ପିପିଲି,୧୮/୧୧’ପିପିଲିସ୍ଥିତ ଶ୍ରୀକିଷ୍ଣା ଗାର୍ଡନେ ଠାରେ ଉକ୍ରଳମଣି ସାମ୍ବାଦିକ ସଂଘ ଓ ପିପିଲି ପ୍ରେସ୍ କ୍ଲବ ଆନୁକୁଲ୍ୟରେ ଜାତୀୟ ପ୍ରେସ୍ ଦିବସ ସମାରୋହ କୋଭିଡ୍-୧୯ ନିୟମାନୁଯାଇ ପାଳିତ ହୋଇଯାଇଛି ।ଏହି ଅବସରରେ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କରୋନା ଯୁଦ୍ଧରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପିପିଲି ପ୍ରେସ କ୍ଲବରସାଧାରଣ ସମ୍ପାଦକ ପ୍ରଦୁ୍ୟମ୍ନ ସୁବୁଦ୍ଧିସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ହେମନ୍ତ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍କଳମଣି ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଢ ନିନ୍ଦା କରିବାସହ ସାମ୍ବାଦିକ ସୁରକ୍ଷା ଆଇନି ସପକ୍ଷରେ ମତ ରଖିଥିଲେ ।
ମୁଖ୍ୟବକ୍ତା ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କରୋନା ମହାମାରୀ ସଚେତନତା ଉପରେ ସାମ୍ବାଦିକ ମାନଙ୍କ ଭୁମିକାକୁ ଭୂୟଂସୀ ପ୍ରଶଂସା କରିବା ସହିତ ସଠିକ ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକôଳ ସାମ୍ବାଦିକ ସଂଘରାଜ୍ୟ ସଭପତି ବିଭୁତିଭୂଷଣ କରସମ୍ମାନୀତ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ସାମ୍ବାଦିକଙ୍କ ବହୁବିଧ ସମସ୍ୟା ଉପରେ ଦୃଷ୍ଟି ଆର୍କଷଣ କରିଥିଲେ । ଜାତୀୟ କାର୍ଯ୍ୟକାରିଣି ସଦସ୍ୟ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଭୁବନେଶ୍ୱର ସାମ୍ବାଦିକ ଜିଲ୍ଲା ସଭାପତି ପ୍ରତାପ କୁମାରପ୍ରଧାନ, ପିପିଲି ବ୍ଲକ ବିଜୁ ଜନତା ଦଳର ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପିପିଲି ବ୍ଲକ ଆତ୍ମା କମିଟିଅଧ୍ୟକ୍ଷ ତଥା ଯୁବନେତା ଧରଣୀଧର ସାହୁପ୍ରମୁଖ ଯୋଗଦେଇ ବିଶ୍ୱବ୍ୟାପି କୋଭିଡ୍ମହାମାରୀ ସମୟରେ ସାମ୍ବାଦିକଙ୍କ ଉତ୍ସର୍ଗିକୃତ ସେବା ତଥା ବ୍ୟାପକ ଜନସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ ।
ସମାଜସେବୀ ସର୍ବେଶ୍ୱର ଭାରତୀ, ଇଂ ରମେଶ ଚନ୍ଦ୍ର ଶତପଥି,ସମାଜସେବୀ ଭଗବାନ ସେଠୀ,ଆଇନି ଜୀବୀ ସୁରେଶ କୁମାର ରଥ,ମହିଲା ନେତ୍ରୀ ଝୁନାମଣି ମଲ୍ଲିକ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ଶିକ୍ଷାବିତ୍ ଚରଣ ନାୟକ ପ୍ରମୁଖ ଯୋଗଦେଇ ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ସାମ୍ବାଦିକଙ୍କୁ ଗଣତନ୍ତ୍ରର ସତର୍କ ପ୍ରହରୀ ବୋଲି କହିଥିଲେ ।ଏହି ଅବସରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତିଭୂଷଣ କର,ସାମ୍ବାଦିକ ପ୍ରତାପ କୁମାର ପ୍ରଧାନ,ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ପ୍ରଫୁଲ୍ଲସ୍ୱାଇଁଙ୍କୁ ଉପଢୌକନ ଓ ସ୍ମୁତି ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନପ୍ରମୁଖ ସମସ୍ୟା ସମ୍ପର୍କରେ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଆଲୋକପାତ କରିବା ସହସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବାପାଇଁ ରାଜ୍ୟ ସରକାରଙ୍କ ନିକଟରେଦାବୀ ରଖିଥିଲେ । ବିଶିଷ୍ଟ ମାନବଧିକାର କର୍ମୀ ଶ୍ରୀ ଅଖଣ୍ଡ ଶେଷରେ ଧନ୍ୟବାଦଅର୍ପଣ କରିଥିଲେ । ପରେ କରୋନା ସଚେତନତା ମୁଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।