ଭୁବନେଶ୍ୱର,୨୨ ।୧୧ :୨୦୨୦-୨୧ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗରନିଗମ (ବିଏମ୍ସି)କୁ ଘାରିଛି ରାଜସ୍ୱଚିନ୍ତା । କରୋନା ଯୋଗୁଁ ଏଥର ରାଜସ୍ୱଆୟ ବହୁ ପରିମାଣରେ ପ୍ରଭାବିତହୋଇଛି । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହାପୂରଣ ହେବା ନେଇ ଆଶଙ୍କା ପ୍ରକାଶପାଇଛି । ଏମିତିକି ଅଧା ଛୁଇଁବା ବିକଷ୍ଟକର ହୋଇପଡ଼ିବ ବୋଲି ଆକଳନ କରାଗଲାଣି । ତାହାକୁ ଦୃଷ୍ଟିରେ ରଖିବିଏମ୍ସି ପକ୍ଷରୁ ଏବେ ଟ୍ରେଡ୍ ଲାଇସେନ୍ସଯାଞ୍ଚ କରି ରାଜସ୍ୱ ବାଇବାକୁ ଯୋଜନାପ୍ରସ୍ତୁତ କରାଯାଇଛି । ଗୋଟିଏ ପଟେସମସ୍ତ ଘରର ହିସାବ ରଖିବା ନିମନ୍ତେଡିଜିଟାଲ୍ ଡୋର୍ ନମ୍ବରିଂ କରି ଏହାକୁଜିଆଇଏସ୍ ପରିଚାଳନା ଯୁକ୍ତ କରାଯାଉଥିବା ବେଳେ ଅନ୍ୟପଟେଏବେ ଟ୍ରେଡ଼୍ ଲାଇସେନ୍ସରୁ ଅଧିକରାଜସ୍ୱ ପାଇବାକୁ ଲକ୍ଷ୍ୟ ରଖାଯାଇଛି ।ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ୍ ଅଧିନିୟମ ୨୦୦୩ର ଭାଗ ୫୫୪ଓ ୬୧୭ ଆଧାରରେ ଲାଇସେନ୍ସପାଇବା ପରେ ବିଏମ୍ସି ଅଞ୍ଚଳରେ ବ୍ୟବସାୟ କରିବାକୁ ବ୍ୟବସାୟୀମାନେ ଅନୁମତି ପାଇଥା’ନ୍ତି ।
ଏହି ଅନୁସାରେବିଏମ୍ସି କରିଥିବା ରେଗୁଲେସନ୍୨୦୦୬ ଆଧାରରେ ଆବଶ୍ୟକ ଦେୟ ଦେବା ପରେ ଏହି ଟ୍ରେଡ଼୍ଲାଇସେନ୍ସ ଦିଆଯାଇଥାଏ । ତେବେବିଏମ୍ସି ଅଞ୍ଚଳରେ ଏବେ ୫୦ ହଜାରରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଥିବାବେଳେ ସମସ୍ତେ ଲାଇସେନ୍ସ ପାଇନାହାନ୍ତି । ମାତ୍ର ୧୩ ହଜାର ଟ୍ରେଡ୍ଲାଇସେନ୍ସ ପାଇଥିବା ବିଏମ୍ସି ପକ୍ଷରୁସୂଚନା ମିଳିଛି । ଯାହାକି ମୋଟସଂଖ୍ୟାଠାରୁ ବହୁତ କମ୍ୟ ଯଦି ହିସାବକୁନିଆଯାଏ, ମାତ୍ର ୨୩ ପ୍ରତିଶତ ବ୍ୟବସାୟୀ ଟ୍ରେଡ୍ ଲାଇସେନ୍ସ ପାଇବ୍ୟବସାୟ ଚଳାଉଛନ୍ତି । ଅର୍ଥାତ୍ ୭୭%ତଥା ପାଖାପାଖି ୩୭ ହଜାର ଦୋକାନବିନା ଲାଇସେନ୍ସରେ ଚାଲିଛି । ଏଥିପାଇଁବିଏମ୍ସିର ରାଜସ୍ୱ ପରିମାଣ କମୁଛି । ଏସଂପର୍କରେ ଜଣାପଡ଼ିବା ପରେ ବ୍ୟବସାୟୀଙ୍କ ତଥ୍ୟ ସଂଗ୍ରହ ଲାଗି ବିଏମ୍ସିପକ୍ଷରୁ ବାହ୍ୟ ଅନୁଷ୍ଠାନକୁ ନିୟୋଜିତ କରାଯାଇଛି । ସମସ୍ତ ତଥ୍ୟ ଅଣାଯିବାପରେ ତାହାର ଦସ୍ତାବିଜ୍ ପ୍ରସ୍ତୁତ ହେବୟନିଜସ୍ୱ ସୀମା ମଧ୍ୟରେ ବିନା ଲାଇସେନ୍ସ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ସୂଚନାଏକାଠି କରିବା ପାଇଁ ଆବଶ୍ୟକ ସଂସ୍ଥାଚୟନର ଟେଣ୍ଡର୍ ପ୍ରକ୍ରିୟା ଚାଲୁ ରହିଛି ।ପ୍ରାୟ ୨୦ ଦିନ ମଧ୍ୟରେ ଏହି ପ୍ରକ୍ରିୟାଶେଷ ହେବୟ ଟେଣ୍ଡର୍ ପ୍ରକ୍ରିୟାରେ ଚୟନ ହେବାକୁ ଥିବା ସଂସ୍ଥା ୱାର୍ଡସ୍ତରୀୟ ସୂଚନା ସଂଗ୍ରହ କରିବେ ।
ବ୍ୟବସାୟର ନାମ/ପ୍ରକାର, ମାଲିକ/ନିଦେ୍ର୍ଦଶକ/ସହଭାଗୀ/ଅଂଶୀଦାର ଇତ୍ୟାଦିଙ୍କ ନାମ,ପ୍ରତିଷ୍ଠାନର ସ୍ଥାନ ସୂଚନା ପୁଙ୍ଖାନୁ ପୁଙ୍ଖଠିକଣା, ଟ୍ରେଡ୍ ଲାଇସେନ୍ସ କରିଛନ୍ତି ନାନାହିଁ । ଯଦି ଥାଏ, ତେବେ ଏହାରନମ୍ବର, ଏହା କାର୍ଯ୍ୟକାରୀ ସ୍ଥିତିରେ ଅଛିନା ନାହିଁ, ବ୍ୟବସାୟ ପ୍ରତିଷ୍ଠାନରେ କେଉଁସବୁ ପ୍ରକାରର ଦ୍ରବ୍ୟ ବିକ୍ରୟ ହେଉଛି,କେଉଁ ଘରେ କାହା ପ୍ରାଙ୍ଗଣରେ ହେଉଛିଆଦି ତଥ୍ୟ ସଂଗ୍ରହ ହେବ । ଯେଉଁଘରେ ବ୍ୟବସାୟ ହେଉଛି ତାହା ସମ୍ପୃକ୍ତଅନୁଷ୍ଠାନର ନିଜସ୍ୱ ଜମି/ମାଲିକଙ୍କ ଜମି/କନ୍ସଲ୍ଟାଣ୍ଟ ବା କୌଣସି ବ୍ୟକ୍ତି ଏହାକୁଚଳାଉଛନ୍ତି । ଯେଉଁଠାରେ ବ୍ୟବସାୟ ଚାଲୁ ରହିଛି, ସେହି ସ୍ଥାନର ହୋଲ୍ଡିଂଟ୍ୟାକ୍ସ ନମ୍ବର, ଯଦି ଭଡ଼ାଘରେ ·ଲୁରହିଛି, ତେବେ ମାଲିକଙ୍କ ନାମ ଓଏହାର ହୋଲ୍ଡିଂ ନମ୍ବର, ବ୍ୟବସାୟପ୍ରତିଷ୍ଠାନର ଜିଓ ଟ୍ୟାଗିଙ୍ଗ୍ ଫଟୋ ଓବ୍ୟବସାୟ ପ୍ରତିଷ୍ଠାନର ଜିଓ କୋ-ଅର୍ଡିନେଟ୍ ଚିତ୍ର ଆଦି ସଂଗ୍ରହ କରାଯିବ । ଉକ୍ତ ସମସ୍ତ ସୂଚନା ଆସିବାପରେ ବିଏମ୍ସି ନିୟୋଜିତଏସ୍ଏଚ୍ସି(ସ୍ୱୟଂ ସହାୟକ ଗୋଷ୍ଠୀ)ଙ୍କଦ୍ୱାରା ଟ୍ରେଡ଼୍ ଲାଇସେନ୍ସ ଦେୟ ଓ ହୋଲ୍ଡିଙ୍ଗ୍ଟ୍ୟାକ୍ସ ଆଦାୟ କରାଯିବାକୁ ସ୍ଥିରହୋଇଛିୟ ବର୍ତ୍ତମାନ ପରିସ୍ଥିତିରେ ଟ୍ରେଡ଼୍ଲାଇସେନ୍ସ କରାଇବାର ସରଳ ଉପାୟନ୍ତଭୁବନେଶ୍ୱର ଡଟ୍ ମି’ ମାଧ୍ୟମରେ ହେଉଛି । ଅଧିକାଂଶ ବ୍ୟବସାୟୀ ଏହିସୂଚନାରୁ ଦୂରେଇ ରହୁଥିବା ଜଣାପଡ଼ିଛି ବୋଲି ବିଏମ୍ସି ଡେପୁଟି କମିସନର୍ ଶ୍ରୀମନ୍ତମିଶ୍ର କହିଛନ୍ତି ।