29.1 C
Bhubaneswar
Sunday, July 25, 2021

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

Must read

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା’ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ ଗୁଡ଼ିକରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏଭଳି ବୟାନ ଦେଇଛନ୍ତି । ଏଥିସହ କରୋନା ସଂକ୍ରମଣକୁ ରୋକିବା ପାଇଁଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଆସାମ ସରକାର କ’ଣ ସବୁପଦକ୍ଷେପ ନେଇଛନ୍ତି, ସେକଥା ସତ୍ୟପାଠ ଜରିଆରେ ଦୁଇଦିନ ମଧ୍ୟରେ ଜଣାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି । ଏଥିସହ ସୁପ୍ରିମକୋର୍ଟ ସବୁ ରାଜ୍ୟର ସରକାରମାନଙ୍କୁ କରୋନାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କହିଛନ୍ତି । ସୁପ୍ରିମକୋର୍ଟ ଏବେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ରେ କରିବେ ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣ,ଜଷ୍ଟିସ ଆର ସୁବାଷ ରେ‡ୀ ଓ ଜଷ୍ଟିସ ଏମପି ଶାହଙ୍କ ଖଣ୍ଡପୀଠ ବର୍ଦ୍ଧିତ କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ଓଗୁଜରାଟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବା କହିଛନ୍ତି । ଏହି ଦୁଇ ରାଜ୍ୟକୁ ମଧ୍ୟ ପ୍ରବଳ ଭର୍ତ୍ସନାକରିଛନ୍ତି ଖଣ୍ଡପୀଠ ।ଖଣ୍ଡପୀଠ କହିଛନ୍ତି, ଚଳିତ ମାସରେ କରୋନା ସଂକ୍ରମଣ ହଠାତ ବୃଦ୍ଧି ପାଇବା ମାମଲାର ଶୁଣାଣି ଆମେ କରୁଛୁ । ଆମେସବୁ ରାଜ୍ୟ ଠାରୁ କରୋନାର ଷ୍ଟାଟସ ରିପୋର୍ଟ ଚାହୁଁଛୁ । ଯଦିରାଜ୍ୟଗୁଡ଼ିକ ଏବେ ଠାରୁ ସତର୍କ ନ ହେବେ, ତା’ହେଲେ ଡିସେମ୍ବରରେ ସ୍ଥିତି ଆହୁରି ଭୟଙ୍କର ହେବ ।ଦିଲ୍ଲୀରେ ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି ।ବର୍ତ୍ତମାନ ଦିଲ୍ଲୀର ସ୍ଥିତି କ’ଣ? ଆପଣ ଆଉ ଅଧିକ କ’ଣ ସବୁପଦକ୍ଷେପ ନେବେ? ଆମେ ଏ ବିଷୟରେ ଜାଣିବା ପାଇଁ ଛାହୁଁଛୁ ।

ସବୁ ରାଜ୍ୟ କରୋନା ସଂକ୍ରମଣକୁ ରୋକିବାକୁ କ’ଣ ପଦକ୍ଷେପ ନେଇଛନ୍ତିଓ କେନ୍ଦ୍ର ସରକାରଙ୍କ ଠାରୁ ସେମାନେ ଆଉ କ’ଣସହାୟତା ·ହୁଁଛନ୍ତି ସେ ବିଷୟରେ ଜଣାଇବେ ବୋଲି ଖଣ୍ଡପୀଠ କହିଛନ୍ତି । ଶୁଣାଣି ବେଳେ କେନ୍ଦ୍ରପକ୍ଷରୁ ଦିଲ୍ଲୀ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହନେଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ କୋର୍ଟଙ୍କୁଅବଗତ କରାଇଥିଲେ । ତଥାପି ଦିଲ୍ଲୀ ସରକାରଙ୍କୁଅନେକ ବିଷୟରେ ଉତ୍ତର ଦେବାକୁ ପଡ଼ିବ ବୋଲିକହିଛନ୍ତି ।ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ କହିଛନ୍ତି,ଦିଲ୍ଲୀ ପଛକୁ ଗୁଜରାଟ ରହିଛିୟ ଗୁଜରାଟରକରୋନା ସ୍ଥିତି ମଧ୍ୟ ଭୟଙ୍କର । ଏହାକୁ ରୋକିବାକୁକ’ଣ ପଦକ୍ଷେପ ନିଆଯାଇଛି? ଅ ।ପଣଙ୍କ ରାଜ୍ୟରେକ’ଣ ସବୁ ଚାଲିଛି? ରାଜନୀତିକ ସମାବେଶ ପାଇଁଆପଣ କି ପଦକ୍ଷେପ ନେଇଛନ୍ତି? ଏସବୁ ବିଷୟରେଅ ।ମକୁ ଜଣାନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article