23 C
Bhubaneswar
Tuesday, May 11, 2021

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

Must read

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲ୍ଲାପାଳବଲବନ୍ତ ସିଂହ ଓ ଛତିଶାନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତଥିଲେ ।ଏହି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନକୁମାର କହିଛନ୍ତି ଯେ ଅବଢା ଯୋଜନାରେ ହେବାକୁ ଥିବାଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ନାଗାର୍ଜୁନ ବେଶ ରହିବ ।ଏଥିଲାଗି ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । ଶୃଙ୍ଖଳିତ ନୀତିକାନ୍ତି ଉପରେ ବି ଏହି ବୈଠକରେ ଆଲୋଚନାହୋଇଛ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ରାତି୨ଟାରେ ହରଚଣ୍ଡୀ ସାହିରୁ ଶ୍ରୀମନ୍ଦିରକୁ ନାଗାର୍ଜୁନ ବେଶ ଯିବ । ନାଗାର୍ଜୁନ ବେଶରେ ସମସ୍ତ ସେବାୟତ ସହଯୋଗ କରିବେ । ରାତିରେ ବେଶ ସମୟରେ ପୋଲିସ ବ୍ୟବସ୍ଥା ରହିବ । ପତିତପାବନଙ୍କର ନାଗାର୍ଜୁନ ବେଶ ହେବନାହିଁ ।

କୌଣସି ଭକ୍ତସେବାୟତ ବେଶରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ନାଗାର୍ଜୁନ ବେଶଦିନ ଭକ୍ତମାନେ ପତିତ ପାବନଙ୍କ ଦର୍ଶନ କରିପାରିବେ କି ନାହିଁତାହା ସ୍ପଷ୍ଟ ହୋଇନାହିଁ । ଶ୍ରୀମନ୍ଦିର ପ୍ରଶାସନ ଅନଲାଇନ ଦାନପାଇଁ ନାମ ପଞ୍ଜିକରଣ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ନୂଆବର୍ଷ ପୂର୍ବରୁଖୋଲିପାରେ ଶ୍ରୀମନ୍ଦିର । ଡିସେମ୍ବର ଦ୍ୱିତୀୟ କିମ୍ବାତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଏସଓପିଜାରି କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନକୁମାର ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ନାଗାର୍ଜୁନ ବେଶ ଚଳିତମାସ ୨୭ ତାରିଖରେ ହେବ । ପବିତ୍ର କାର୍ତ୍ତିକଦ୍ୱାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହେବ ।ସେହି କାର୍ତ୍ତିକ ମାସରେ ୬ ଦିନ ପଞ୍ଚକ ପଡ଼ୁଥିବାରୁଅତିରିକ୍ତ ଦିନିଟି ନାଗାର୍ଜୁନ ବେଶ ହେବ । ଶେଷଥର ଏହି ବେଶ ୧୯୯୪ରେ ହୋଇଥିଲା ।

ସେତବେଳେ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।ପରିଚାଳନା ଗତ ତ୍ରୁଟି ଯୋଗୁଁ ଭକ୍ତ ପ୍ରାଣ ହରାଇଥିଲେ ।ଏହି ବେଶରେ ମହାପ୍ରଭୁଙ୍କ ବୀର ତଥା ପାର୍ବତ୍ୟ ବେଶରେ ସଜ୍ଜିତ ହୋଇଥା’ନ୍ତି । ଅନ୍ୟ ବେଶଠାରୁ ଏହା ବିରଳ ଓ ଆକର୍ଷଣୀୟ । ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥପୁରୀକୁ ଆସିଥା’ନ୍ତି ।ତଥ୍ୟ ମୁତାବକ ୧୯୬୬, ୧୯୮୩ ଓ ୧୯୯୩ ଓ୧୯୯୪ରେ ଏହି ବେଶ ଅନୁଷ୍ଠିତ ହୋଇଥିଲା । ଏହାପରଠାରୁ ଏ ତିଥି ପଡ଼ିନଥିଲା । ଏହି ବେଶରେ ମହାପ୍ରଭୁଙ୍କ ଯୋଦ୍ଧା ବେଶରେ ସଜା ଯାଇଥାଏ । ମହାପ୍ରଭୁଙ୍କ ଅଣ୍ଟାରେନାଗା ତାଟି ଭିଡ଼ାଯାଏ । ଧନୁଶର ପୂର୍ଣ୍ଣ ତୁଣୀର, କୁଟାରି,ଛୁରି ବାଘନଖ, ଏରାପକ୍ଷୀର ପର ମହାପ୍ରଭୁ ଜଗନ୍ନାଥ ଓବଳଭଦ୍ରଙ୍କ ବେଶ ପାଇଁ ଶ୍ରୀହସ୍ତ, ଶ୍ରୀପୟର ଲାଗିହୋଇଥାଏ । ମହାପ୍ରଭୁ ଉଭୟ ହସ୍ତରେ ଦୁଇଟି ଓଳମାଳିଧରିଥା’ନ୍ତି । ବିଭିନ୍ନ ମାଳିରେ ମହାପ୍ରଭୁଙ୍କ ବେଶହୋଇଥାଏ ।ସୁଭଦ୍ରାଙ୍କ ମସ୍ତକରେ ସୁନାର ମୁକୁଟ, ଚନ୍ଦ୍ରିକା, କର୍ଣ୍ଣଅଳଙ୍କାର ମଧ୍ୟ ଲାଗି ହୋଇଥାଏ । ଏହାକୁ ମହାପ୍ରଭୁଙ୍କ ପର୍ଶୁରାମବେଶ ବୋଲି ମଧ୍ୟ କୁହାଯାଇଥାଏ । ହିମାଚଳ ପ୍ରଦେଶର ଜଣେ ସନାତନ ବ୍ରାହ୍ମଣ ଏହି ବେଶର ପ୍ରଚଳନ କରିଥିବା ଜଣାଯାଏ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article