32 C
Bhubaneswar
Wednesday, January 20, 2021

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

Must read

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

କଟକ,୨୪/୧୧: ସ୍କୁଲ ଫି’ ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ ନେଇ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ । ଆଜି ଏ ସମ୍ପର୍କିତ ମାମଲାର ଶୁଣାଣିକରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସବି ଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ରେହେବ । ରାଜସ୍ଥାନ, ପଞ୍ଜାବ ଓ ଅନ୍ୟାନ କେତେକ ରାଜ୍ୟସରକାର ସ୍କୁଲ ଫି ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତି ଉପରେମଧ୍ୟ ଜଣାଇବାକୁ କୋର୍ଟ କହିଛନ୍ତି । ସତ୍ୟପାଠ ଜରିଆରେ ଆସନ୍ତା ଡିସେମ୍ୱର ୨ ତାରିଖରେ ଜଣାଇବାକୁ କୋର୍ଟକହିଛନ୍ତି । ଘରୋଇ ସ୍କୁଲ ଫି ବୃଦ୍ଧି ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ, ତେବେ ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିଗ୍ରହଣ କରିଥିବା ନିଷ୍ପତ୍ତିକୁ ହାଇକୋର୍ଟ ଲାଗୁ କରନ୍ତୁ ବୋଲି ଆଜି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।ଅନ୍ୟପଟେ ୧୯୯୬ ମସିହା ସେପ୍ଟେମ୍ବର ୨୩ତାରିଖରେ ସରକାର ଜାରୀ କରିଥିବା ଗ୍ୟାଜେଟ୍ ବିଜ୍ଞପ୍ତିରଧାରା ୪ (ଆଇ) ଅନୁଯାୟୀ ଘରୋଇ ସ୍କୁଲ ଫି’ ବୃଦ୍ଧିଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି, ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ଫି ବୃଦ୍ଧି କରାଯାଇପାରିବ ଏବଂଶିକ୍ଷା ବର୍ଷ ମଝିରେ ଏହା ବୃଦ୍ଧି କରାଯାଇ ପାରିବ ନାହିଁବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା ।

ଏ ସବୁ ନିୟମର ଉଲଘଂନ ହେଲେ ସରକାର ଘରୋଇ ସ୍କୁଲ ମାନଙ୍କର ଅନୁମତି ପ୍ରତ୍ୟାହର କରିପାରିବେ ବୋଲି କୁହଯାଇଥିଲା । ଏ ସବୁକୁ ଦୃଷ୍ଟିରେରଖି ସତ୍ୟପାଠ ମାଧ୍ୟମରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବେଠକରେ ଗୃହୀତ ପ୍ରସ୍ତାବ ଓ ଏ ସଂପର୍କିତଏମ୍ଓୟୁକୁ ଗ୍ରହଣ କରି ଉପଯୁକ୍ତ ନିର୍ଦେଶ ପ୍ରଦାନ କରାଯାଉ ବୋଲି ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ।ଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ।୨୦୨୦, ସେପ୍ଟେମ୍ବର ୧ର ହାଇକୋର୍ଟଙ୍କ ନିଦେ୍ର୍ଦଶପାଳନ କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବେଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟରକରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶାଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧିଯୋଗ ଦେଇଥିଲେ । ବେଠକରେ ଆଲୋଚନା ପରେବିଭିନ୍ନ ଅଂଶୀଦାରଙ୍କ ପ୍ରାୟ ସହମତିରେ ସ୍କୁଲ ଫି ଛାଡ଼ ପ୍ରସଂଗରେ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲାଓ ଏ ସଂପର୍କିତ ଏକ ଏମଓୟୁ ୧୪ ଜଣ ସ୍ୱାକ୍ଷରକରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବେଠକର ଆଲୋଚନାକୁ ନେଇ ସ୍କୁଲ ଫି ଛାଡ଼ ସଂପର୍କିତ ରିପୋର୍ଟ ସେପ୍ଟେମ୍ବର୨୯ରେ ହାଇକୋର୍ଟରେ ଦାଖଲ ହୋଇଥିଲା ।ବେଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେସ୍କୁଲ ଫି କିଛି ଅଂଶରେ ଛାଡ କରାଯିବା ପାଇଁ ସୁପାରିସ କରାଯାଇଥିଲା । ରିପୋର୍ଟରେ ୭ଟି ସ୍ଲାବରେ ସ୍କୁଲ ଫିଛାଡ଼ ପାଇଁ ପ୍ରସ୍ତାବ ରହିଥିଲା ଯଦି ବାର୍ଷିକ ଟିଉସନ୍ଫି ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ନେଉଥାଏ ତେବେଏଥିରେ କିଛି ଛାଡ଼ କରାଯିବ ନାହିଁ । ୬୦୦୧ରୁ ୧୨ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି ଉପରେ ୭.୫ପ୍ରତିଶତ, ୧୨୦୦୧ରୁ ୨୪ ହଜାର ପର୍ଯ୍ୟନ୍ତ ୧୨ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ପର୍ଯ୍ୟନ୍ତ ୧୫ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ଯ୍ୟନ୍ତ ୨୦ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ପ୍ରତିଶତ ଓ ଏହାପରେ ୨୬ ପ୍ରତିଶତ ଟିଉସନ୍ ଫିଛାଡ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏଥି ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ନିଆଯିବ । ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ କରାଯିବ । ଆକ୍ଟିଭିଟିଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍ଚାମ ଫି, ୟୁନିଫର୍ମ ଫି,କନଭେୟାନ୍ସ ଫି, ଏଜୁକ୍ୟୁରିସନ୍ ଫି, ରିଆଡମିସନ୍ଫି, ଡେଭେଲପମେଣ୍ଟ ଫି, ଆନୁଆଲ ଫି ଏହିମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିରେ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ଜଣ ସମ୍ମତି ପ୍ରକାଶକରିଥିବା ବେଳେ ରିଟ୍ ପିଟିସନ୍ନମ୍ବର.୧୧୨୯୯/୨୦୨୦ର ଆବେଦନକାରୀଙ୍କ ପ୍ରତିନିଧି ସମ୍ମତି ପ୍ରଦାନ କରି ନଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ।ଅନ୍ୟପକ୍ଷରେ କେତେକ ଘେରାଇ ସ୍କୁଲ ପକ୍ଷରୁଏପରି ରିପୋର୍ଟକୁ ବିରୋଧ କରାଯାଇ ହାଇକୋର୍ଟରେ ଦର୍ଶାଯାଇଥିଲା ଯେ ଏପରି ଆଲୋଚନାରେ ସେମାନେ ପକ୍ଷ ନଥିବା ବେଳେ ସ୍କୁଲ ଫି ଛାଡ଼ସଂପର୍କିତ ପ୍ରସ୍ତାବ ଗ୍ରହଣୀୟ ନୁହେଁ ।

ଆବେଦନ କାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେଘରୋଇ ସ୍କୁଲ ସଂଘ, ଶିକ୍ଷକ ସଂଘ,ଆବେଦନକାରୀଙ୍କ ପ୍ରତିନିଧି ଓ ଗଣଶିକ୍ଷା ସଚିବଙ୍କମଧ୍ୟରେ ଅନୁଷ୍ଠିତ ବେଠରେ ଏହି ପ୍ରସଂଗର ଆପୋଷରେ ସମାଧାନ ପାଇଁ ଉଦ୍ୟମ କରାଯାଇଏପରି ପ୍ରସ୍ତାବ ଗ୍ରହଣ କରାଯାଇଛି ଓ ଏହା ସମସ୍ତଙ୍କପାଇଁ ଗ୍ରହଣୀୟ ହେବା ଉଚିତ ।ମାମଲାର ବିବରଣୀରୁ ପ୍ରକାଶ ଯେ ସ୍କୁଲ ଫିଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟିମାମଲା ରୁଜୁ ହୋଇଥିବା ବେଳେ ମାମଲାରେପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ୍, ସ୍କୁଲଶିକ୍ଷକ ସଂଘ ପିଟିସନ୍, ଅନ୍ୟ କେତେକ ଘରୋଇସ୍କୁଲ ପିଟିସନ୍ ଦାଖଲ କରିଥିଲେ । ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ୱରର ପ୍ରହଲ୍ଲାଦରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷବାସୁଦେବ ଭ… ହାଇକୋର୍ଟରେ ପୃଥକ ମାମଲାଦାୟର କରିଥିଲେ

- Advertisement -ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି  ।

Latest article

ଚାଇନାର ଉଲ୍ଲଂଘନ ରିପୋର୍ଟ ମଧ୍ୟରେ ଭାରତ

ଚୀନ: ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିକଟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଛି ବୋଲି ଭାରତ ନିକଟରେ ରିପୋର୍ଟ ଦେଖିଛି।...

ଭାରତ ୧୦,୦୬୪ ନୂତନ ମାମଲା ରେକର୍ଡ କରିଛି ।

ନୁଆଦିଲ୍ଲୀ:ଭାରତରେ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ର ୧୦,୦୬୪ ତାଜା ମାମଲା ରେକର୍ଡ ହୋଇଛି, ଯାହା ଜୁନ୍ ୧୧, ୨୦୨୦ ପରଠାରୁ ସର୍ବନିମ୍ନ ଦୈନିକ...

୧୦୦୦ ଟେଷ୍ଟ ରନ୍‌ରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇଛନ୍ତି ।

ନୁଆଦିଲ୍ଲୀ : ୱିକେଟ୍ କିପିଂ ମହାନ ମହେନ୍ଦ୍ର ସିଂ ଧୋନିଙ୍କୁ ଅତିକ୍ରମ କରି ଦ୍ରୁତତମ ଭାରତୀୟ ଗ୍ଲୋଭମ୍ୟାନ୍ ହୋଇ ମାତ୍ର ୨୭ ଇନିଂସରେ ଟେଷ୍ଟ...

ଭାରତ, ଜାପାନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ନୁଆଦିଲ୍ଲୀ:ଭାରତ ଏବଂ ଜାପାନ ସୋମବାର ନର୍ସିଂ, ଶିଳ୍ପ ଯନ୍ତ୍ରପାତି, ଜାହାଜ ନିର୍ମାଣ, ବିମାନ ଚଳାଚଳ, କୃଷି ଏବଂ ଖାଦ୍ୟ ସେବା ଶିଳ୍ପ ସମେତ ୧୪...

ଅଟ୍ଟାରୀ-ୱାଗା କ୍ରସିଂ ମାଧ୍ୟମରେ ମୃତଦେହ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ।

ପାକିସ୍ତାନ : ଗୁଜୁରାଟର କୁଚ୍‌ର ଭୁଜ୍‌ର ମିଳିତ ପଚରାଉଚରା କେନ୍ଦ୍ର (ଜେଆଇସି) ରେ ବନ୍ଦୀ ଥିବା ଚାରିଜଣ ପାକିସ୍ତାନୀ...