27.1 C
Bhubaneswar
Friday, July 23, 2021

ଓଡ଼ିଶାରେ ୧୩ ଲକ୍ଷ ୭୯ ହଜାର ମାମଲା ରହିଛି

Must read

ଭୁବନେଶ୍ୱର,୨୨ ।୧୧:ଆଜିସୁଦ୍ଧା ଓଡ଼ିଶାର ବିଭିନ୍ନ ଆଇନ୍ଅଦାଲତରେ ୧୩,୭୮,୯୨୩ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ଏଥିମଧ୍ୟରୁ ଫୌଜଦାରୀ ମାମଲା ସଂଖ୍ୟାହେଉଛି ୧୦ଲକ୍ଷ ୯୬ହଜାର ୨୨୦ ।ଏହାଛଡ଼ା ଆଉ ୨ଲକ୍ଷ ୮୨ହଜାର୭୦୩ଟି ଦେୱାନୀ ମାମଲା ରାଜ୍ୟର ଅଦାଲତଗୁଡ଼ିକରେ ରହିଥିବା ଜାତୀୟ ଜୁଡ଼ିସିଆଲ୍ ଡାଟା ଗ୍ରୀଡ୍ ତଥ୍ୟରୁଜଣାପଡ଼ିଛି । ଆଇନ୍ ଅଦାଲତ ଗୁଡ଼ିକରେ ପଡ଼ିଥିବା ମାମଲା ମଧ୍ୟରୁ ୪,୬୨୮ଟି୩୦ ବର୍ଷରୁ ଅଧିକ ସମୟ ଧରି ଗଡ଼ୁଥିବାବେଳେ ଏଥିମଧ୍ୟରୁ ୩,୦୮୮ଟି ହେଉଛି ଫୌଜଦାରୀ ମାମଲା । ସେହିପରି ଓଡ଼ିଶାରଆଇନ୍ ଅଦାଲତ ଗୁଡ଼ିକରେ ପଡ଼ିରହିଥିବା ମାମଲାଗୁଡ଼ିକ ମଧ୍ୟରୁ ୩୦,୭୮୧ଟିହେଉଛି ୨୦ରୁ ୩୦ ବର୍ଷ ପୁରୁଣାଯେଉଁଥିରୁ ୨୭,୦୬୦ ଟି ହେଉଛି ଅପରାଧିକ ମାମଲା । ଏହାଛଡ଼ା୧,୬୫,୯୪୫ଟି ଏମିତି ମାମଲାରାଜ୍ୟର ବିଚାରାଳୟଗୁଡ଼ିକରେ ରହିଛିଯେଉଁଗୁଡ଼ିକ ୧୦ରୁ ୨୦ ବର୍ଷ ଧରିବିଚାର ପ୍ରତୀକ୍ଷାରେ ଅଛି । ଏଥିମଧ୍ୟରୁ୧,୪୪,୯୨୫ଟି ହେଉଛି ଫୌଜଦାରୀ ମାମଲା ୟ ଜୁଡ଼ିସିଆଲ୍ ଡାଟା ଗ୍ରୀଡ୍ ତଥ୍ୟପୁଣି କହୁଛି ଯେ ଓଡ଼ିଶାର ବିଭିନ୍ନଅଦାଲତ ଗୁଡ଼ିକରେ ୨,୫୮,୫୫୯ଟିଏଭଳି ମାମଲା ରହିଛି ଯାହା ୫ରୁ ୧୦ବର୍ଷ ଧରି ଗଡ଼ୁଛି ।

ଏଥିମଧ୍ୟରୁ୨,୦୨,୦୩୬ଟି ଫୌଜଦାରୀ ମାମଲାରହିଛି । ଫୌଜଦାରୀ ମାମଲା ଫଇସଲାରେ ବିଳମ୍ବ ହେବା ଯୋଗୁ ବହୁକ୍ଷେତ୍ରରେ ଅତ୍ୟା·ରିତ ଲୋକେ ଠିକଣାନ୍ୟାୟ ପାଉନାହାନ୍ତି ଏବଂ ଅଧିକାଂଶ ଆଇପିସି, ନାରୀ ନିର୍ଯାତନା, ଶିଶୁନିର୍ଯାତନା, ବଳାକ୍ରାର ଆଦି ମାମଲାରେ ଅପରାଧୀମାନେ ସହଜରେ ଖସି ଯାଉଛନ୍ତି । ଏହା ଆଇନ୍ ବ୍ୟବସ୍ଥା ପ୍ରତି ଏକ ବଡ଼ଆହ୍ୱାନ ହୋଇଥିବା ଅଭିଜ୍ଞ ଆଇନଜୀବୀମାନେ ସ୍ୱୀକାର କରୁଛନ୍ତି । ଓଡ଼ିଶା ହାଇକୋର୍ଟରେ ଆଜିସୁଦ୍ଧା୧,୭୦,୬୮୯ଟି ମାମଲା ବିଚାରପ୍ରତୀକ୍ଷାରେ ଥିବା ଜାତୀୟ ଜୁଡ଼ିସିଆଲ୍ଡାଟା ଗ୍ରୀଡ୍ ତଥ୍ୟରେ ଦର୍ଶାଯାଇଛି ।ଏଥିମଧ୍ୟରେ ୫୨ହଜାର ୯୧୭ଟିଅପରାଧିକ ମାମଲା । ରାଜ୍ୟହାଇକୋର୍ଟରେ ୩୯,୮୨୩ଟି ମାମଲା୫ରୁ ୧୦ ବର୍ଷ ଧରି, ୨୩,୮୪୮ଟିମାମଲା ୧୦ରୁ ୨୦ ବର୍ଷ ଧରି,୩,୭୨୨ଟି ମାମଲା ୨୦ରୁ ୩୦ ବର୍ଷଧରି ଓ ୬୯୪ଟି ମାମଲା ୩୦ ବର୍ଷରୁଊଦ୍ଧ୍ୱର୍ ସମୟ ଧରି ବି·ର ପ୍ରତୀକ୍ଷାରେରହିଛି । ଓଡ଼ିଶା ହାଇକୋର୍ଟରେ ଥିବାଅପରାଧିକ ମାମଲାଗୁଡ଼ିକ ମଧ୍ୟରୁ୯,୫୩୬ଟି ୫ରୁ ୧୦ ବର୍ଷ ଧରି,୮,୯୧୦ଟି ୧୦ରୁ ୨୦ ବର୍ଷ ଧରି,୮୨୩ଟି ୨୦ରୁ ୩୦ ବର୍ଷ ଧରି ଓଗୋଟିଏ ମାମଲା ୩୦ ବର୍ଷରୁ ଅଧିକସମୟ ଧରି ବିଚାର ପ୍ରତୀକ୍ଷାରେ ରହିଛି ।

ଓଡ଼ିଶା ହାଇକୋର୍ଟ ପାଇଁ ୨୭ଟିମଞ୍ଜୁରୀପ୍ରାପ୍ତ ବି·ରପତି ପଦବୀ ଥିବାବେଳେ ଏଥିରୁ ଏବେ ୧୩ଟି ଖାଲିପଡ଼ିଛି । ରାଜ୍ୟ ହାଇକୋର୍ଟରେ ଯେତେ ମାମଲାରହିଛି ତାହାର ଫଇସଲା ପାଇଁ ଅନୂ୍ୟନ୪୦ଜଣ ବି·ରପତିଙ୍କର ଆବଶ୍ୟକତାଥିବା ବରିଷ୍ଠ ଆଇନ୍ଚୀବୀମାନେ କହୁଛନ୍ତି । ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣକରାଗଲେ ବି ସମସ୍ତ ବିଚାରପତି ପଦବୀପୂରଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟ ହାଇକୋର୍ଟ ଏଭଳିସ୍ଥିତିରେ ଥିବା ବେଳେ ସରକାର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍)କୁଉଚ୍ଛେଦ କରିଛନ୍ତି । ଏଠାରେ ପ୍ରାୟ୭୨ହଜାର ମୂଳ ଓ ବିବିଧ ମାମଲାଏବଂ ଅଦାଲତ ଅବମାନନା ମାମଲା ରହିଥିଲା । ଏଗୁଡ଼ିକ ହାଇକୋର୍ଟକୁସ୍ଥାନାନ୍ତରିତ ହେଲେ ମାମଲାର ·ପାଆହୁରି ବିଯିବ । ବିଶେଷ କରି ·କିରିସଂକ୍ରାନ୍ତୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ସରକାର ସ୍ୟାଟର ପୁନଃକାର୍ଯ୍ୟକ୍ଷମ କରିବା କିମ୍ବା ସାଧାରଣ ଅଭିଯୋଗ ଓ ପେନ୍ସନ୍ ପ୍ରଶାସନବିଭାଗ ଅଧୀନରେ ଅଭିଜ୍ଞ ଆଇନଜୀବୀଓ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ସେଲ୍ଖୋଲିବା ପାଇଁ ଆଇନଜୀବୀମାନେ ମତପ୍ରକାଶ କରୁଛନ୍ତି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article