25 C
Bhubaneswar
Monday, March 8, 2021

ବସ୍ତିବାସିନ୍ଦାଙ୍କୁ ଘର ଯୋଜନା : ବାଟବଣା କରୁଛି ପିପିପି ମୋହ ।

Must read

ତାମିଲନାଡୁ ପରେ ଆସାମରେ କଂଗ୍ରେସ ଆସନ ବାଣ୍ଟିବାକୁ ଯାଉଛି

ତାମିଲନାଡୁ: ଆସନ ବାଣ୍ଟିବା ନେଇ ଡିଏମକେ ସହ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଆସାମରେ ପାର୍ଟୀରେ ସହଭାଗୀ ହେବା ପାଇଁ...

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ଭୁବନେଶ୍ୱର, ୧୮/୧୧:କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ୨୦୨୨ ସୁଦ୍ଧା କେହି ବାସହରା ରହିବେନି । ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ସମସ୍ତଙ୍କୁ ଘର ମିଳିବ । ସହରାଞ୍ଚଳରେ ଲୋକଙ୍କୁ ଜମି କିମ୍ବା ଘରଯୋଗାଇ ଦିଆଯିବ । ଭୁବନେଶ୍ୱର ଓକଟକ ଭଳି ମହାନଗର ନିଗମ ଅଞ୍ଚଳରେସବୁ ବାସହରାଙ୍କୁ ଜମି ଯୋଗାଇବା ସମ୍ଭବନଥିବାରୁ ଏଠାରେ ବିଭିନ୍ନ ଯୋଜନାରେ ଘର ଯୋଗାଇ ଦିଆଯିବ । ହେଲେ ସରକାରଙ୍କ ଘୋଷଣା ଏବଂ ବାସହରାଙ୍କୁଘର ଯୋଗାଇବା ନେଇ ଭୁବନେଶ୍ୱରରେ ଯେଉଁଭଳି କାମ ହେଉଛି, ସେଥିରେଏଠାରେ ସବୁ ବାସହରାଙ୍କୁ ଆସନ୍ତା ୧୦ବର୍ଷ ଭିତରେ ବି ଘର ମିଳିବା ସମ୍ଭାବନା ଦେଖାଯାଉନି । କିନ୍ତୁ ରାଜ୍ୟ ସରକାରଯୋଜନା କରିଛନ୍ତି ଯେ ଆଉ ଦୁଇବର୍ଷରେ ସମସ୍ତଙ୍କୁ ଘର ମିଳିଯିବ । ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ,ରାଜଧାନୀରେ ୪୩୬ଟି ବସ୍ତିରେ ୧ଲକ୍ଷ ୮୭୦ଟି ଘରେ୪,୨୬,୭୮୦ଜଣ ବାସ କରୁଛନ୍ତି । ରାଜଧାନୀର ମୋଟ୍ ଜନସଂଖ୍ୟାର୪୦.୧୭% ଲୋକ ଏହିଠାରେ ରହୁଛନ୍ତି ।

ଏହି ଲୋକମାନେ ସରକାରୀଜମି ଜବରଦଖଲ କରି ଘର ନିର୍ମାଣ କରିଥିବାରୁ ସେମାନେ ବାସହରା । କାରଣ ସରକାର ସେମାନଙ୍କୁ ଯେକେଣସି ମୁହୂର୍ତ୍ତରେ ଉଠାଇ ପାରିବେ । କିନ୍ତୁ ଭୋଟ୍ବ୍ୟାଙ୍କ କାରଣରୁ ଏହି ବସ୍ତିକୁ ଉଚ୍ଛେଦପାଇଁ ସରକାରୀ ବାବୁମାନଙ୍କ ହାତଯାଉନି । ବସ୍ତି ଭାଙ୍ଗି ପାରୁନାହାନ୍ତି କିବସ୍ତିବାସିନ୍ଦାଙ୍କୁ ଘର ଯୋଗାଇପାରୁନାହାନ୍ତି । ଫଳରେ ରାଜଧାନୀ ଏବେବସ୍ତିମୟ ହୋଇଗଲାଣି । ଅପରପକ୍ଷେ ବସ୍ତିବାସିନ୍ଦା ଯେଉଁ ବସ୍ତିରେ ରହୁଛନ୍ତି,ସେଠାରେ ସେମାନଙ୍କୁ ପକ୍କାଘର ନିର୍ମାଣ କରିବାକୁ ଅନୁମତି ଦିଆଯାଉନି । ରାଜ୍ୟସରକାର ବିଏମ୍ସି ପକ୍ଷରୁ ୨୦୧୨-୧୩ରେ ହୋଇଥିବା ରାଜୀବ ଆବାସଯୋଜନା (ରେ) ସର୍ଭେ ଅନୁସାରେ ଘରଯୋଗାଉଛନ୍ତି । କାହାକୁ ମାଗଣାରେ ଘରଯୋଗାଯାଉନି । ସୁଲଭ ମୂଲ୍ୟରେ ଘରଯୋଗା ଯାଉଛି । ଘର ପିଛା ୧ଲକ୍ଷ୨୦ହଜାର ଟଙ୍କା ନେଇ ଘର ଦେଉଛନ୍ତି ।କିନ୍ତୁ ପିପିପି ମୋଡ୍ରେ ଘର ନିର୍ମାଣ କରିଲୋକଙ୍କୁ ଦିଆଯାଉଥିବାରୁ ସବୁ ଅସୁବିଧା ହେଉଛିୟ ରାଜ୍ୟ ସରକାର ଜମିଦେଉଛନ୍ତି, ଘରୋଇ ସଂସ୍ଥା ଅଧା ଜାଗାରେ ବ୍ୟାବସାୟିକ ପ୍ରତିଷ୍ଠାନ କରି ବିକ୍ରି କରୁଛି,ଅଧା ଜାଗାରେ ଘର କରି ବସ୍ତି ବାସିନ୍ଦାଙ୍କୁଦେଉଛି ।

ସମସ୍ୟା ହେଉଛି, ରାଜ୍ୟସରକାର ଯୋଜନା ଅନୁଯାୟୀ,ଭୁବନେଶ୍ୱରରେ ଜମି ଯୋଗାଇପାରୁନାହାନ୍ତି । ଯେଉଁଠି ଜମି ଯୋଗାଉଛନ୍ତି ସେଠାରେ ଘରୋଇ ସଂସ୍ଥା ଗୃହ ପ୍ରକଳ୍ପକରିବାକୁ ରାଜି ହେଉନାହାନ୍ତି । ଫଳରେ ବାସହରାଙ୍କୁ ଘର ଯୋଗାଇବା ଯୋଜନାଏବେ ବି ବାସ୍ତବ ରୂପ ନେଇପାରୁନି । ସରକାରଙ୍କ ପିପିପି ମୋହ ଯୋଜନାକୁ ବାଟବଣା କରିଦେଇଛି । ବିଏମ୍ସିର ଜଣେଅଧିକାରୀଙ୍କ କହିବାନୁଯାୟୀ,ରାଜଧାନୀରେ ଏବେ ରାଜୀବ ଆବାସଯୋଜନା ହିତାଧିକାରୀଙ୍କୁ ଘର ଦିଆଯାଉଛି । ତାହା ପୁଣି ବସ୍ତିରୁ ବସ୍ତିସର୍ଭେ ହୋଇ ପ୍ରକଳ୍ପ ଅନୁଯାୟୀ ଘରଆବଣ୍ଟନ ହେଉଛିୟ ବିଏମ୍ସିହିତାଧିକାରୀଙ୍କ ତାଲିକା ଦେଉଛି । ବିଡିଏଗୃହ ନିର୍ମାଣ କରି ଘର ଆବଣ୍ଟନ କରୁଛି । ବିଡିଏ ଘର ନିର୍ମାଣରେ ବିଳମ୍ବ କରୁଥିବାରୁବହୁ ଲୋକଙ୍କୁ ଘର ଠିକ୍ ସମୟରେ ମିଳିପାରୁନି । ଉକ୍ତ ଅଧିକାରୀଙ୍କ ସୂଚନାଅନୁଯାୟୀ, ଏବେ ରାଜଧାନୀରେ ଯେତିକିଗୃହ ପ୍ରକଳ୍ପ ହେଉଛି ସେଥିରେ “ରେ’ହିତାଧିକାରୀଙ୍କୁ ଘର ଯୋଗାଯାଉଛି ।

ରାଜଧାନୀରେ ଏବେ ୮୬୩୫ଜଣରେ’ ହିତାଧିକାରୀ ଥିବା ବେଳେ ଏବେସୁଦ୍ଧା ମହିଷାଖାଲ ବସ୍ତି ଏବଂ ପଥର ବନ୍ଧବସ୍ତିରେ ୪୦୧ଜଣଙ୍କୁ ଘରଦିଆଯାଇଛି । ଏହି ୮୬୩୫ଜଣଙ୍କୁ ଘର ଦେବା ପରେ ବାକି ଲୋକଙ୍କ ପାଇଁଘର ନିର୍ମାଣ ହେବ । ବର୍ତ୍ତମାନ ସୁଦ୍ଧାରାଜଧାନୀରେ ୨୬୭୭ ଜଣ ହିତାଧିକାରୀଙ୍କୁ “ରେ’ ଯୋଜନାରେ ୪ଟିସ୍ଥାନରେ ଘର ଦେବାକୁ ଗୃହ ପ୍ରକଳ୍ପ ହୋଇଥିବା ବେଳେ ଏଥିରେ ୩୨୪୦ଟିଘର ନିର୍ମାଣ ହେଉଛି । ଏଥିରୁ ୧୪୪୦ଟିଗୃହ ନିର୍ମାଣ ସରିଛି । କିନ୍ତୁ ବିଏମ୍ସି ମାତ୍ର୭୬୮ଜଣଙ୍କୁ ଅସ୍ଥାୟୀ ଆବଣ୍ଟନ ପତ୍ରଦେଇଥିବା ବେଳେ ଏଥିରୁ ୪୦୧ ଜଣଙ୍କୁଘର ଦେଇଛିୟ ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଏଲ୍ସି(ବେନିଫିସିଆରି ଲେଡ୍ କନଷ୍ଟ୍ରକସନ୍) ରେ୧୧୪ଜଣ ହିତାଧିକାରୀଙ୍କୁ ୨ଲକ୍ଷ ଟଙ୍କାଲେଖାଏଁ ଘର ନିର୍ମାଣ କରିବାକୁ ଦିଆଯାଇଛି ।

ବିଡିଏର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆମେଯେତିକି ଘର ନିର୍ମାଣ କରିଛୁ ସେଠାରେବି ବିଏମ୍ସି ଲୋକଙ୍କୁ ଘର ଯୋଗାଇପାରୁନି । ବିଏମ୍ସି ତାଲିକା ଦେଇପାରୁନଥିବାରୁ ଯୋଗ୍ୟ ହିତାଧିକାରୀଙ୍କୁ ଘରମିଳୁନିୟ ରାଜ୍ୟ ସରକାର ଯେଉଁ ଭଳିଯୋଜନା କରୁଛନ୍ତି, ସେହି ଅନୁଯାୟୀ ଘର ଯୋଗାଯାଉଛି । ବର୍ତ୍ତମାନ ସୁଦ୍ଧା ୪ଟିପ୍ରକଳ୍ପରେ ୮ଟି ବସ୍ତିର ଲୋକଙ୍କୁ ଘର ଯୋଗାଇବାକୁ ଘର ନିର୍ମାଣ ହୋଇଛି ।ଏବେ ମହିଷାଖାଲ, ପଥରବନ୍ଧ, ମଣ୍ଡପବସ୍ତି ପ୍ରକଳ୍ପରେ ଅଧିକ ଗୃହ ନିର୍ମାଣ ହେଉଛି ।ଏହାବାଦ୍ ଶାନ୍ତିପଲ୍ଲୀ ବସ୍ତିରେ ଶାନ୍ତିନଗର ଆବାସ ଯୋଜନାରେ ୧୦ ଏକରଜମିରେ ଘର ନିର୍ମାଣ ହେଉଛି, ମହାବୀର ଆବାସ ଯୋଜନାରେ ଗାଡ଼କଣରେ୩.୮୨ଏକର ଜମିରେ, ନୀଳମାଧବ ଆବାସ ଯୋଜନାରେ ୮.୧୮ଏକରଜମିରେ, ଚନ୍ଦ୍ରଶେଖରପୁର ସୁଲଭ ମୂଲ୍ୟରେଗୃହ ପ୍ରକଳ୍ପରେ ୨୦ଏକର ଜମିରେ ଗୃହପ୍ରକଳ୍ପ ନିର୍ମାଣ ହେଉଛି । ଏଠାରେ ପ୍ରାୟ୧୦ହଜାର ଘର ନିର୍ମାଣ ହେଉଛ ।

- Advertisement -ବସ୍ତିବାସିନ୍ଦାଙ୍କୁ ଘର ଯୋଜନା : ବାଟବଣା କରୁଛି ପିପିପି ମୋହ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବସ୍ତିବାସିନ୍ଦାଙ୍କୁ ଘର ଯୋଜନା : ବାଟବଣା କରୁଛି ପିପିପି ମୋହ ।

Latest article

ତାମିଲନାଡୁ ପରେ ଆସାମରେ କଂଗ୍ରେସ ଆସନ ବାଣ୍ଟିବାକୁ ଯାଉଛି

ତାମିଲନାଡୁ: ଆସନ ବାଣ୍ଟିବା ନେଇ ଡିଏମକେ ସହ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଆସାମରେ ପାର୍ଟୀରେ ସହଭାଗୀ ହେବା ପାଇଁ...

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ପଞ୍ଜାବ ବିଧାନସଭା ଚାଷ ଆଇନ ବିରୁଦ୍ଧରେ ସଂକଳ୍ପ ପାରିତ କରିଛି

ପଞ୍ଜାବ: ବିଧାନସଭା ଶୁକ୍ରବାର ଦିନ ଏକ ସଂକଳ୍ପ ପାରିତ କରି କୃଷକ ଏବଂ ପଞ୍ଜାବର ସ୍ୱାର୍ଥରେ ଚାଷ ଆଇନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରିବାକୁ...