27.1 C
Bhubaneswar
Sunday, August 1, 2021

ଓଡିଆ ପାଠ ପଢିବେ ଛତିଶଗଡ ପିଲା ।

Must read

ଭୁବନେଶ୍ୱର,୨୩/୧୧;ଛତିଶଗଡ଼ର ୧୪ଟି ଜିଲ୍ଲାର ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳରେ ଓଡ଼ିଆ ଭାଷା ଓ ଲିପିରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରାଯିବା ନେଇ ବ୍ୟବସ୍ଥା ହୋଇଛି ।ଛତିଶଗଡ଼ ସରକାର ହିନ୍ଦୀ-ଓଡ଼ିଆ ଦ୍ୱିଭାଷୀପାଠ୍ୟ ପୁସ୍ତକ ପ୍ରକାଶ କରି ପ୍ରଥମ ପର୍ଯ୍ୟାୟ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି । ତେଣୁ ଉକ୍ରଳ ସମ୍ମିଳନୀ ପକ୍ଷରୁ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି ।୨୦୧୩ ଓ ୨୦୧୫ ମସିହାରେ ବିଧାୟକ ଅମର ପ୍ରସାଦ ଶତପଥୀ ଓ ୮ଜଣ ବିଧାୟକଙ୍କର ଛତିଶଗଡ଼ର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଡ.ରମଣ ସିଂହଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିଲା ।

ଓଡ଼ିଆ ଭାଷାରେ ଶିକ୍ଷାଦାନ, ଓଡ଼ିଆକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା, ଓଡ଼ିଆଶିକ୍ଷକ ନିଯୁକ୍ତି ଦେବାକୁ ଦାବି ହୋଇଥିଲା ।ଉକ୍ରଳ ସମ୍ମିଳନୀର ସଭାପତି ଡ.ଅଦ୍ୱେତ କୁମାର ପାତ୍ରଙ୍କ ଅନୁରୋଧ କ୍ରମେ ତକ୍ରାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଉଷା ପାଢ଼ୀ,ରଂଜନା ଚୋପ୍ରା, ଅତିରିକ୍ତ ମୁଖ୍ୟ ସଚିବପି.କେ ମହାପାତ୍ର ଏନେଇ ଛତିଶଗଡ଼ର ସଚିବଙ୍କ ନିକଟକୁ ଚିଠି ଲେଖିଥିଲେ ।

୨୦୧୯ରେ ଛତିଶଗଡ଼ର ଓଡ଼ିଆ ଅଧିବାସୀ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମଶଙ୍କର ପଣ୍ଡାଙ୍କ ଆବେଦନ କ୍ରମେ ବିଳାସପୁର ହାଇକୋର୍ଟତାଙ୍କ ରାଜ୍ୟର ଓଡ଼ିଆ ଭାଷୀ ଅଞ୍ଚଳରେ ଓଡ଼ିଆରେ ଶିକ୍ଷାଦାନର ଆଦେଶ ଦେଇଥିଲେ ।ଏହାକୁ ସମ୍ମାନ ଜଣାଇଛ ଚତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ୨୦୨୦ ମସିହା ଜାନୁଆରି ୨୬ ତାରିଖରେ ଓଡ଼ିଆ ସମେତ ଅନ୍ୟ କେତୋଟି ଭାଷାରେ ପ୍ରାଥମିକ ଶିକ୍ଷା ଦିଆଯିବା ବିଷୟ ଘୋଷଣା କରିଥିଲେ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article