36 C
Bhubaneswar
Sunday, April 11, 2021

ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ହେବ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଭୁବନେଶ୍ୱର,୨୭ା୨(ନି.ପ୍ର): ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ ବୋଲି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ସେଲର ମିତଲକୁ ପ୍ଲାଂଟକୁ ନେବା ପରେ ନିପନ ଷ୍ଟିଲ୍ ଏଥିରେ ବଡ ସହଯୋଗୀ ହୋଇଛି । ଏହାସହ ଜାପାନର ଇସ୍ପାତ୍ କମ୍ପାନୀ ଜେଏଫଇ ଜେଏସଡବ୍ଲୁ ସହ ସହଭାଗୀ ହୋଇଛି । ଓଡିଶାର ଇସ୍ପାତ୍ ଶିଳ୍ପରେ ଜାପାନର ଦୁଇଟି ବଡ ଇସ୍ପାତ୍ କମ୍ପାନୀ ଜେଏଫ୍ଇ ଏବଂ ନିପନ ବଡ ପୁଞ୍ଜିନିବେଶ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବା ଆମର ଲକ୍ଷ୍ୟ । ଏହାସହ ଏହି ମିଶନରେ ଓଡିଶାର କଳିଙ୍ଗ ନଗରର ବିକାଶ କରାଯାଇପାରିବ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗ ନଗରକୁ ବିଶ୍ୱ ଇସ୍ପାତ୍ ଶିଳ୍ପର ପେଣ୍ଠସ୍ଥଳି ଭାବେ ଗଢିତୋଳିବା ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଇସ୍ପାତ୍ ଉତ୍ପାଦନକୁ ୧୪୦ ଏମଟିରୁ ୩୦୦ ଏମଟି କରାଯିବ । ଦେଶରେ ଇସ୍ପାତ ଉତ୍ପାଦନରେ ଯେଉଁ ବ୍ୟାପକ ଅଭିବୃଦ୍ଧି ହେବ ସେଥିରୁ ଓଡିଶାରୁ ସିଂହ ଭାଗ ଇସ୍ପାତ୍ ଇତ୍ପାଦନ ହେବ । କେବଳ ଇସ୍ପାତ୍ ଉତ୍ପାଦନ ନୁହେଁ ଇସ୍ପାତ୍ ସହ ଜଡିତ ଶିଳ୍ପର ସଂପ୍ରସାରଣ ଓଡିଶାରେ ହେଲେ ରାଜ୍ୟର ରାଜସ୍ୱ ବଢିବା ସହ ରୋଜଗାର ବଢିବ । ଏଥିପାଇଁ ଜାପାନକୁ ଏକ ସହଯୋଗୀ ପାର୍ଟନର ଭାବେ ନେବା ମୂଳ ଉଦେ୍ଦଶ୍ୟ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର
ଆଲୋଚନାରେ ଓଡିଶାରେ ଥିବା ବିଭିନ୍ନ ସୁବିଧାର ବିସ୍ତୁତ ବିବରଣୀ ଜାପାନର ରାଷ୍ଟ୍ରଦୂତଙ୍କୁ ପ୍ରଦାନ କରାଯାଇଛି । କେବଳ ପର୍ଯ୍ୟଟନ, ଇସ୍ପାତ୍ ଶିଳ୍ପ ନୁହେଁ, କୃଷି, ହସ୍ତତନ୍ତ, ପେଟ୍ରୋକେମିକାଲ କ୍ଷେତ୍ରରେ ବ୍ୟାପକ ଆଲୋଚନା କରି ଜାପାନ ଓ ଭାରତ ସରକାରଙ୍କ ସହଯୋଗରେ ଓଡିଶାର ବିକାଶ କରାଯାଇପାରିବ ବୋଲି ସେ କହିଛନ୍ତି । ଏହାବ୍ୟତିତ ବର୍ଷ ୨୦୨୦ ମେକ୍ ଇନ୍ ଓଡିଶା କନକ୍ଲେଭରେ ଜାପାନ ପାର୍ଟନର ହେବା ନେଇ ଅନୁରୋଧ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଆଜିର ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଇସ୍ପାତ୍ ମନ୍ତ୍ରଣାଳୟର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଗତକାଲି ଶ୍ରୀ ପ୍ରଧାନ ପୋସ୍କୋ ଅଧ୍ୟକ୍ଷ ତଥା ପରି·ଳନା ନିଦେ୍ର୍ଦଶକ ଜୋଙ୍ଗ-ଉ ଚୋଇଙ୍କୁ ସାକ୍ଷାତ କରି ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଆଲୋଚନା କରିଥିଲେ । ଦୁଇଦିନ ବ୍ୟବଧାନରେ ଶ୍ରୀ ପ୍ରଧାନ ପୋସ୍କୋ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଗୁରୁତ୍ୱ ବହନ କରୁଛି । ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୧୨ ନିୟୁତ ଟନର ଏକ ଇସ୍ପାତ ପ୍ରକଳ୍ପ କରିବାକୁ ୨୦୦୪ରେ ପୋସ୍କୋ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଥିଲା । କିନ୍ତୁ ଜମି ଅଧିଗ୍ରହଣରେ ସମସ୍ୟା ଓ ଖଣି ଆବଂଟନ ସମସ୍ୟାକୁ ନେଇ ପୋସ୍କୋ ଓଡ଼ିଶା ଛାଡ଼ିଥିଲା ।

- Advertisement -ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ହେବ

More articles

LEAVE A REPLY

Please enter your comment!
Please enter your name here

- Advertisement -ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ହେବ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...