27.1 C
Bhubaneswar
Friday, July 23, 2021

କରୋନା ମହାମାରୀକୁ ମୁକାବିଲା କରିବାରେ ସମର୍ଥ ହୋଇପାରିଛୁ: ଜିଲ୍ଲାପାଳ।

Must read

କଟକ,୧୮/୧୧: ସମଗ୍ରଜିଲ୍ଲାରେ ଜାତୀୟ ପ୍ରେସ ଦିବସଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କଅଧ୍ୟକ୍ଷତାରେ ୱେବିନୟର ମାଧ୍ୟମରେଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷପ୍ରେସ ଦିବସ ଅବସରରେ କୋଭିଡ଼-୧୯ ମହାମାରୀ ସମୟରେ ଗଣମାଧ୍ୟମରଭୂମିକା ଏବଂ ଗଣମାଧ୍ୟମ ଉପରେ ଏହାରପ୍ରଭାବ ବିଷୟ ବସ୍ତୁ ଉପରେଗଣମାଧ୍ୟମର ବ୍ୟକ୍ତି ବିଶେଷ ମାନେ ଏହିୱେବିନାର ମାଧ୍ୟମରେ ଆଲୋଚନାକରିଥିଲେ । ଜିଲ୍ଲାପାଳ ଏହିପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକାବିଶେଷ କରି ଏହି କୋଭିଡ ମହାମାରୀସମୟରେ ଗଣମାଧ୍ୟମ ଯେଉଁ କାର୍ଯ୍ୟକରିଛନ୍ତି ତଥା ଆମ ସମସ୍ତଙ୍କ ସହିତ ଏହି୯ ମାସର ବିପତ୍ତି ଯୁଧ୍ୟରେ ସାମିଲ ହୋଇସମସ୍ତ ସଚେତନତା ଓ ପ୍ରଶାସନିକ ଅଭିମୁକ୍ୟକୁ ସଠିକ ଭାବେ ସାଧାରଣଜନତାଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି ଯାହାସବୁ କ୍ଷେତ୍ରରେ ପ୍ରତ୍ସାହନ ଯୋଗାଇପାରିଛି ବୋଲି କହିଥିଲେ ।

ଗଣମାଧ୍ୟମରଏ ପ୍ରତ୍ସାହନ ଯୋଗୁଁ ଏ ଯୁଧ୍ୟକୁ ମୁକାବିଲାକରିପାରିବାରେ ବହୁତ ମାତ୍ରାରେସଫଳତା ହାସଲ କରିପାରିଛୁ ଯାହାକିପ୍ରକାଶ ପାଇଥିବା ପ୍ରଶାସନିକ ପଦକ୍ଷେପସମ୍ପର୍କରେ ସକାଳୁ ଉଠି ଖବର କାଗଜଦେଖିଲ ପରେ ପରିଲିଖିତ କରାଯାଏ ।ଗଣମାଧ୍ୟମର ଦୟଇôବୋଧ ଉପରେଆଲୋଚନା କରି ଜିଲାପାଳ କହିଥିଲେଯେ ଏହି ମହାମାରୀ ସମୟରେ ଜନସଚେତନତା ଅବଲମ୍ବନ କରିବା ସହିତକରୋନା ଅଦୃଶ୍ୟ ଶତ୍ରୁକୁ ପ୍ରତିହତ କରିବାପର୍ଯ୍ୟନ୍ତ ଗଣମାଧ୍ୟମର ଭୂମିକାର ଯଥେଷ୍ଠଆବଶ୍ୟକତା ଅଛି । ଅନ୍ୟ ପକ୍ଷରେକରୋନ ପ୍ରଭାବରେ ସମ୍ବାଦପତ୍ରପ୍ରକାଶନରେ ଏବଂ ତାହା ସାଧାରଣଜନତାଙ୍କ ପାଖରେ ପହଞ୍ଚାଇବାରେଅନେକ ଅସୁବିଧା ଉପୁଜିଛି ତଥାପିଗଣମାଧ୍ୟମର ବ୍ୟକ୍ତି ବିଶେଷ କରୋନାଯୁଧ୍ୟରେ ସାମିଲ ହୋଇ ନିଜରସମାଜପ୍ରତିଥିବା ଦାୟିତ୍ୱବୋଧର ସହିତକାର୍ଯ୍ୟ ଜାରି ରଖିପାରିଛନ୍ତିୟ ।

ଶେଷରେଜିଲ୍ଲାପାଳ ସମଗ୍ର କଟକ ଜିଲ୍ଲାରଗଣମାଧ୍ୟମର ପୁରାଭାଗ ଚିନ୍ତାଶୀଳ ବ୍ୟକ୍ତିବିଶେଷମାନେ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିନିମନ୍ତେ ମତାମତ ରଖିବା ସମ୍ପର୍କରେଆଲୋକପାତ କରିଥିଲେ । ଆଜିର ଏହିୱେବିନାର ମାଧ୍ୟମରେ ଅନୁଷ୍ଠିତହୋଇଥିବା ପ୍ରେସ ଦିବସରେ ଅତିରିକ୍ତଜିଲ୍ଲାପାଳ ଶ୍ରୀ ବିଜଯ କୁମାରଖଣ୍ଡାୟତରାୟ ଗଣମାଧ୍ୟମର ଭୂମିକରଭୂୟସୀ ପ୍ରଶଂସା କରିଥିବା ବେଳେପ୍ରେସ ଦିବସ ଅଭିମୁଖ୍ୟ ସମ୍ପର୍କରେପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାରଷଡ଼ଙ୍ଗୀ ମତ ରଖିଥିଲେ ଏବଂକାର୍ଯ୍ୟକ୍ରମର ସଂଚାଳନ କରିଥିଲେ ।

ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟାପକ ପ୍ରଦୀପଦାସ ଏହି ୱେବିନାରରେ ଯୋଗଦେଇମହାମାରୀ ଆଇନ ସମ୍ଭନ୍ଧରେ ତଥା ନୂତନସାମ୍ବାଦିକ ପୀଢ଼ିଙ୍କୁ ସେମୟଙ୍କରଦାୟିତ୍ୱବୋଧତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ବିଜ୍ଞାନୀପ୍ରମୋଦ କୁମାର ମୋହାପାତ୍ର, ସୁରେଶଦାସ, ପ୍ରଫୁଲ୍ଲ ମହାନ୍ତି, କୃଷ୍ଣଚନ୍ଦ୍ର ଦାସ,ବଳଭଦ୍ର ପଣ୍ଡା, ସମରେନ୍ଦ୍ର ମୋହାପାତ୍ର,ସାରଦା ପ୍ରସାଦ ପଣ୍ଡା, ଅକ୍ଷୟ ଦାସ,ବିଜଯ ଖଟୁଆଙ୍କ ସମେତ ଗଣମାଧ୍ୟମରପ୍ରତିନିଧି ମାନେ ଯୋଗ ଦେଇଥିଲେ ।ଏହି ପ୍ରରିପେଖିରେ କଟକ ଜିଲ୍ଲାସାମ୍ବାଦିକ ୟୁନିୟନ ତରଫରୁ ସଭାପତିପ୍ରଫୁଲ୍ଲ ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଉଦେ୍ଦଶ୍ୟରେ ସାମ୍ବାଦିକ ସୁରକ୍ଷା ଆଇନଲାଗୁ କରିବା, ବୀମା ରାଶି ବୃଦ୍ଧି,ପେନସନ ସମ୍ବନ୍ଧୀୟ ଦାବିପତ୍ରଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।ଶେଷରେ ଭାୟସହକାରୀ ସୂଚନାଅଧିକାରୀ ଅଭିରାମ ଦାସ ସମସ୍ତଙ୍କୁଧନ୍ୟବାଦ ଅର୍ପଣ କରିଥିଲେ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article