28 C
Bhubaneswar
Saturday, September 19, 2020

୧୯୮୪ରେ ରାଜୀବ ଗାନ୍ଧିଙ୍କ ବୟାନକୁ ନକଲ କରୁଛନ୍ତି ସୋନିଆ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ନୂଆଦିଲ୍ଲୀ, ୨୭/୨ (ଏଜେନ୍ସି) : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଉତର-ପୂର୍ବ ଦିଲ୍ଲୀର ଜାଫରାବାଦସ୍ଥିତ ମେଟ୍ରୋକୁ ଶାହିନବାଗ ଭଳି ଗତ ଶନିବାର ଅବରୋଧ କରିବାକୁ ଚାହିଁଥିଲେ ଏକ ନିର୍ଦ୍ଦିଷ୍ଟ ସମୁଦାୟର ଲୋକେ । ସେପଟେ ରବିବାର ପୂର୍ବାହ୍ଣରେ ସିଏଏ ସମର୍ଥନରେ ଜାଫରାବାଦରୁ ମାତ୍ର ୧୦୦ ମିଟର ଦୂରରେ ବିଜେପି ନେତା କପିଲ ମିଶ୍ରାଙ୍କ ନେତୃତ୍ୱରେ କେତେକ ହିନ୍ଦୁ ସଂଗଠନ ସଭା କରୁଥିଲେ । ମାତ୍ର ଏହାକୁ ସହିପାରିନଥିଲେ ସିଏଏ ବିରୋଧୀ ଏବଂ ସେମାନେ କପିଲ ମିଶ୍ରା ଓ ତାଙ୍କ ସାତୀଙ୍କ ଉପରକୁ ପ୍ରବଳ ଟେକାପଥର ମାଡ଼ କରିଥିଲେ ।

ପରେ ଏହା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା । ଏହି ଦଙ୍ଗାରୋ ଜଣେ ହେଡ୍କନେଷ୍ଟବଳ ରତନ ଲାଲ ଓ ଇଣ୍ଟେଲିଜେନ୍ସ ବୁ୍ୟରୋ (ଆଇବି)ର ଅଧିକାରୀ ଅଙ୍କିତ ଶର୍ମାଙ୍କ ସମେତ ୩୫ରୁ ଅଧିକ ଲୋକ ମୃତୁ୍ୟବରଣ କରିଥିଲାବେଳେ ୨୦୦ରୁ ଅଧିକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ଆଗକୁ ମଧ୍ୟ ଏହି ମୃତୁ୍ୟ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଏହି ସମୟରେ ଦଙ୍ଗାକୁ କିଭଳି ରୋକାଯାଇପାରବ ଏବଂ ଆଗକୁ ଯେଭଳି ଏହାର ପୁନରାବୃତ୍ତି ନହେବ ତାକୁ ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ର୍ରୟାସ ଆର ମ୍ଭ ହୋଇନାହିଁ । ବରଂ ଏହି ଦଙ୍ଗା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ତାଙ୍କ ପୁତ୍ର ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ସେପଟେ ଦଲ୍ଲୀ ଦଙ୍ଗାକୁ ନେଇ ହୀନ ରାଜନୀତି କରୁଥିବା କଂଗ୍ରେସକୁ ବିଜେପି କଟୂ ଭର୍ତ୍ସନା କରିଛି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଦେକର ଉଭୟ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍)କୁ ଏହି ଦଙ୍ଗା ପାଇଁ ଦାୟୀ କରିଛନ୍ତି । ୨ ମାସ ତଳେ ରାମଲୀଳା ମୈଦାନରେ ଏକ ସଭାକୁ ସେ ମ୍ବାଧିତ କରି ସ୍ୱୟଂ ସୋନିଆ ଗାନ୍ଧି ‘ଏଥରକ ଏପଟ ନହେଲେ ସେପଟ’ କହିଥିଲାବେଳେ ରାହୁଲ ଗାନ୍ଧି ‘ଡର ନାହିଁ, କଂଗ୍ରେସ ଆପଣମାନଙ୍କ ସହିତ ଅଛି’ ବୋଲି କହି ପରୋକ୍ଷରେ ସିଏଏ ବିରୋଧକୁ ଢାଲ କରି ଦେଶ ବିରୋଧରେ ହିଂସାକାଣ୍ଡ କରିବାକୁ ଉପସ୍ଥିତ ଜନତାଙ୍କୁ ଉସ୍କାଇଥିଲେ ବୋଲି ପ୍ରକାଶ ଜାଭଡେକର କହିଛନ୍ତି ।

ସେହିପରି ଉତ୍ତର-ପୂର୍ବ ଦଙ୍ଗାରେ କ୍ଷମତାସୀନ ଆପ୍ର କର୍ପୋରେଟର ତାହିର ହୁସୈନଙ୍କ ନେତୃତ୍ୱରେ ମୌଜପୁରରେ ବ୍ୟାପକ ହିଂସାକାଣ୍ଡ ଘଟାଯାଇଥିଲା ଏବଂ ତାଙ୍କର ସମର୍ଥକମାନେ ଇଣ୍ଟେଲିଜେନ୍ସ ବୁ୍ୟରୋ (ଆଇବି) ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରି ତାଙ୍କ ମୃତ ଦେହକୁ ଏକ ନଳାରେ ପକାଇ ତା’ ଉପରେ ପଥରଲଦିଦେଇଥିଲେ । ତେବେ ସେତେବେଳେ କଂଗ୍ରେସ ମୁହଁରୁ କଥା ବାହାରି ନଥିଲା ଅଥଚ ଦଙ୍ଗାକୁ ରୋକିବା ପାଇଁ ନିୟୋଜିତ ପୁଲିସକର୍ମୀ ଏବଂ ଅର୍ଦ୍ଧସାମରିକ ବାହିନୀର ଜୱାନମାନେ ଦଙ୍ଗା ରୋକିପାରିଲେ ନାହିଁ ବୋଲି କଂଗ୍ରେସ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଜାଭଦେକର କହିଛନ୍ତି । ତେବେ ୧୯୮୪ ଶିଖ ବିରୋଧୀ ଦଙ୍ଗାବେଳେ ତାକ୍ରାଳୀନ କଂଗ୍ରେସ ପ୍ରମୁଖ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ ପୁତ୍ର ରାଜୀବ ଗାନ୍ଧି ‘ଯେତେବେଳେ ବଡ଼ ବଡ଼ ଗଛ ଧରାଶାୟୀ ହୋଇଥାନ୍ତି ସେତେବେଳେ ତା’ ତଳେ ଛୋଟ ଛୋଟ ଗଛ ମଧ୍ୟ ଭୂମିଗତ ହୁଅନ୍ତି’ ବୋଲି କହି ତାଙ୍କ ମାତାଙ୍କୁ ହତ୍ୟା କରିଥିବା ଶିଖଙ୍କୁ ଅତି ନିର୍ମମ ଭାବେ ହତ୍ୟାକରିବାକୁ କଂଗ୍ରେସ ନେତା ଓ କର୍ମୀଙ୍କୁ ପରୋକ୍ଷରେ ଇଙ୍ଗିତ ଦେଇଥିଲେ । ତେଣୁ ଗୋଟିଏ ପଟେ ରାମଲୀଳା ମୈଦାନରେ ‘ଏଥରକ ଏପଟ ବା ସେପଟ’ ଏବଂ ‘ଡର ନାହିଁ, ତୁମ ସହିତ କଂଗ୍ରେସ ଅଛି’ ବୋଲି କହି ଉଭୟ ସୋନିଆ ଓ ରାହୁଲ ୧୯୮୪ରେ ରାଜୀବ କହିଥିବା
କଥାକୁ ଦୋହରାଉଛନ୍ତି ବୋଲି ଶ୍ରୀ ଜାଭଦେକର କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...