32.1 C
Bhubaneswar
Friday, June 25, 2021

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

Must read

ଭୁବନେଶ୍ୱର,୨୫/୧୧:ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ ଫସିଥିବା ପ୍ରେମିକଙ୍କୁ ଜାମିନ୍ ଦେବା ପାଇଁଓଡ଼ିଶା ହାଇକୋର୍ଟ ରୋକଠୋକ୍ ଭାବେମନା କରିଦେବା ସହ ଜାମିନ୍ ପାଇଁ ସେକରିଥିବା ଆବେଦନକୁ ଖାରଜକରିଦେଇଛନ୍ତି । ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଏସ୍.କେ ପାଣିଗ୍ରାହୀଏହି ସମ୍ବେଦନ ଶୀଳ ମାମଲାରେ ଦେଇଥିବା ରାୟରେ ଉଲ୍ଲେଖ କରିଛନ୍ତିଯେ ଏଭଳି ଜଘନ୍ୟ କାଣ୍ଡ ଘଟାଇବା ସହପୀଡ଼ିତାଙ୍କ ସମ୍ମତି ନ ନେଇ ଆପତ୍ତିଜନକଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ସମ୍ପୃକ୍ତ ମହିଳାଙ୍କ ଇଜ୍ଜତର ପ୍ରଶ୍ନ । ଏହାଛଡ଼ା ତାଙ୍କ ସମ୍ମାନ ଓଗୋପନୀୟତା ମଧ୍ୟ ଏଥିରେ କ୍ଷୂର୍ଣ୍ଣ ହେଉଛି

ଏଭଳି କ୍ଷେତ୍ରରେ ପୀଡ଼ିତା ତାଙ୍କମୌଳିକ ଅଧିକାରର ସୁରକ୍ଷା ପାଇଁ ·ହିଁଲେଉପଯୁକ୍ତ ଫୋରମ୍ରେ ଆବେଦନ କରିପାରିବେ । ମାମଲାର ବିବରଣୀରୁ ପ୍ରକାଶ ଯେ ଗତବର୍ଷ କାର୍ତ୍ତିକ ବ୍ରତସମୟରେ ପୀଡ଼ିତାଙ୍କ ଘରେ ଅନ୍ୟମାନେ ଅନୁପସ୍ଥିତ ଥିବା ବେଳେ ପ୍ରେମିକ ଜଣକଘରେ ପହଞ୍ଚି ତାଙ୍କୁ ବଳାକ୍ରାର କରିବାସହ ମୋବାଇଲରେ ଏହି ଅଘଟଣର ଫଟୋଚିତ୍ର ଉତ୍ତୋଳନ କରିଥିଲେ । ଏସଂକ୍ରାନ୍ତରେ ପୀଡ଼ିତା ତାଙ୍କ ପରିବାର ବର୍ଗଙ୍କୁଜଣାଇବେ ବୋଲି କହିବାରୁ ଅପରାଧୀପ୍ରେମିକ ଜଣକ ତାଙ୍କୁ ଜୀବନରୁ ମାରିଦେବା ଓ ଏହି ଘଟଣା ସେ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିବେ ବୋଲି ଧମକାଇଥିଲେ । ଏହାପରେ ସେ ପୀଡ଼ିତାଙ୍କ ନାମରେ ଏକ ଜାଲ୍ ଫେସବୁକ୍ଆଇଡି ଖୋଲି ସେଥିରେ ଏହି ଆପତ୍ତିଜନକ ଫଟୋଚିତ୍ରର ଭିଡ଼ିଓ ଅପଲୋଡ୍ କରିଥିଲେ । ଏ ସଂକ୍ରାନ୍ତରେ ଜାଣିବା ପରେ ପୀଡ଼ିତା ରାସୋଳ ଥାନାରେଗତ ଏପ୍ରିଲ୍ ୨୭ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବସି ପଡ଼ିଥିଲେ ।

ବହୁ କଷ୍ଟରେ ପୀଡ଼ିତାତାଙ୍କ ଏଫ୍ଆଇଆର୍ ଦରଜ କରିବାରେ ସକ୍ଷମ ହୋଇଥିଲେ । ଏ ସଂକ୍ରାନ୍ତରେ ହିନେ୍ଦାଳ ସବ୍ଡିଭିଜନାଲ ଜୁଡ଼ିସିଆଲ୍ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ଏକ ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ଏହିମାମଲାରେ ଅଭିଯୁକ୍ତ ସୁଭ୍ରାଂଶୁ ରାଉତଓରଫ୍ ଗୁଗୁଲ୍ଙ୍କ ଗିରଫ କରାଯାଇ ଜେଲ୍ହାତରେ ରଖାଯାଇଛି । ପୀଡ଼ିତା ଓଅଭିଯୁକ୍ତ ଗୋଟିଏ ଗାଁର ଏବଂ ସେମାନେମଧ୍ୟ ସହପାଠୀ ଥିଲେ । ଅଭିଯୁକ୍ତ ଜଣେଆଇଟିଆଇ ଡିପ୍ଲୋମାଧାରୀ ଏବଂ ସେ·କିରି ସନ୍ଧାନରେ ରହିଛନ୍ତି । ତାଙ୍କୁଜାମିନ୍ ମିଳୁନଥିବାରୁ ତାଙ୍କ ଭବିଷ୍ୟତଜୀବନ ବରବାଦ ହୋଇଯିବ ବୋଲି ଅଭିଯୁକ୍ତଙ୍କ ପକ୍ଷରୁ ହାଇକୋର୍ଟରେ ଯୁକ୍ତିବା ଯାଇଥିଲା । ଏହାସହିତ ଅଭିଯୁକ୍ତମଧ୍ୟ ପୀଡ଼ିତାଙ୍କୁ ବିନା ସର୍ତ୍ତରେ ବିବାହ କରିବାକୁ ରାଜି ଅଛନ୍ତି ବୋଲି ମଧ୍ୟ ତାଙ୍କଓକିଲ ହାଇକୋର୍ଟରେ ଯୁକ୍ତି ବାଣ୍ଟିଥିଲେ ।ମାମଲାର ନଥିପତ୍ର ଯାଞ୍ଚ କରିବା ସହ ଉଭୟପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଶ୍ରୀ ପାଣିଗ୍ରାହୀ ଦେଶବିଦେଶର ବିଭିନ୍ନ ଆଇନ୍ ଅଦାଲତର ନର୍ଜି ଉପରେ ଆଲୋକପାତ କରିବା ସହଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ଅଭିଯୁକ୍ତଙ୍କଜାମିନ୍ରେ ମୁକୁଳିବା ଅ ।ଶା ବହୁପରିମାଣରେ ମଉଳି ଯାଇଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article