25 C
Bhubaneswar
Thursday, April 15, 2021

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

Must read

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ,ଫସଲ ବୀମା ଜରିଆରେ ମୋଟ ୬୦ ହଜାର ୮୩୬.୯୭ କୋଟି ଟଙ୍କା ଅର୍ଥ ଦିଆଯାଇଛି ବୋଲିଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଆମଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ମୋଦି ସରକାର ୨୦୧୪-୧୫ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଠାରୁ ଏମଏସପି ମୂଲ୍ୟ ବାବଦରେ ଧାନ କିଣି ବ୍ୟାଙ୍କ୍ ଖାତାକୁ ସିଧାସଳଖ୫୩ ହଜାର ୬୮୦.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ।ଗତ ୬ ବର୍ଷ ମଧ୍ୟରେ ଏମଏସପିର ଦ୍ରୁତବୃଦ୍ଧି ଚାଷୀ ମାନଙ୍କୁ ଅଧିକ ଲାଭ ଦେଇଛି । ବର୍ଷ୨୦୧୩- ୧୪ରେ ଧାନର ଏମଏସପି ମୂଲ୍ୟ୧୩୧୦ ଟଙ୍କା ଥିଲା ବେଳେ ବର୍ଷ ୨୦୧୪ରେ-୧୫ରେ ଯଥାକ୍ରମେ“୧୩୬୦ ଟଙ୍କା, ବର୍ଷ୨୦୧୫-୧୬ରେ ୧୪୧୦ ଟଙ୍କା, ବର୍ଷ୨୦୧୬-୧୭ରେ ୧୪୭୦ ଟଙ୍କା, ବର୍ଷ୨୦୧୭-୧୮ରେ ୧୫୫୦ ଟଙ୍କା, ବର୍ଷ୨୦୧୮-୧୯ରେ ୧୭୫୦ ଟଙ୍କା, ବର୍ଷ୨୦୧୯-୨୦ରେ ୧୮୧୫ ଟଙ୍କା ଏବଂ ବର୍ଷ୨୦୨୦-୨୧ରେ ଧାନର ଏମଏସପି ମୂଲ୍ୟ୧୮୬୮ ଟଙ୍କାକୁ ବୃଦ୍ଧି ହୋଇଛି ।

ଚଳିତ ଆର୍ଥôକ ବର୍ଷ ନଭେମ୍ବର ଶେଷ ସୁଦ୍ଧାପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ ଉପକୃତ ହୋଇଛନ୍ତି ।ଫସଲ କରିବା ପାଇଁ ଅତିରିକ୍ତ ସହଯୋଗ ଏବଂ ପରିବାରର ଭରଣପୋଷଣ ପାଇଁ ୨୦୧୮-୧୯ ଠାରୁ ଚାଷୀଙ୍କସିଧାସଳଖ ବ୍ୟାଙ୍କ୍ ଖାତାକୁ ୨ ହଜାର ୭୩୧.୮୭ କୋଟିଟଙ୍କା ପ୍ରଦାନ କରାଯାଇଛି । ବର୍ଷ ୨୦୧୮-୧୯ରେଯଥାକ୍ରମେ ୧୯୪.୭୫ କୋଟି, ବର୍ଷ ୨୦୧୯ -୨୦ରେ ୧୬୮୬.୫୮ କୋଟି ଏବଂ ୨୦୨୦-୨୧ନଭେମ୍ବର ମାସ ସୁଦ୍ଧା ୮୫୦.୩୫ କୋଟି ଟଙ୍କା ସମସ୍ତଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ୍ ଆକାଉଂଟକୁ ଟ୍ରାନ୍ସଫ ର୍କରାଯାଇଛି । ୨୦୧୬-୧୭ ଠାରୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧୀନରେ ଓଡ଼ିଶାର ୨୦.୯୪ଲକ୍ଷ ଚାଷୀଙ୍କୁ ମୋଟ ୪,୪୨୪.୮୫ କୋଟିଟଙ୍କା ଦିଆଯାଇଛି । ମୋଦି ସରକାର ଆମ ଅର୍ଥନୀତିର ମେରୁଦଣ୍ଡକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ସମେତ ସମଗ୍ର ଦେଶର ଚାଷୀଙ୍କ କଲ୍ୟାଣ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article