21 C
Bhubaneswar
Tuesday, November 24, 2020

ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରାଙ୍କୁ ଧରିଲା ଛତ୍ରପୁର ପୋଲିସ ।

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ବ୍ରହ୍ମପୁର,୧୯/୧୧: ଦୀର୍ଘଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଏଟିଏମ୍କାର୍ଡଧାରୀଙ୍କୁ କୌଶଳ କ୍ରମେ ଏଟିଏମ୍ କାର୍ଡବଦଳାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ଗତ ୧୨ ତାରିଖରେ ସୁନା ଲୁଟେରା ଗ୍ୟାଙ୍ଗକୁ ଧରି ଗଞ୍ଜାମ ପୋଲିସ ସଫଳତା ଅର୍ଜନ କରିଥିବାବେଳେ ଆଜି ଏଟିଏମ୍ କାର୍ଡ ଚଂଚକତା କରିଲୁଟ୍ କରୁଥିବା ଅନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଛି ଛତ୍ରପୁର ପୋଲିସ । ଏଭଳି ଏକ ଚୋରଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଛତ୍ରପୁର ଥାନା ପୋଲିସ ।ଏହି ଲୁଟେରା ମାନେ ଆନ୍ତଃରାଜ୍ୟରେ ବିଭିନ୍ନ ଏଟିଏମ୍ କାଉଣ୍ଟରେ ଟଙ୍କା ଉଠାଇବା ଲାଗିଯାଉଥିବା ବୟସ୍କ ବ୍ୟକ୍ତି ଓ ଅଶିକ୍ଷିତ ମାନଙ୍କୁ ଟାର୍ଗେଟ୍ କରି ତାଙ୍କୁ ବିଭିନ୍ନ ଆଳ ଦେଖାଇ କୌଶଳରେ ତତ୍କ୍ଷଣାତ କାର୍ଡକୁ ବଦଳାଇ ଦେଉଥିଲେ ଓ ପରେ ଟଙ୍କା ଉଠାଉଥିଲେ ।ଏହି ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ନଗତ ୨ଲକ୍ଷ୭୦ହଜାର ଟଙ୍କା, ମୋବାଇଲ ଓ ଏଟିଏମ୍କାର୍ଡ, ଗାଡି ଆରସି ବୁକ, ଦୁଇଟି ମୋଟର ସାଇକଲେ ଓ ଗୋଟିଏ ସୁନା ମୁଦି ଜବତକରିଛି ପୋଲିସ ।

ସୂଚନାରୁ ପ୍ରକାଶ ଥାଉ କି ଚୋରକୁ ଧରିଘଟଣାର ପଦ୍ଦାଫାସ କରିଛି ଗଞ୍ଜାମ ଜିଲ୍ଲାଛତ୍ରପୁର ଥାନା ପୋଲିସ । ଗରିଫ ଦୁଇ ଜଣଲୁଟେରା ହେଲେ ଗଜପତି ଜିଲ୍ଲା ମୋହନାର ଚେରୁ ଓରଫ ସିମାଞ୍ଚଳ ସାହୁ ଓ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗାଁର ଗୋବର୍ଦ୍ଦନ ପାତ୍ର । ଏମାନେ କେବଳ ଗଞ୍ଜାମ ଜିଲ୍ଲା ନୁହେଁବରଂ ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦୁଇଲୁଟେରା ମାନେ ବିଶେଷ କରି ବୟସ୍କ ଓଅଶିକ୍ଷିତ ଲୋକେ ଏଟିଏମ୍ କାଉଣ୍ଟରକୁ ଟଙ୍କାଉଠାଇବାକୁ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ସେମାନଙ୍କ ଠାରୁ ଏଟିଏମ ବଦଳି କରିଥାନ୍ତି ।ଏହି ଦୁଇ ଚୋର ଏଟିଏମ୍ କାଉଣ୍ଟର ସମ୍ମୁଖରେ ଠିଆ ହୋଉଥିବା ବେଳେ କୌଣସି ବ୍ୟକ୍ତି ଟଙ୍କା ଉଠାଇବାକୁ ଆସିଲେ ତାଙ୍କୁ ସାହାଯ୍ୟ କରିବା ବାହାନା ଦେଖାଉଥିଲେ । ଟଙ୍କା ଉଠାଇବା ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ପିନ ନମ୍ୱର ବା ପାସୱାର୍ଡକୁ ମନେ ରଖିଦେଇଥାନ୍ତି । ପରେ ଟଙ୍କା ବହାରିଲା ପରେ ଟଙ୍କା ଗଣିବାକୁ କହି ଏଟିଏମ୍ କାର୍ଡଟିକୁ ବଦଳାଇ ଦେଇଥାନ୍ତି । ଆଉ ଏହି ଏଟିଏମକାର୍ଡ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଉଥିଲେ ।

ଗଞ୍ଜାମ ଜିଲ୍ଲା ସମେତ ମାଲକାନଗିରି, ନୟାଗଡ଼ ଓ ନୂଆପଡା ଭଳିଜିଲ୍ଲାରେ ପ୍ରାୟ ୧୯ଜଣଙ୍କୁ ଏଭଳି ଏଟିଏମ୍କାର୍ଡ ବଦଳାଇ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ପୋଲିସ ନିକଟରେ ସ୍ୱିକାର କରିଛନ୍ତି । ଏହି ଦୁଇ ଲୁଟେରାଙ୍କ ଠାରୁ ନଗଦଦୁଇ ଲକ୍ଷ ୭୦ ହଜାର ଟଙ୍କା, ୧୦ଟିଏଟିଏମ କାର୍ଡ, ଗୋଟିଏ ସୁନା ମୁଦି, ତିନୋଟି ମୋବାଇଲ ଫୋନ, ଗାଡି ଆରସି ବୁକ ଓଦୁଇଟି ମୋଟର ସାଇକଲେ ଜବତ କରଛି ପୋଲିସ । ଏନେଇ ଆଜି ଛତ୍ରପୁର ଥାନରେଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତହଂସପୁର ଗାଁର ନିତେଇ ନାମକ ଜଣେବୟସ୍କ ବ୍ୟକ୍ତି ଗ୨୫.୯.୨୦୨୦ତାରିଖରେ ତାଙ୍କରି ବ୍ୟାଙ୍କ ଏକାଉଣ୍ଟରୁ ୬ ଲକ୍ଷ ୪ହଜାର ୮ ଶହ ଟଙ୍କା କେହି ଦୁର୍ବୃତ୍ତ ଉଠାଇନେଇଛି । ଏହା ସହ ଛତ୍ରପୁର ଥାନା ଅନ୍ତର୍ଗତ ମାଧପୁର ଏସବିଆଇ ଏଟିଏମ୍ କାଉଣ୍ଟର ନିକଟରୁ ତାଙ୍କରି ଏଟିଏମ୍ କାର୍ଡକୁ କେହିଜଣେ ବ୍ୟକ୍ତି ବଦଳାଇ ଦେଇଥିବା ଥାନାରେ ଗତ ଅକ୍ଟୋବର ୧୦ତାରିଖ ଦିନ ରିପୋର୍ଟ କରିଥିଲେ ।

ଏଭଳି ଏକ ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଥିଲା । ଏଭଲି ଅଭିଯୋଗ ପାଇବା ପରେ ଗଞ୍ଜାମ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେସ୍ କୁମାର ରାଏଙ୍କ ନିର୍ଦେଶରେ ଏକସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲେ ।ଏହାକୁ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରମନିଟିରଂ କରୁଥିବା ବେଳେ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧତାଙ୍କୁ ସାମିଲ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଏଟିଏମ୍ କାଉଣ୍ଟରେ ସ୍ପାଏ ରଖାଯାଇ ବିଭିନ୍ନ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ସିସିଟିଭି ଫୁଟେଜକୁ ଆଧାର କରି ଏହି ଦୁଇ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ ।ତେବେ କିଭଳି ଭାବେ ସେମାନେ ନୀରିହ ଲୋକଙ୍କୁ ଏଟିଏମଙ୍କୁ ଟଙ୍କା ଉଠାଇବାକୁ ଆସୁଥିବା ବେଳେ ତାଙ୍କୁ ଟାର୍ଗେଟ କରି ଏଟିଏମ୍ କାର୍ଡ ତୁରନ୍ତ ବଦଳାଇ ଦେଉଥିଲେ ଠକାମୀର ଶୀକାର ହୋଇଥିବା ବ୍ୟକ୍ତି ମାନେ ଥାନାରେ ପହଞ୍ଚିଘଟଣା ସମ୍ପର୍କରେ କହିଛନ୍ତି ।

- Advertisement -ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରାଙ୍କୁ ଧରିଲା ଛତ୍ରପୁର ପୋଲିସ  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରାଙ୍କୁ ଧରିଲା ଛତ୍ରପୁର ପୋଲିସ  ।

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...