27.1 C
Bhubaneswar
Sunday, August 1, 2021

ରାଜଧାନୀରେ ବସ୍ତି ଏବେ କରୋନାମୁକ୍ତ ହୋଇଛି ।

Must read

ଭୁବନେଶ୍ୱର,୨୩ ।୧୧;ରାଜଧାନୀରେ ଶନିବାର ରାତି ସୁଦ୍ଧା୩୦୪୬୫ଜଣ ଆକ୍ରାନ୍ତ ଚିହ୍ନଟହୋଇଥିବା ବେଳେ ଏଥିରୁ ୫୧୭ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଖୁସିରବିଷୟ ଯେ ରାଜଧାନୀର କେଣସି ବସ୍ତିରେବି ଜଣେ କରୋନା ଆକ୍ରାନ୍ତ ନାହାନ୍ତି ।ଏହା ବିଏମ୍ସିର ରିଅଲଟାଇମ୍ କୋଭିଡ୍ଡାସ୍ୱୋର୍ଡ ତଥା ଡିଜି ହେଲ୍ଥରୁ ଜାଣିବାକୁମିଳିଛି । ରାଜଧାନୀରେ ୪୩୬ଟିବସ୍ତିରେ ୧୦୦୮୭୦ଟି ଘରେ୪,୨୬,୭୮୦ଜଣ ବାସ କରୁଛନ୍ତି ।ରାଜଧାନୀର ମୋଟ୍ ଜନସଂଖ୍ୟାର୪୦.୧୭% ଲୋକ ଏହିଠାରେରହୁଛନ୍ତି । ହେଲେ ଏବେ ଜଣେ ବିସକ୍ରିୟ କରୋନା ଆକ୍ରାନ୍ତ ନରହିବାରାଜଧାନୀ ପାଇଁ ଖୁସି ଖବର ଆଣିଛି ।ରାଜଧାନୀରେ ଜୁଲାଇରୁ ସେପ୍ଟେମ୍ବରମଧ୍ୟରେ ଯେତେବେଳେ କରୋନାଆକ୍ରାନ୍ତ ହୁ’ ହୁ’ ହୋଇ ବଢ଼ୁଥିଲା,ସେତେବେଳେ ବସ୍ତିରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ସ୍ଥିତି ଏପରିହେଲା ଯେ ରାଜଧାନୀବାସୀ ଘରକୁ କାମକରିବାକୁ ଆସୁଥିବା ଲୋକଙ୍କ ଉପରେରୋକ୍ ଲଗାଇଦେଲେ ।

ବିଏମ୍ସି ୫ଟିହଟସ୍ପଟ୍ ଜିଲ୍ଲାରୁ ବସ୍ତିକୁ ଆସୁଥିବାଲୋକଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେପଠାଇଲା । ସାଲିଆସାହି, ତ୍ରିନାଥ ବସ୍ତି,ସୁବାସ ନଗର ବସ୍ତି ଭଳି ଅଞ୍ଚଳରେକରୋନା ଗୋଷ୍ଠୀ ସଂକ୍ରମଣର ରୂପନେଲା । ଏକସଙ୍ଗେ ୪୦ରୁ ଅଧିକଆକ୍ରାନ୍ତ ଚିହ୍ନଟ ହେବା ରାଜଧାନୀ ପାଇଁଚିନ୍ତା ପାଲଟି ଯାଇଥିଲା । ହେଲେବିଏମ୍ସି ପକ୍ଷରୁ ବସ୍ତିଗୁଡ଼ିକୁ କଣ୍ଟେନମେଣ୍ଟଜୋନ୍ ଘୋଷଣା କରିବା ଏବଂ ବିଭିନ୍ନସଚେତନତାମୂଳକ କାମ କରିବା ଦ୍ୱାରାରାଜଧାନୀର ବସ୍ତି ଏବେ କରୋନାଆକ୍ରାନ୍ତମୁକ୍ତ ହୋଇଛି । ଆଜି ରାତି ସୁଦ୍ଧା୫୧୭ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେଏଥିରେ ପୁରୁଷ ୩୧୪ଜଣ, ମହିଳା୨୦୩ଜଣ ଅଛନ୍ତି । ମୋଟ୍ ୫୧୭ଜଣଅ ।କ୍ରାନ୍ତଙ୍କ ମଧ୍ୟରେ ୪୮୯ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୧୪ଜଣ ରାଜ୍ୟବାହାରୁ ଆସିଛନ୍ତି, ୧୩ଜଣ ହଟସ୍ପଟ୍ଜିଲ୍ଲାରୁ ଆସିଥିବା କୁହାଯାଇଛି ।ରାଜଧାନୀରେ ମୋଟ୍ ୩୦,୪୬୫ଜଣଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ୨୯୫୩୭ଜଣ ସୁସ୍ଥ ହୋଇଛନ୍ତି ।ଏଥିରେ ୧୯୦୪୮ଜଣ ପୁରୁଷଥିବାବେଳେ ୧୦୨୬୯ଜଣ ମହିଳାଏବଂ ୩ଜଣ କିନ୍ନର ଅଛନ୍ତି । ଏହି ସୁସ୍ଥତାଲିକାରେ ବସ୍ତିର ୧୭୮୧ ଜଣଅଛନ୍ତି । ଅର୍ଥାତ୍ ବର୍ତ୍ତମାନ ସୁଦ୍ଧାରାଜଧାନୀର ୪୩୬ଟି ବସ୍ତିରୁ ୧୭୮୧ଜଣ କରୋନା ଆକ୍ରାନ୍ତ ହୋଇଥିଲେ ।

ବସ୍ତି ବାହାରୁ ୨୭୫୧୦ଜଣ ଏବଂବିଏମ୍ସି ଅଞ୍ଚଳ ବାହାରୁ ୨୫ଜଣ ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟହୋଇଥିଲେ । ଭୁବନେଶ୍ୱର ସ୍ମାର୍ଟ ସିଟିଲିମିଟେଡ୍ ଓ ବିଏମ୍ସିର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା ଏହିଡିଜି ହେଲ୍ଥର ସୂଚନା ଅନୁଯାୟୀ,ରାଜଧାନୀର ସବୁ ବସ୍ତିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଥିରେ ସାଲିଆ ସାହିରୁ ସର୍ବାଧିକ ୧୭୮ଜଣବୋଲି ଲେଖାଯାଇଛି । ଅସଲରେ ଏହିବସ୍ତିରୁ ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ସାଲିଆସାହିକୁ ବିଭିନ୍ନସାହି ଅନୁଯାୟୀ ବିଭକ୍ତ କରାଯାଇଥିବାରୁ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮ଦେଖାଉଛି । ଓସିସି ବସ୍ତିରୁ ୧୨ଜଣ,ଶ୍ରୀରାମ ନଗରରୁ ୨୭, ବରମୁଣ୍ଡାମହାବୀର ବସ୍ତିରୁ ୧୧, କାରଗିଲ ବସ୍ତିରୁ୧୩, ଜଳେଶ୍ୱର କଲୋନିପାଇକନଗରରୁ ୧୨, ଶାନ୍ତିପଲ୍ଲୀସହିଦନଗରରୁ aଅ୧୨, ସୀତାପୁର ବସ୍ତିରୁ୩୬, ପଣ୍ଡା ପାର୍କ (ନୀଳାଦ୍ରିବିହାରରୁ)୨୩, ନୂଅ ।ପଲ୍ଲୀ ବେହେରାସାହିରୁ୧୫, ବେହେରାସାହିରୁ ୧୩, ୟୁନିଟ-୧ ତାଟି ବସ୍ତିରୁ ୧୬, ହଳଦୀ ପଡ଼ିଆବସ୍ତିରୁ ୧୩, ସାଇନ୍ସ ପାର୍କ ବସ୍ତିରୁ୧୩, ଝରଣା ସାହି-ଏରୁ ୧୧, ଶୁକବିହାରରୁ ୧୫, ରଘୁନାଥ ନଗରରୁ୨୨, କଲ୍ୟାଣୀ କୃଷ୍ଣ ନଗର ନୂଆପଲ୍ଲୀ ନୂଆସାହିରୁ ୧୪, ବିଶେଶ୍ୱର ବସ୍ତିରୁ୩୩, ଶବରସାହିରୁ ୧୮,

ତାରିଣୀନଗର ସାଲିଆସାହିରୁ ୧୬,ଆଦିବାସୀ ଗାଁରୁ ୧୫, ଖଣ୍ଡଗିରିତପୋବନ ବସ୍ତିରୁ ୧୪, ମା’ ମଙ୍ଗଳାବସ୍ତିରୁ ୧୨, ତାରିଣୀ ବସ୍ତିରୁ ୧୫,ଅ ।ଖଣ୍ଡଳମଣି ବସ୍ତିରୁ ୧୦, ଶିଖରଚଣ୍ଡୀକ୍ଲଷ୍ଟର-୧ରୁ ୧୬, ସୁଭାଷ ବୋଷ ନଗରବସ୍ତରୁ ୧୭, ଗଣପତି ନଗରରୁ ୧୯,ବେହେରା ବସ୍ତିରୁ ୧୧, ହରିନଗର ମହିଷାଖାଲରୁ ୧୬, ରାଧାକୃଷ୍ଣ ବସ୍ତିରୁ୨୨ଜଣ ଆକ୍ରାନ୍ତ ହୋଇଥିଲେ ।ସେହିପରି ପିଚୁ ବସ୍ତିରୁ ୧୦ଜଣ, କେଳାବସ୍ତିରୁ ୨୩, ରିକ୍ସା କଲୋନି(ନୀଳାଦ୍ରିବିହାର)ରୁ ୨୧, ପ୍ରଶାନ୍ତି ବିହାରଚିରାଗଲଟୋଲାରୁ ୧୪,ବାଲିଆପଟାରୁ ୧୭, ପଥରବନ୍ଧଉତ୍ତରରୁ ୧୨, ପଥରବନ୍ଧ ବେହେରାସାହିରୁ ୨୧, ଗୋପବନ୍ଧୁ ଲେପ୍ରସିକଲୋନିରୁ ୧୧, ସିରିପୁର କନ୍ଧ ସାହିରୁ୧୯, ହରେକୃଷ୍ଣ ନଗର ନୀଳାଦ୍ରିବିହାରରୁ୧୩, ମେ’ ଫେୟାର ନଗରରୁ ୧୨,ତ୍ରିନାଥ ବସ୍ତିରୁ ୬୮ଜଣ aaକ୍ରାନ୍ତ ଚିହ୍ନଟହୋଇଛନ୍ତି । ଏହାବାଦ୍ ରାଜଧାନୀରଅନ୍ୟ ବସ୍ତିରୁ ୧୦ରୁ କମ୍ ଆକ୍ରାନ୍ତଚିହ୍ନଟ ହୋଇଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article