଜ୍ ସୂତ୍ରରେ ପ୍ରଦାନ କରାଯାଇଛି ।

୪୦୩୮ଟି ପଞ୍ଚାୟତ ପୋଖରୀରେ ଏପର୍ଯ୍ୟନ୍ତ ପ୍ରାୟ ୮୩ କୋଟି ଟଙ୍କାର ମାଛଉତ୍ପାଦନ ହୋଇଛି । ନିଜ ଘରପାଖରେ ବଜାର ସୁବିଧା ଫଳରେ ଏହି ଜୀବିକା କାର୍ଯ୍ୟକ୍ରମ ବେଶ୍ ସଫଳ ହେବା ସହ ରାଜ୍ୟରମହିଳା ଏବଂ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନକୁ ଅନେକାଂଶରେ ସୁନିଶ୍ଚିତକରିପାରିଛି । ୨୦୧୯-୨୦ ଆର୍ଥିକବର୍ଷରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ୨୩୪୪ଟି ପଞ୍ଚାୟତ ପୋଖରୀରେ ଉନ୍ନତ ମାଛ ଚାଷ କରି ଲାଭବାନ ହୋଇପାରିଛନ୍ତି । ଲକ୍ଡାଉନ୍ ସମୟରେ ୪୩୫୫ଟି ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୨୧ ହଜାର କ୍ୱିଣ୍ଟାଲମାଛ ଉତ୍ପାଦନ କରିଛନ୍ତି ଯାହାର ବଜାର ମୂଲ୍ୟ୩୦.୨ କୋଟି ଟଙ୍କା ଏବଂ ଏଥିରୁ ସେମାନେ୧୫.୧ କୋଟି ଟଙ୍କାର ଲାଭ ପାଇ ପାରିଛନ୍ତି । ଉଭୟ ସହର ଏବଂ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥ ଉପାର୍ଜନର ପନ୍ଥା ଅବଲମ୍ବନକରି ଆତ୍ମର୍ନିଭରଶୀଳ ହେବା ସହ ସାମାଜିକଓ ଅର୍ଥନୈତିକ ଅଭିବୃଦ୍ଧି ମାଧ୍ୟମରେ ଏକଗଠନମୂଳକ ସମାଜ ପ୍ରତିଷ୍ଠା ଦିଗରେ ମିଶନଶକ୍ତି ଇତି ମଧ୍ୟରେ ଦୀର୍ଘପଥ ଅତିକ୍ରମ କରିଛି । ଅନୁକୂଳ ବାତାବରଣ, ସୁହାଇବା ପରିଯୋଜନା ପ୍ରସ୍ତୁତି ଏବଂ ପ୍ରଶାସନିକ ସହାୟତା ମାଧ୍ୟମରେ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶାଏକ ନୂତନ ଶିଖର ଛୁଇଁବାକୁ ଯାଉଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article