ଭୁବନେଶ୍ୱର, ୨୨/୧୧: ପଶ୍ଚିମଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ନଭେମ୍ବର ପ୍ରଥମ ସପ୍ତାହରୁ ଚାଷୀ ଧାନଅମଳ କରି ବିକିବାକୁ ତୟାର ଥିବାବେଳେ ସରକାରଙ୍କ ପକ୍ଷରୁ ଟୋକନ ପ୍ରଦାନର ଅବ୍ୟବସ୍ଥା ଯୋଗୁଁ ଚାଷୀ ଅଭାବୀଧାନ ବିକ୍ରିର ସମ୍ମୁଖିନ ହେଉଛନ୍ତି । ଯେଉଁଚାଷୀ ଧାନ ଅମଳ କରିଛନ୍ତି ସେମାନଙ୍କପାଖକୁ ଟୋକନ ପହଞ୍ଚୁନାହିଁ ଏବଂ ଯେଉଁଚାଷୀ ଧାନ ଅମଳ କରି ନାହାନ୍ତି ସେମାନଙ୍କ ପାଖକୁ ଟୋକନ ପହଞ୍ଚିବା ଫଳରେ ଏହି ଅଞ୍ଚଳରେ ଧାନ ବିକ୍ରୟକରିବା ସମସ୍ୟା ଜଟିଳ ହୋଇପଡ଼ିଛି ।ଯାହାକି ଏହା ସରକାରଙ୍କ ତୃଟିପୂର୍ଣ୍ଣ ଧାନସଂଗ୍ରହ ନୀତିରେ ବିଫଳତାର ଏକ ନିଚ୍ଛକନମୁନା ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ପିସିସି କିଷାନ କଂଗ୍ରେସଅଧ୍ୟକ୍ଷ ଅମୀୟ କୁମାର ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ଓକର୍ମକର୍ତ୍ତାମାନେ ଗଭୀର କ୍ଷୋଭ ପ୍ରକାଶକରିଛନ୍ତି । ସରକାର ଗତବର୍ଷ ଏକକାଳୀନ ଥରେ ଟୋକନ ଇସୁ୍ୟରେ୧୦୦ କ୍ୱିଣ୍ଟାଲ ଧାନ କ୍ରୟ କରିଥିବାବେଳେ ଚଳିତବର୍ଷ ୭୫ କ୍ୱିଣ୍ଟାଲ ଧାନକ୍ରୟ କରୁଥିବା ଅତ୍ୟନ୍ତ କ୍ଷୋଭର ବିଷୟ
ଚାଷୀ ମଣ୍ଡିକୁ ଆଣିଥିବା ବଳକା ଧାନବିକ୍ରି କରିବେ କିପରି ବୋଲି ଶ୍ରୀପଟନାୟକ ସରକାରଙ୍କୁ ପ୍ରଶ୍ନ କରଛନ୍ତି ।ଟୋକନ ଅବଧି ଚଳିତ ଥର ୧ ମାସର ଖାଯାଇଥିବା ବେଳେ ସରକାର ଠିକଣା ସମୟରେ ଧାନ ନ କିଣିଲେ ଚାଷୀକରିବେ କଣ? ଅନେକ ମଣ୍ଡିରେ ମଧ୍ୟଭିତ୍ତିଭୂମି ନାହିଁ । ସରକାରଙ୍କ ଘୋଷିତମଣ୍ଡିରେ ନିୟମ ପ୍ରକାରେ ଚାଷୀଙ୍କ ପାଇଁକୌଣସି ସହାୟତା ନ ମିଳିବା ଅତ୍ୟନ୍ତଦୁଃର୍ଭାଗ୍ୟର ବିଷୟ । ଏଫ୍.ଏ.କୁ୍ୟ ଆଳରେପ୍ରତି ବସ୍ତାରେ ୩ କେଜିରୁ ୫ କେଜିପର୍ଯ୍ୟନ୍ତ ଧାନ କଟଣୀ ଛଟଣୀକରାଯାଉଛି । ବିଶେଷ କରି ହୀରାକୁଦ ସେଚାଞ୍ଚଳର ଚାଷୀ ରବି ଚାଷ ପାଇଁପ୍ରସ୍ତୁତ ବେଳେ ଗତ ଖରିଫ ଧାନଟୋକନ ସମସ୍ୟା ନେଇ ଧାନ ଉଠି ପାରୁନ ଥିବା ହେତୁ ଚାଷୀ ବାଧ୍ୟ ହୋଇଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏଣୁରାଜ୍ୟ ସରକାର ତୁରନ୍ତ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ନ କଲେ ଆସନ୍ତା୨୫ ତାରିଖଠାରୁ ପଶ୍ଚିମ ଓଡ଼ିଶାରୁ କିଷାନ କଂଗ୍ରେସ ପକ୍ଷରୁ କୃଷକ ଆନ୍ଦୋଳନ ଯୋଗଦାର କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀପଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେହିପରି ଧାନ କ୍ରୟ କ୍ଷେତ୍ରରେଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟସୁନିଶ୍ଚିତ କରିବା, ଯଦି ଏଥିରୁ କୌଣସିସଂସ୍ଥା ଓ ବ୍ୟକ୍ତି ଚାଷୀଙ୍କଠାରୁ ଏମ୍.ଏସ.ପିଠାରୁକମ୍ ଦାମରେ ଧାନ କ୍ରୟ କରନ୍ତି ସେମାନଙ୍କପାଇଁ ଅର୍ଥଦଣ୍ଡ ଓ କାରାଦଣ୍ଡରେ ଦଣ୍ଡିତ କରିବାନିମନ୍ତେ ଚଳିତ ବିଧାନସଭାରେ ସ୍ୱତନ୍ତ୍ରଆଇନ ପ୍ରଣୟନ କରିବାକୁ କିଷାନ କଂଗ୍ରେସପକ୍ଷରୁ ଦୃଢ଼ ଦାବୀ କରାଯାଇଛି । ଏହିବୈଠକରେ ଅନ୍ୟମାନଙ୍କ ମଧ୍ୟରେ କିଷାନକଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ସର୍ବଶ୍ରୀ ଶଶିଭୂଷଣ ପାତ୍ର, ଉପାଧ୍ୟକ୍ଷ ସୁବାଷ ରାଉତ,ସାଇ ପ୍ରସାଦ ପାତ୍ର, ଜିଲ୍ଲା ସଭାପତି ବୃନ୍ଦାବନ ଖଟେଇ, ନିରଞ୍ଜନ ବେହେରା,ଭାଗିରଥି ସାହୁ, ଧ୍ରୁବ ଚରଣ ପରିଡ଼ା,ଦଶରଥ ସିଂ, ମକର ପ୍ରଧାନ, ରଘୁନାଥପଲିଆ, ପଦ୍ମଚରଣ ସାହୁ, ବସନ୍ତମହାରଣା, ଅରବିନ୍ଦ ସାମଲ, ଯଶୋଦାନନ୍ଦନ ସିଂହ, ନରେନ୍ଦ୍ର କୁମାର ପାଇଟାଳ,ତାପଷ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିନିଜନିଜ ଜିଲ୍ଲାର ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।