29 C
Bhubaneswar
Saturday, January 16, 2021

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

Must read

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଭୁବନେଶ୍ବର,୨୫/୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ ଗତ ୬ବର୍ଷ ମଧ୍ୟରେ ଓଡ଼ିଶା ଚାଷୀଙ୍କୁ ଯେଉଁ ୬୦ ହଜାର୮୩୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛିବୋଲି କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍ ମନ୍ତ୍ରୀ ଯେଉଁ ଟିପ୍ପଣୀପ୍ରଦାନ କରିଛନ୍ତି ତାହା ଜନମଙ୍ଗଳ ରାଷ୍ଟ୍ରରେ ଏହିସରକାରଙ୍କର ବାହାବା ନେବାରେ ଆବଶ୍ୟକତା ନାହିଁ ।ତଳ ସ୍ତରରୁ ଓଡ଼ିଶାର ଚାଷୀଙ୍କ ବାସ୍ତବ ସ୍ଥିତି ପରଖିବାଏକାନ୍ତ ଜରୁରୀ । ଅନ୍ୟ ପକ୍ଷରେ ଦେଖିଲେ ଆତ୍ମଗାରିମାକରି କେବଳ ପ୍ରଚାର ଓ ପ୍ରସାର କଲେ ଚାଷୀର ବିକାଶହେବା ସମ୍ଭବ ନୁହେଁ ବୋଲି ଆଜି ଭୁବନେଶ୍ୱର ପ୍ରଦେଶକଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକସମ୍ମିଳନୀରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟକୁମାର ପଟନାୟକ କହିଛନ୍ତି । ଶ୍ରୀ ପଟନାୟକ କହିଛନ୍ତିଯେ ତତ୍କାଳୀନ ୟୁପିଏ ସରକାରଙ୍କ ସମୟରେ ଦେଶର ଅନ୍ନଦାତା ଋଣ ବୋଝରେ ଥିବା ୫କୋଟି ଚାଷୀଙ୍କଠାରୁ ୭୨ହଜାର ୬୮୦କୋଟି ଟଙ୍କା ଋଣ ଛାଡ଼ କରିଥିଲେ ।

ଏଥିରେଓଡ଼ିଶା ରାଜ୍ୟର ୨୫ ଲକ୍ଷରୁ ଉଦ୍ଧ୍ୱ ଚାଷୀ ୨୬ହଜାର କୋଟି ଟଙ୍କାର ସିଧାସଳଖ ଋଣବୋଝରୁ ମୁକ୍ତ ହୋଇଥିଲେ ଏବଂ ପ୍ରତିପଂଚାୟତ ସ୍ତରରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଏବଂକେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକର ଭିତିିଭୂମିସୁଦୃଢ଼ୀକରଣ କରାଯାଇଥିଲା । ସେହିପରିଜାତୀୟ ଉଦ୍ୟାନ କୃଷି ମିଶନ, ଖାଦ୍ୟ ନିରାପତ୍ତାମିଶନଠାରୁ ଆରମ୍ଭ କରି ଅନେକଗୁଡ଼ିଏ କୃଷିକୃଷକର ବିକାଶ ପାଇଁ ଯୁଗାନ୍ତକାରୀ ଯୋଜନାକାର୍ଯ୍ୟକାରୀ କରାଯାଇଥିଲା । ବିଶେଷ କରିଚାଷୀକୁ ଅନ୍ୟପାଖରେ ହାତ ନ ପତାଇ କୃଷିଭିତିଭୂମିକୁ ସୁଦୃଢ଼ୀକରଣ କରିବା ସହିତଚାଷୀକୁଳ କିପରି ସଶକ୍ତ ହେବେ ସେଥିପ୍ରତଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବର୍ତମାନ ସରକାରସିଧାସଳଖ ଚାଷୀଙ୍କ କିଛି ଖାତାକୁ ଖାଲି ଟଙ୍କାପଠାଇ ଦେଲେ ହେବ ନାହିଁ । ଚାଷୀପରିସଂଖ୍ୟାନରେ ସମସ୍ତ ଚାଷୀ କିପରି ଏହି ସୁବିଧାପାଇବେ ଏଥିପ୍ରତିି ଗୁରୁତ୍ୱ ଦେବା ଜରୁରୀ ।ଓଡ଼ିଶା ଚାଷୀଙ୍କଠାରୁ ଧାନ କିଣାରେ କେନ୍ଦ୍ରସରକାର ଯେଉଁ ୫୩ହଜାର ୬୮୦ କୋଟି ୨୫ଲକ୍ଷ ଟଙ୍କା ଯୋଗାଇଛନ୍ତି ଏହା ସମୁଦ୍ରକୁ ସଙ୍ଖେ ।କାରଣ କେନ୍ଦ୍ର ଘୋଷିତ ଧାନରେ ସର୍ବନିମ୍ନସହାୟକ ମୂଲ୍ୟ ଆଜି ପର୍ଯ୍ୟନ୍ତ ଚାଷୀ ପାଇ ପାରିଲେନାହିଁ ।

ଫଳରେ ଅଭାବୀ ବିକ୍ରିର ଶିକାର ହୋଇଧାନ କ୍ୱିଂଟାଲ ପିଚ୍ଛା ୧୨ଶହ ରୁ ୧୩ ଶହଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି । ଗୋଦାମ ଓମଣ୍ଡି ବ୍ୟବସ୍ଥା ବିପର୍ଯ୍ୟୟ, ଭାରତୀୟ ଖାଦ୍ୟ ନିଗମଚାଷୀଙ୍କ ଠାରୁ ଧାନ ନ କିଣୁଥିବା ବେଳେ ମିଲର ଓସରକାରଙ୍କ ମଧ୍ୟସ୍ଥିରେ ଧାନ କ୍ରୟ କରାଯାଉଛି । ଏମ.ଏସ୍.ପି କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ସୁନିଶ୍ଚିତ ବ୍ୟବସ୍ଥାକରାଗଲା ନାହିଁ । ତତ୍କାଳୀନ ବିଜେପି ସରକାର ସମୟରେ ଧାନ କ୍ୱିାଂଲରେଏମ.ଏସ୍.ପି ୫୬୦ ଟଙ୍କା ଥିଲା । ୟୁପିଏ ସରକାରର ୧୦ ବର୍ଷ ଶାସନରେ ଏହାରଅଢ଼େଇଗୁଣା ବୃଦ୍ଧି କରାଯାଇ ଧାନ କ୍ୱିଂଟାଲ ୧୩୧୦ଟଙ୍କା କରାଯାଇଥିଲା ।ବର୍ତମାନର ବିଜେପି ସରକାରର ୬ ବର୍ଷ ଶାସନ କାଳରେ ମାତ୍ର ଦେଢ଼ଗୁଣା ବୃଦ୍ଧିକରାଯାଇ କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କା କରାଯାଇଛି । ଏକ କ୍ୱିଂଟାଲ ଧାନଉତ୍ପାଦନରେ ଓଡ଼ିଶାରେ ୨୪୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ସେହି ଅନୁପାତରେଧାନ କ୍ୱିଂଟାଲ ୩୬୦୦ଟଙ୍କା ହେବା ପରିବର୍ତେ ଗତ ବିଧାନସଭାର ସର୍ବ ସମ୍ମତିକ୍ରମେ୨୯୩୦ଟଙ୍କା ନିଷ୍ପତି କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୧୪ନିର୍ବାଚନରେ ସ୍ୱାମୀନାଥନ କମିଟିର ସୁପାରିଷ ଅନୁଯାୟୀ ଧାନ କ୍ୱିଂଟାଲ ଦେଢ଼ଗୁଣାକରିବା କଥା କହିଥିଲେ । କିନ୍ତୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏହା ବୋଧହୁଏ ଭୁଲିଯାଇଛନ୍ତି ।

ଧାନର ଅଭାବୀ ବିକ୍ରି ଓ ସୁବ୍ୟବସ୍ଥିତ ଭାବରେ ଧାନ କ୍ରୟ ପାଇଁ ଉଭୟ ସରକାରଆଜି ପର୍ଯ୍ୟନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି କି?୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଉଭୟ ବିଜେଡ଼ି ଓ ବିଜେପିଦଳ କ୍ଷମତାସୀନ ହେବା ପାଇଁ ଚାଷୀଙ୍କ ହିତ କଳ୍ପେ ଯେଉଁ ବାଦପାଲା କରୁଥିଲେଏଥିରେ ଚାଷୀ କେତେ ସହାୟତା ପାଇଛନ୍ତି, ଖାଲି ଚାଷୀଙ୍କ ସଂଖ୍ୟା ନ କହି ଟଙ୍କାରଟିପ୍ପଣୀ ଦେଲେ ଠିକ୍ ହେବ ନାହିଁ । କାରଣ ଓଡ଼ିଶାରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେଏଥିରେ ଆଜି ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାର କେତେ ଚାଷୀଙ୍କୁ ପିଏମ୍ କିଷାନଯୋଜନା ଓ କାଳିଆ ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି? ଯଦି ୧୬ଲକ୍ଷ ଚାଷୀଙ୍କୁପିଏମ କିଷାନ ଯୋଜନାରେ କେନ୍ଦ୍ର ସରକାର ସହାୟତା ଦେଲେ ଆଉ ଅବଶିଷ୍ଠାଂଶଚାଷୀଙ୍କୁ କାହିଁକି ସହାୟତା ଯୋଗାଇ ଦିଆଯାଇନାହିଁ ବୋଲି ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀପଟନାୟକ ପାଲଟା ପ୍ରଶ୍ନ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସନେତା ଜ୍ଞାନଦେବ ବେଉରା, ପିସିସି ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ବିଷ୍ଣୁଚରଣ ବାରିକ ଓସାଧାରଣ ସଂପାଦକ ଅରବିନ୍ଦ ସାମଲ ଉପସ୍ଥିତ ଥିଲେ ।

- Advertisement -ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ  .

More articles

LEAVE A REPLY

Please enter your comment!
Please enter your name here

- Advertisement -ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ  .

Latest article

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଟ୍ରାଏଲ୍ ରୁମରେ ଝିଅର ସୁଟିଂ ପାଇଁ ଯୁବକ ବନ୍ଦୀ ।

କେନ୍ଦୁଝର,ତା,୧୫/୧, ଗୁରୁବାର ଦିନ ସହରର ଏକ ସପିଂ ମଲ୍ର ଟ୍ରାଏଲ ରୁମରେ ପୋଷାକ ବଦଳୁଥିବା ବେଳେ ଜଣେ ଝିଅର ଫଟୋ ଏବଂ ଭିଡିଓକୁ ଗୁପ୍ତରେ...