19.6 C
Bhubaneswar
Thursday, November 26, 2020

ଅନ୍ଲାଇନ୍ ରେ ଟ୍ରାଫିକ୍ ଜରିମାନା ଜମା ଫେଲ୍ ହୋଇଛି

Must read

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭୁବନେଶ୍ୱର,୨୧ ।୧୧ :କାକଟପୁରର କାହ୍ନୁ ପାତ୍ର ।ଭୁବନେଶ୍ୱରରେ କେତେବେଳେ ଅଜ୍ଞତାବଶତଃ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଘରେ ଚାଲାଣ ପହଞ୍ଚିଗଲା । ଜରିମାନା ଥିଲା ୫ ଶହଟଙ୍କା । ତେଣୁ ସେ ଅନ୍ଲାଇନ୍ରେ ଉକ୍ତଜରିମାନା ପଇଠ କରିବାକୁ ବାହାରିଲେ ।ମାତ୍ର ବାରମ୍ବାର ଚେଷ୍ଟା କଲେ ବିଜରିମାନା ପଇଠ ହେଲା ନାହିଁ । ତେଣୁବାଧ୍ୟ ହୋଇ ସେ ଭୁବନେଶ୍ୱର ପୁଲିସସେବା ଭବନକୁ ଆସିଲେ । ୫ ଶହଟଙ୍କା ଜରିମାନା ଭରିବାକୁ ତାଙ୍କୁ ବାଟଖର୍ଚ୍ଚ ବାବଦରେ ୩ ଶହ ଟଙ୍କା ଖର୍ଚ୍ଚକରିବାକୁ ପଡ଼ିଲା । ସେଥିରେ ପୁଣିଗୋଟିଏ ଦିନ ଗଲା । ଏହା କେବଳ କାହ୍ନୁଙ୍କ ସମସ୍ୟା ନଥିଲା । ଏମିତି ବହୁକାହ୍ନୁ ପ୍ରତିଦିନ ଟ୍ରାଫିକ୍ ଜରିମାନାଭରିବାକୁ ଯାଇ ହନ୍ତସନ୍ତ ହେଉଛନ୍ତି ।ଏମିତି ବି କିଛି ମାମଲାରେ ଦୂରଦୂରାନ୍ତରୁଲୋକେ ପୁଲିସ ସେବା ଭବନକୁ ଦୁଇତିନି ଥର ଧାଇଁ ଧାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ।ଜରିମାନାଠାରୁ ବାଟ ଖର୍ଚ୍ଚ ବଳେଇପଡ଼ୁଛି । ସାଙ୍ଗକୁ ସମୟ ନଷ୍ଟ ହେଉଛି ।ଅନ୍ଲାଇନ୍ରେ ଜରିମାନା ଭରିବାକୁ ହୋଇଥିବା ବ୍ୟବସ୍ଥା ବିଫଳ ହେଉଥିବାରୁ ସାଧାରଣ ଲୋକେ ଏମିତି ହନ୍ତସନ୍ତ ହେଉଛନ୍ତି । ଏଥିପାଇଁ ପ୍ରତ୍ୟେକ ଦିନପୁଲିସ ସେବା ଭବନରେ ଥିବାକାଉଣ୍ଟରରେ ଉତ୍ତେଜନା ପ୍ରକାଶ ପାଉଛି ।

ସୂଚନାଯୋଗ୍ୟ, ନଗଦ କାରବାରଏଡ଼ାଇବା ପାଇଁ ଓ ଟ୍ରାଫିକ୍ ନି୍ୱଉଲ୍ଲଂଘନ କାରୀଙ୍କୁ ସମସ୍ୟାରେ ନପକାଇବା ପାଇଁ ଅନ୍ଲାଇନ୍ରେ ଜରିମାନାଜମା କରିବା ବ୍ୟବସ୍ଥା ରହିଛି । ଟ୍ରାଫିକ୍ନିୟମ ଉଲ୍ଲଂଘନ କଲା ପରେ ପୁଲିସଅଫିସର ·ଲାଣ କାଟି ହାତରେ ଧରାଉଛିକିମ୍ବା ପୁଲିସ ଅଫିସର ନଥିଲେ କ୍ୟାମେରାଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପରେ ଚାଲାଣ ଘରକୁ ଯାଉଛି । ଜରିମାନା ଜମାକରିବା ପାଇଁ ଚାଲାଣରେ ଏକ ଲିଙ୍କ୍ରହୁଛି ।ଏଥିରେ କ୍ଲିକ୍ କରିବା ପରେନ୍ତଡିଜିଟାଲ ଟ୍ରାଫିକ୍ ଏନ୍ଫୋର୍ସମେଣ୍ଟ’ସେକ୍ସନରେ ପହଞ୍ଚିବାକୁ ହେଉଛି ।ଏଥିରେ ଚାଲାଣ ନମ୍ବର ସହ ଗାଡ଼ିରଇଞ୍ଜିନ ଓ ଚେସିସ୍ ନମ୍ବର ପୂରଣ କରିବାକୁହେଉଛି । ଏହା ପରେ କିନ୍ତୁ ଜରିମାନାଜମା ହୋଇ ପାରୁନାହିଁ । ଅନେକସମୟରେ ଏଭଳି ବି ହେଉଛି କିଜରିମାନା ଭରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁଟଙ୍କା କଟୁଛି, କିନ୍ତୁ ସରକାରଙ୍କ ଖାତାକୁଯାଉନାହିଁ । ଅନ୍ୟ ପକ୍ଷରେ ଟ୍ରାଫିକ୍ଉଲ୍ଲଂଘନ ମାମଲା କୋର୍ଟକୁ ଗଲେ ଅଧିକସମସ୍ୟା ଉପୁଜିବା ଡର ଥିବାରୁଉଲ୍ଲଂଘନକାରୀ ସିଧାସଳଖ ପୁଲିସ ସେବାଭବନକୁ ଆସି ନଗଦ ଅର୍ଥ ଜମା କରୁଛି ।ଫଳରେ କାକଟପୁରର କାହ୍ନୁ ପାତ୍ରଙ୍କ ଭଳିଅବସ୍ଥା ଭୋଗୁଛନ୍ତି ଲୋକେ । ଏହିଅନ୍ଲାଇନ୍ର ବ୍ୟବସ୍ଥାକୁ ପ୍ରସ୍ତୁତ କରିଛିଏନ୍ଆଇସି ।

ପରିବହନ ବିଭାଗ ପକ୍ଷରୁଏହି ବ୍ୟବସ୍ଥା ହୋଇଥିବା ବେଳେ ପୁଲିସଏନ୍ଫୋର୍ସମେଣ୍ଟ କରୁଛି । ଉଲ୍ଲଂଘନକାରୀଜରିମାନା ଅର୍ଥ ଦେବା ପରେ ତାହାସରକାରୀ ରାଜକୋଷରେ ଜମା ହେଉଛି ।ମାତ୍ର ପରିବହନ ବିଭାଗ ଓ ପୁଲିସ ମଧ୍ୟରେସମନ୍ୱୟ ରହୁ ନଥିବାରୁ ଏହି ବ୍ୟବସ୍ଥାଫେଲ୍ ମାରୁଛି ଓ ମଝିରେ ପେଶି ହେଉଛିଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ।ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେଚାଲାଣ ଡିପୋଜିଟ୍ ହୋଇପାରୁଛି । କିନ୍ତୁଅନେକ ସମୟରେ ଫେଲ୍ ମାରୁଥିବାଅଭିଯୋଗ ରହିଛି । ଏନ୍ଆଇସି ସହଯୋଗାଯୋଗ କରାଯାଇଛି । ଖୁବ୍ ଶୀଘ୍ରଏ ନେଇ ପରିବହନ ବିଭାଗ ସହଆଲୋଚନା ହେବ ବୋଲି ଜଣେ ବରିଷ୍ଠପୁଲିସ ଅଧିକାରୀ କହିଛନ୍ତି । ଜଣେପରିବହନ ବିଭାଗ ଅଧିକାରୀ କହିଛନ୍ତି,ଅନ୍ଲାଇନ୍ ଜମା ବ୍ୟବସ୍ଥାକୁ ସିଧାସଳଖପରିବହନ ବିଭାଗ ମନିଟର କରୁନଥିବାରୁ ସମସ୍ୟା ହୋଇଛି । ଏ ନେଇଆଲୋଚନା କରାଯିବ ବୋଲି କହିଛନ୍ତି ।ପ୍ରତିଦିନ ଟ୍ରାଫିକ୍ ନିୟମ ଉଲ୍ଲଂଘନକରୁଥିବା ଲୋକଙ୍କୁ ଜରିମାନା କରାଯାଉଛିଓ ଚାଲାଣ କଟାଯାଉଛି । ଥାନାସ୍ତରରେଯାଞ୍ଚ ବେଳେ ନିୟମ ଉଲ୍ଲଂଘନକାରୀନଗଦ ଅର୍ଥ ଦେଇ ଦେଉଛନ୍ତି । ସେହିଭଳିଟ୍ରାଫିକ୍ ଛକରେ ଟ୍ରାଫିକ୍ ପୁଲିସ ଧରୁଥିବାଉଲ୍ଲଂଘନକାରୀଙ୍କ ମଧ୍ୟରୁ ୫୦ପ୍ରତିଶତନଗଦ ଅର୍ଥ ଦେଉଛନ୍ତି ।

ବାକି ଚାଲାଣନେଇ ଯାଉଛନ୍ତି ଓ ପରେ ପୁଲିସ ସେବାଭବନରେ ପଇଠ କରୁଛନ୍ତି । କିନ୍ତୁକ୍ୟାମେରାରେ ଚିହ୍ନଟଉଲ୍ଲଂଘନକାରୀଙ୍କଠାରୁ ନଗଦ ଟଙ୍କାଆଦାୟ ହୋଇପାରେନାହିଁ । ସେମାନଙ୍କୁଅନ୍ଲାଇନ୍ରେ କିମ୍ବା ପୁଲିସ ସେବାଭବନରେ ଜରିମାନା ପଇଠ କରିବାକୁପଡ଼େୟ ସୂଚନା ମୁତାବକ, ପ୍ରତ୍ୟେକଦିନ କ୍ୟାମେରା ଜରିଆରେ ପାଖାପାଖିଶହେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଚାଲାଣ କଟାଯାଉଛି । ମାତ୍ର ପୁଲିସସେବା ଭବନ ପରିସରରେ ଥିବା ଟ୍ରାଫିକ୍ଜରିମାନା ଜମା କାଉଣ୍ଟରରେ ହାରାହାରି୭୦ ପ୍ରତିଶତ ଜରିମାନା ଅର୍ଥ ଜମାହେଉଛି । ବାକି ଜରିମାନା ଗଡ଼ୁଛି । ବହୁକ୍ଷେତ୍ରରେ ଗାଡ଼ି ମାଲିକ ଚାଲାଣବାବଦରେ ଜାଣି ପାରୁନାହାନ୍ତି ।

ନିକଟରେ ରାଜମହଲ ଛକରେ ରଙ୍ଗରୁଟ୍ରେ ଆସୁଥିବା ଜଣେ ଚାଳକଧରାପଡ଼ିବା ପରେ ସମ୍ପୃକ୍ତ ଗାଡ଼ି ନାମରେଆଗରୁ ୫ଟି ଚାଲାଣ ବାକି ପଡ଼ିଥିବାଜଣାପଡ଼ିଥିଲା । ଏ ନେଇ ଅବଗତନଥିବାରୁ ସେଠାରେ ପ୍ରବଳ ଉତ୍ତେଜନାପ୍ରକାଶ ପାଇଥିଲା । ଏକାଥରକେ ତାଙ୍କୁ୫ ହଜାର ଟଙ୍କା ଜରିମାନା ପଇଠ କରିବାକୁ ହେଲା । ପରେ ଜଣାପଡ଼ିଥିଲାକି ଗାଡ଼ି ପଞ୍ଜୀକରଣ ବେଳେ ସେଦେଇଥିବା ମୋବାଇଲ ନମ୍ବର ପରେବଦଳାଇ ଦେଇଥିବାରୁ ଚାଲାଣବାବଦରେ ଜାଣିପାରି ନଥିଲେ ।ସେହିଭଳି ଫରେଷ୍ଟ ପାର୍କ ଅଞ୍ଚଳର ଜଣେବ୍ୟକ୍ତିଙ୍କର ଗାଡ଼ି ଚୋରି ହୋଇଯିବା ପରେତାଙ୍କ ଘରକୁ ଚାଲାଣ ଆସିଥିଲା । ଚୋରରୂପାଲି ଛକରେ ଟ୍ରାଫିକ୍ ନିୟମ ଉଲ୍ଲଘଂନକରି କ୍ୟାମେରାରେ ଧରାପଡ଼ିଥିଲା । ମାତ୍ରଗାଡ଼ି ନମ୍ବର ଅନୁସାରେ ·ଲାଣ ମାଲିକପାଖକୁ ଆସିଥିଲା । ଗାଡ଼ି ଚୋର ଟ୍ରାଫିକ୍ନିମୟ ଉଲ୍ଲଘଂନ କଲା, ଅଥଚ ଗାଡ଼ିମାଲିକ ପାଖକୁ ଚାଲାଣ ଆସିଲା । ଏହିମାମଲା ବି·ରାଧୀନ ରହିଛି ।

- Advertisement -ଅନ୍ଲାଇନ୍ ରେ ଟ୍ରାଫିକ୍ ଜରିମାନା ଜମା ଫେଲ୍  ହୋଇଛି

More articles

LEAVE A REPLY

Please enter your comment!
Please enter your name here

- Advertisement -ଅନ୍ଲାଇନ୍ ରେ ଟ୍ରାଫିକ୍ ଜରିମାନା ଜମା ଫେଲ୍  ହୋଇଛି

Latest article

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭାରତୀୟ ଘରୋଇ ବ୍ୟାଙ୍କଗୁଡିକ ପାଇଁ ବିସ୍ତୃତ ମାଲିକାନା ନିର୍ଦ୍ଦେଶାବଳୀ ।

ନୂଆଦିଲୀ,ତା,୨୫/୧୧; ଭାରତର ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସମାଲୋଚନାର ଶିକାର...