32.1 C
Bhubaneswar
Friday, June 25, 2021

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା ।

Must read

ଭୁବନେଶ୍ଵର,୨୨ା୧୧: ସୁରୁଖୁରୁରେ ଚାଲିଛି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନୟ ସ୍କୁଳ ବନ୍ଦ ପ୍ରସଙ୍ଗନେଇ ଚାଲିଛି ଆଲୋଚନା । ପ୍ରାଥମିକ ଶିକ୍ଷାର ଏକତ୍ରିକରଣ ଓ ସୁବ୍ୟବସ୍ଥୀକରଣ ନୀତି ନେଇ ଆଗତ ପ୍ରସ୍ତାବ ଉପରେ ବିସ୍ତୃତଭାବେ ଆଲୋଚନା ହଲିଛି । ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରୀ ଦଳମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିଛନ୍ତି ମୋସନ୍ । ସ୍କୁଲ ବନ୍ଦକରାଯାଇନି, ମିଶ୍ରଣ କରାଯାଇଛି ବୋଲି ସରକାରୀ ମୁଖ୍ୟ ସଚେତକ ଗୃହକୁ ଅବଗତ କରାଇଛନ୍ତି । କିଛି ସ୍ଥାନରେ ୮ ଛାତ୍ରଛାତ୍ରୀଙ୍କ ପାଇଁଅଛନ୍ତି ୨ ଜଣ ଶିକ୍ଷକ । ଯାହା ଯଥାର୍ଥ ନୁହେଁ । ଯଦି କିଛି ସ୍କୁଲରେ ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ,ସେଠାରେ ସ୍କୁଲଚାଲି ପାରିବ । ଯଦି କାହାର କିଛି ଅଭିଯୋଗ ରହିଛି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ ।

ସେଇଠି ସମାଧାନ ହୋଇପାରିବ ।ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଗୋଟିଏ କ୍ଲାସରେ କେତେ ଛାତ୍ରଛାତ୍ରୀ ରହିବେ ସେଥିପାଇଁ ନିୟମ ପ୍ରଣୟନ କରାଯାଇଛି । ତେଣୁ କୌଣସି ସ୍କୁଲକୁ ବନ୍ଦ କରାଯାଇନି ମିଶ୍ରଣ କରାଯାଇଛି ବୋଲି ଗୃହକୁ ଜଣାଇଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳାମଲ୍ଲିକ ।ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କିନ୍ତୁ ସ୍କୁଲ ବନ୍ଦକୁନେଇ ସରକାରଙ୍କୁ ନିଶାନା ସାଧିଛନ୍ତି । କହିଛନ୍ତି ସରକାର ସଠିକ ଦିଶାରେ ଚାଲୁନାହି । ସାଢ଼େ ୧୧ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ହେବ ।୧୧ ଲକ୍ଷ ଛାତ୍ରଛାତ୍ରୀ ନାମଲେଖାଉଛନ୍ତି । କିନ୍ତୁ ମାଟ୍ରିକ ବେଳକୁ ୬ଲକ୍ଷ ରହୁଛନ୍ତି । ୫ ଲକ୍ଷ ଛାତ୍ରଛାତ୍ରୀ ପାଠ ଛାଡ଼ୁଛନ୍ତ । କାହିଁକି ଏଭଳିହେଉଛି ବୋଲି ବିଷ୍ଣୁ ପ୍ରଶ୍ନ କରିଛନ୍ତି ।

ସ୍କୁଲ ବନ୍ଦ ନିଷ୍ପତ୍ତି ଅଗଣାତାନ୍ତ୍ରିକ କହି ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପନେତା । ସେପଟେ ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ରଉପରେ ଦୋଷ ଲଦିଛନ୍ତି ବିଜେଡି ବିଧାୟକ ପ୍ରତାପଦେବ । ଏ ଉଦ୍ଭଟ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁଆସିଛି । ୨୦୧୭ରୁ ନୀତି ଆୟୋଗ ମିଶ୍ରଣ ପାଇଁକହିଛି । ନୀତି ଆୟୋଗ ବାରମ୍ବାର ରାଜ୍ୟସରକାରଙ୍କୁ କହିଛନ୍ତି । ନୂତନ ଶିକ୍ଷାନୀତିରେ ଏବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ସ୍କୁଲ ମିଶ୍ରଣ ପାଇଁରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି । ଅଭିଯୋଗକଲେ ସମାଧାନର ରାସ୍ତା ବାହାର କରାଯାଉଛି । ବାଟରେଚାଲି ନ ଜାଣି ବାଟର ଦୋଷ ଦେଲା ଭଳି ବିରୋଧୀ୍ୟହାର କରୁଛନ୍ତି । ଉଦେ୍ଦଶ୍ୟ ମୂଳକ ଭାବେ କୌଣସି ସ୍କୁଲକୁ ବନ୍ଦ କରାଯାଉନଥିବା କହିଛନ୍ତି ପ୍ରତାପ ଦେବ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article