ନୂଆଦିଲ୍ଲୀ,୨୨ା୧୧: କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ବଢ଼େଇ ଚଢ଼େଇ ଭଲ ପଇସା ଆୟ କରିଛନ୍ତି । କୋଭିଡ୍ଚିକିତ୍ସା ପାଇଁ ସରକାର ଆବଶ୍ୟକ ନିର୍ଦେଶ ବଳୀ ଜାରିକରିନଥିଲେ । ତେଣୁ ଘରୋଇ ହସ୍ପିଟାଲଗୁଡ଼ିକ ଏହାର ଫାଇଦା ନେଇଛନ୍ତି । କୋଭିଡ୍ ଚିକିତ୍ସା ସମ୍ବନ୍ଧିତ ମାମଲା ପାଇଁ ଗଠିତ ଏକ ସଂସଦୀୟ ସ୍ୱାସ୍ଥ୍ୟ କମିଟି ପକ୍ଷରୁ ରିପୋର୍ଟରେ ଏହା ଦର୍ଶାଯାଇଛି ।ଶନିବାର ସାଂସଦ ରାମ ଗୋପାଳ ଯାଦବଙ୍କ ନେତୃତ୍ୱରେ ଗଠିତ ସ୍ୱାସ୍ଥ୍ୟ କମିଟି ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ଯେଉଁଥିରେଏହି ସବୁ କଥା ଉଲ୍ଲେଖ ରହିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସରକାରୀ ହସ୍ପିଟାଲରେ କୋଭିଡ୍ ଆକ୍ରାନ୍ତ ଏବଂ ଅଣକୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ବେଡ୍ ନଥିବା ମଧ୍ୟ କମିଟି ହୃଦବୋଧ କରିଛି ।
ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସ୍ଥାୟୀ ସମିତିର ଅଧ୍ୟକ୍ଷ ରାମ ଗୋପାଳ ଯାଦବଙ୍କ ନେତୃତ୍ୱାଧୀନ କମିଟି କହିଛି ଯେ ଯଦି ଆବଶ୍ୟକ ନିର୍ଦେଶବଳୀ ଜାରି ହୋଇଥାନ୍ତା ତାହେଲେ ଅନେକ ଆକ୍ରାନ୍ତ ମୃତ୍ୟୁମୁଖରୁ ବର୍ତ୍ତି ପାରିଥାନ୍ତେ ।ସେହିପରି ଆବଶ୍ୟକ ନିର୍ଦେଶବଳୀର ଅଭାବପାଇଁ ଅନେକ ଆକ୍ରାନ୍ତ ଚିକିତ୍ସା ବେଳେ ଅତିରିକ୍ତ ପଇସା ଦେଇଛନ୍ତି ବୋଲି ସେ କହିଛନ୍ତି ।ସରକାରଙ୍କ ଦ୍ୱାରା କୋଭିଡ୍ ମାମଲାର ମୁକାବିଲା ପାଇଁ ଗଠିତ କମିଟିର ଏହା ପ୍ରଥମରିପୋର୍ଟ । କମିଟି କହିଛି ଯେ ସରକାରୀ ସ୍ୱାସ୍ଥ୍ୟ ସୁବିଧାରେ ଅଭାବ ଏବଂ ମହାମାରୀକୁ ନଜରରେ ରଖି ସରକାର ଏବଂ ଘରୋଇ ହସ୍ପିଟାଲ ମଧ୍ୟରେ ଆବଶ୍ୟକ ବୁଝାମଣା ରହିବାର ଆବଶ୍ୟକ ରହିଛିବୋଲି କମିଟି କହିଛି ।
ସେହିପରି କମିଟି କହିଛିକରୋନା ମୁକାବିଲା ବେଳେ ଯେଉଁ ଡାକ୍ତର ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ସରକାର ଆବଶ୍ୟକ କ୍ଷତିପୂରଣ ଦେବା ଉଚିତ । ସେହିପରି ମୃତ ଡାକ୍ତରଙ୍କୁ ଶହୀଦ ବୋଲି ଘୋଷଣା କରିବା ଦରକାର । ୧୩୦କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ସ୍ୱାସ୍ଥ୍ୟବାବଦରେ ସରକାର ବହୁତ କମ୍ ଖର୍ଚ୍ଚ କରିଛନ୍ତି । ଏବାବଦରେ ସରକାର ଅଧିକ ନିବେଶ କରି ଉତ୍ତମ ସ୍ୱାସ୍ଥ୍ୟବସ୍ଥାକୁ ସାର୍ବଜନୀନ କରିବା ଦରକାର ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।ସରକାର ୨୦୨୫ ଯାଏ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତିରଲକ୍ଷ୍ୟ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ୨୦୧୭ରୁଏହାର ଲକ୍ଷ୍ୟ ଆରମ୍ଭ ହୋଇଛି । ହେଲେ ଏହି ବର୍ଷ ମୋଟ୍ ଅଭିବୃଦ୍ଧିର ମାତ୍ର୧.୧୫ ପ୍ରତିଶତ ଟଙ୍କା ନିବେଶ ହୋଇଛି ।ଲକ୍ଷ୍ୟ ପୂରଣ ପାଇଁ ହାତରେ ୫ ବର୍ଷ ରହିଛି ।ତେଣୁ ଏବେଠୁ ସରକାର ପ୍ରତିବର୍ଷ ସ୍ୱାସ୍ଥ୍ୟସମସ୍ୟାର ସମାଧାନ ପାଇଁ ମୋଟ୍ ଅଭିବୃଦ୍ଧିର୨.୫ ପ୍ରତିଶତ ନିବେଶ କରିବା ଦରକାର