ଭୁବନେଶ୍ୱର ୨୩/୧୧ ପୂର୍ବଭାରତର ସବୁଠାରୁ ବଡ଼ ଏବଂ ଆକର୍ଷଣୀୟ ମିଡ଼ିଆ ମହାକୁମ୍ଭ ଚତୁର୍ଥସଂଷ୍କରଣର ଇ-ଉଦ୍ଘାଟନ ଆଜିମାନ୍ୟବର କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍ ଓପ୍ରାକୃତିକ ଇନ୍ଧନ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରାଭର୍ଚୁଆଲ ମଂଚରେ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବତନ ମୂଖ୍ୟମନ୍ତ୍ରୀଡଃ ହରେକୃଷ୍ଣ ମହତାବଙ୍କ ୧୨୧ତମଜନ୍ମବାର୍ଷିକ ଉପଲକ୍ଷେ ଏହି ଦୁଇ ଦିନିଆ (ନଭେମ୍ବର ୨୧ – ୨୨) ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ଇନିଷ୍ଟିଚୁ୍ୟଟ୍ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଅନୁଷ୍ଠିତ ହେଉଅଛି । ଏ ବର୍ଷ ଏହି ସମ୍ମିଳନୀର ଶୀର୍ଷକ ନ୍ତସାମାଜିକ ପରିବର୍ତନ ପାଇଁ ଯୋଗାଯୋଗନ୍ତ ରହିଅଛି । ଏହିଅବସରରେ ଶ୍ରୀଯୁକ୍ତ ପ୍ରଧାନ ମହତାବଙ୍କ ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନକୁ ମନେପକାଇ କହିଥିଲେ ଯେସେ ଓଡିଆ ଜାତି ଓ ଭାଷାର ବିକାଶ ପାଇଁଗାଁ ମଜଲିସ୍ ସ୍ତମ୍ଭଲେଖା ଆରମ୍ଭ କରିଥିଲେ । ଏହି ସ୍ତମ୍ବ ମାଧ୍ୟମରେ ସେ ବିକାଶମୂଳକ ସାମ୍ବାଦିକତାର ପ୍ରଚାର ଓ ପ୍ରସାରକରିଥିଲେ ।
ପରବର୍ତୀ ସମୟରେ ତାଙ୍କଦ୍ୱାରା ପ୍ରାକାଶିତ ପ୍ରଜାତନ୍ତ୍ର ଓଡିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା ବୋଲି ଶ୍ରୀଯୁକ୍ତ ପ୍ରଧାନ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଶ୍ରୀଯୁକ୍ତ ପ୍ରଧାନ ଡଃହରେକୃଷ୍ଣ ମହତାବ ରିସୋର୍ସ ସେଂଟରରଲୋଗ ଉନ୍ମୋଚନ କରିଥିଲେ । ଏହିଇ-ଉଦ୍ଘାଟନ ଉତ୍ସବରେ ଲୋକସଭାସାଂସଦ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତୃହରି ମହତାବ, ଏମ.ଜି.ଏମବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସରସୁଧିର ଗାଭାନେ, ହରିଦେବ ଯୋଶୀ ସାମ୍ବାଦିକ ଓ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ,ଜୟପୁରର କୁଳପତି ପ୍ରଫେସର୍ ଓମ୍ପ୍ରକାଶ ତାନ୍ଭି, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତବେହେରା ଏବଂ ଆଦାମସ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜଳଚୌଧୁରୀ ଅଂଶଗ୍ରହଣକରି ସେମାନଙ୍କର ବହୁମୁଲ୍ୟ ମତ ଉପସ୍ଥାପନ କରିଥିଲେ ।
ପରେ ତିନିଗୋଟି ପ୍ଲେନାରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିୟା ଇସିଲାମିୟା ଅଧିନସ୍ଥ ସେଂଟର୍ ଫର୍ କଲ୍ଚର ମିଡିଆଆଣ୍ଡ୍ ଗଭର୍ଣ୍ଣାନ୍ସର ନିର୍ଦେଶକ ପ୍ରଫେସର ବିଶ୍ୱଜିତ୍ ଦାସ, ହାଇଦରାବାଦ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କମୁ୍ୟନିଟି ମିଡିଆର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ବିନୋଦ ପାଭରାଲା, ୟୂ.ଏସ୍.ଏ.କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଗଣମାଧ୍ୟମ ବିଭାଗର ପ୍ରଫେସର ଡଃଦେବେନ୍ଦ୍ର ଶର୍ମା, ଡି.ଏମ୍.ଇ ମିଡିଆ ସ୍କୁଲ୍ନୋଇଡାର ମୁଖ୍ୟ ତଥା ପ୍ରଫେସର ଡଃଆମ୍ବ୍ରିସ୍ ସକ୍ସେନା, ଗୁଜୁରାଟ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଏବଂ ଗଣମାଧ୍ୟମ ବିଭାଗରମୁଖ୍ୟ ପ୍ରଫେସର ଡଃ ସୋନାଲ ପାଣ୍ଡ୍ୟା,ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଅଧିନସ୍ଥୟୁ.ଏମ୍.ଆଇ.ଏସ୍ର ମୁଖ୍ୟ ଡଃ ଫକୀରମୋହନ ନାହାକ,
ମହୀଶୂର ବିଶ୍ୱବଦ୍ୟାଳୟ ଗଣମାଧ୍ୟମ ଏବଂସାମ୍ବାଦିକତା ବିଭାଗର ପ୍ରଫେସର ଏନ୍ଉଷାରାଣୀ, ମୁଦ୍ରା ଇନିଷ୍ଟିଚୁ୍ୟଟ୍ ଅଫ୍କମୁ୍ୟନିକେସନ ଗଣମାଧ୍ୟମ ଏବଂବିକାଶର ଉପଦେଷ୍ଟା ପ୍ରଫେସର ଅରବିନ୍ଦସିହ୍ନା, ଆଇ. ଆଇ.ଏମ୍.ସି, ନିଉଦିଲ୍ଲୀରଇଂରାଜୀ ସାମ୍ବାଦିକତା ବିଭାଗର ପ୍ରଫେସର ସୁରଭି ଦହିଆ, ବ୍ରିଟିଶ ଡେପୁଟି ହାଇକମିଶନ କଲିକତା, ମୁଦ୍ରଣ ଓଯୋଗାଯୋଗ ବିଭାଗର ମୁଖ୍ୟ ଅମିତସେନ ଗୁପ୍ତା, ମେସି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସ୍କୁଲ୍ ଅଫ୍ ମାସକମୁ୍ୟନିକେସନ୍ର ବରିଷ୍ଠ ଅଧ୍ୟାପକଦେବଲିନା ଦତ, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ତଥାହାଇଦରାବାଦ ବିଶ୍ୱବିଦ୍ୟାଳୟ ସାମ୍ବାଦିକତାଏବଂ ଗଣଯୋଗାଯୋଗ ବିଭାଗର ପ୍ରାକ୍ତନପ୍ରଧ୍ୟାପକ ପ୍ରଫେସର ବି ପି ସୟ,ଏ.ପି.ଜେ ଇନିଷ୍ଟିଚୁ୍ୟଟ୍ ଅଫ୍ ମାସକ ମୁ୍ୟନିକେସନର ନିଦେ୍ର୍ଧଶକ ପ୍ରଫେସରସଜଳ ମୁଖାର୍ଜୀ, ତେଜପୁର ବିଶ୍ୱବିଦ୍ୟାଳୟ ଗଣମାଧ୍ୟମ ଓ ସାମ୍ବାଦିକତା ବିଭାଗର ମୁଖ୍ୟପ୍ରଫେସର ଡଃ ଜୋୟା ଚକ୍ରବର୍ତୀ ଏବଂଆଦାମସ୍ ବିଶ୍ୱବିଦ୍ୟାଳୟ ସ୍କୁଲ୍ ଅଫ୍ ମିଡିଆ କମୁ୍ୟନିକେସନ ଓ ଫେସନ୍ର ସହକାରୀ ପ୍ରାଧ୍ୟାପକ ଡଃ ନବିନା ଚକ୍ରବର୍ତୀ ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ ବିଷୟ ବସ୍ତୁଉପରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ଅଧ୍ୟକ୍ଷଏବଂ ଆଇ.ଏମ୍.ଏସ୍.ର ନିଦେ୍ର୍ଦଶକ ପ୍ରଫେସର ଉପେନ୍ଦ୍ର ପାଢୀ ଅତିଥିମାନଙ୍କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ, ବରିଷ୍ଠ ଲେଖକ ଦେବପ୍ରସାଦ ଦାଶ ଏହି ଇ-ଉଦ୍ଘାଟନ ସଭାକୁପରିଚାଳାନା କରିଥିଲେ । ଦେଶ ଓବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓମହାବିଦ୍ୟାଳୟରୁ ଅନେକ ଜ୍ଞାନୀ, ଗୁଣି,ବିଜ୍ଞାନୀ, ଗବେଷକ, ବିଦ୍ୟାର୍ଥୀ, ବୁଦ୍ଧିଜୀବିଏବଂ ରାଜ୍ୟର ବହୁ ସାମ୍ବାଦିକ ଓଗଣମାଧ୍ୟମ ଛାତ୍ରଛାତ୍ରୀ ଏହି ସମ୍ବିଳନୀରେଅଂଶଗ୍ରହଣ କରିଥିଲେ ।ଅଧିବେଶନ ରଦ୍ୱିତୀୟ ଦିନରେ ୧୦୦ରୁ ଉଦ୍ଧ୍ୱର୍ ଶିକ୍ଷାବିତ୍,ଗବେଷକ ଓ ଛାତ୍ରଛାତ୍ରୀ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ପାଠ କରିବାରକାର୍ଯ୍ୟକ୍ରମ ରହିଛି । ଉଦ୍ୟାପନୀ ସମାରୋହରେ ଡଃ ଆମ୍ବେଦକରଫାଉଣ୍ଡେସନର ନିଦେ୍ର୍ଧଶକ ଡଃ ଦେବେନ୍ଦ୍ରପ୍ରସାଦ ମାଝି, ମାଖନଲାଲ୍ ଚତୁର୍ବେଦୀଜାତୀୟ ବିଶ୍ୱବିଦ୍ୟାଳୟର କୁଳପତିପ୍ରଫେସର୍ କେ.ଜି. ସୁରେଶ, କଲିକତାସ୍ଥିତ ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ସ୍ନେହାଶିଷ ସୁର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି