ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା ଓଡ଼ିଶାରେ ରହିବ ସେସଂପର୍କରେ ତୁରନ୍ତ ନିଷ୍ପତ୍ତି ନେବାକୁ ବନ ବିଭାଗ ଚିଠିରେଉଲ୍ଲେଖ କରିଛି ।
ଯଦି ସୁନ୍ଦରୀ ନଫେଲେ, ତାହାହେଲେ ଡବ୍ଲୁଆଇଆଇ, ଏନଟିସିଏ ଓବନବିଭାଗ ମିଳିତ ନିଷ୍ପତ୍ତି ନେବେବୋଲି ବନ୍ୟ ପ୍ରାଣୀ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ।ଅନ୍ୟପକ୍ଷରେ ସୁନ୍ଦରୀ ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟରେ ରେଡ୍ ଲିଙ୍କସ୍ କନଫେଡେରେସନ ନାମକ ସଂସ୍ଥା ପକ୍ଷରୁ ଏକଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ସତ୍ୟପାଠରେ ଦର୍ଶାଯାଇଛି-କାହିଁକି ଏନକ୍ଲୋାଜରରେ ରହିଛି ସୁନ୍ଦରୀ? ସାତକୋଶିଅ ।ରେ ବାଘବଂଶ ବିସ୍ତାର ପାଇଁ କରାଯାଇଥିବା ଯୋଜନା କାହିଁକି ଫେଲ୍ ମାରିଲା?
ଦୀର୍ଘଦିନ ପରେ ମଧ୍ୟ ସୁନ୍ଦରୀବାବଦରେ କାହିଁକି ନିଆଯାଇପାରୁନାହିଁ କୌଣସି ନିଷ୍ପତ୍ତି?ମାମଲାର ଶୁଣାଣି କରି ଏସମ୍ପର୍କିତ ରିପୋର୍ଟ ସହ ବାଘୁଣୀସୁନ୍ଦରୀର ବର୍ତ୍ତମାନର ସ୍ଥିତି ଜଣାଇବାପାଇଁ ରାଜ୍ୟ ବନ ବିଭାଗକୁ ନିଦେ୍ର୍ଦଶଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ । ନିଦେ୍ର୍ଦଶ ଅନୁଯାୟୀ ଅ ।ସନ୍ତାସପ୍ତାହରେ ଓଡ଼ିଶା ବନ ବିଭଗ ପକ୍ଷରୁ ଅନୁଗୋଳ ଡିଏଫ୍ଓମଧ୍ୟପ୍ରଦେଶ ହାଇକୋର୍ଟରେ ହାଜର ହୋଇ ପକ୍ଷ ରଖିବେ