ଜଳେଶ୍ୱର,୨୪ା୨(ନ.ିପ୍ର): ଜଳେଶ୍ୱର ବ୍ଲକ ତଥା ତହସିଲ ଅଧିନ ଲକ୍ଷ୍ମଣନାଥ ପଂଚାୟତ ଅନ୍ତର୍ଗତ ଗୋପ ମୈାଜାର ହାଲଖାତା ନଂ.୨୯୭,ହାଲଖସଡ଼ା ନଂ.୪୩୫ ରେ ଅନ୍ତର୍ଭୂକ୍ତ ୨୮ ଡିସିମିଲ ଚାଷଜମି ଉପରେଜୋର ଜବରଦସ୍ତ ବେଆଇନ୍ ଭାବେ ଜମିମାଲିକାଣି ଚନ୍ଦ୍ରିକା ପ୍ରଧାନଙ୍କ ବିନାନୁମତିରେ ବ୍ଲକ ପ୍ରଶାସନ ତରଫରୁ ଏକ ରାସ୍ତା ସମେତ ଗାର୍ଡ଼ୱାଲ ଓ ଡ୍ରେନ୍ ନିର୍ମାଣ ପାଇଁ ଜେସିବି ମେସିନ୍ ଲଗାଇ ମାଟି ଖୋଳା କାର୍ଯ୍ୟକୁ ନେଇ ବିରୋଧ କରାଯାଇଛି । ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାର ତଥା ବିରିଶପୁର ଗ୍ରାମର ନିବାସୀ କାଳିଚରଣ ବିଶ୍ୱାଳ ଙ୍କୁ ଉକ୍ତ ବେଆଇନ୍ କାର୍ଯ୍ୟ ନକରିବାପାଇଁ ଜମିର
ମାଲିକାଣୀଙ୍କ ସହିତ ତାଙ୍କ ମାଆ ଶକୁନ୍ତଳା ଓ ଭଉଣି ସଂଘମିତ୍ରା ମଧ୍ୟ ଅନୁରୋଧ କରି ବିଫଳ ହୋଇଛନ୍ତି ।ଏପରିକି ଉକ୍ତ ଠିକାଦାର ଜଣକ ମାଆ ଓ ଦୁଇ ଭଉଣିଙ୍କୁ ନାନାପ୍ରକାର ଧମକଚମକ ଦେଉଛନ୍ତି ।
ଉକ୍ତ ବେଆଇନ୍ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଜ୍ଞା ଜାରି କରିବାପାଇଁ ଚନ୍ଦ୍ରିକା ଓ ଅନ୍ୟମାନେ ଜଳେଶ୍ୱର ସ୍ଥିତ ସିଭିଲ ଜଜ୍ ସିନିଅର ଡିଭିଜନ(ସବ୍ଜଜ୍)ଙ୍କ ଅଦାଲତରେ ଦୁଇଟି ମାମଲା (ନଂ.୧୧୨/୨୦୨୦) ଓ ଆଇଏ (ନଂ.୨୨/୨୦୨୦) ଆଗତ କରିଛନ୍ତି । ମାମଲା ଆଗତ ପୂର୍ବରୁ ଆବେଦନକାରିଣୀ ମାନେ ସ୍ଥାନୀୟ ବିଡିଓଙ୍କ ସମେତ ଜିଲ୍ଲା ପ୍ରଶାସନର ଉଚ୍ଚ କତପକ୍ଷଙ୍କୁ ମଧ୍ୟ ଉକ୍ତ ବେଆଇନ୍ ନିର୍ମାଣକାର୍ଯ୍ୟ ସ ମ୍ବନ୍ଧରେ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ, ଠିକାଦାରଙ୍କ ସହିତ ପ୍ରଶାସନର ମଧୁଚନ୍ଦ୍ରିକା ଥିବାରୁ ଏଥିପ୍ରତି କୈାଣସି ପ୍ରକାର ପଦକ୍ଷେପ ନିଆଯାଉ ବୋଲି ଅଭିଯୋଗ ଆଣ ିଛନ୍ତି ଜମିର ମାଲିକାଣି ଚନ୍ଦ୍ରିକା ଓ ଅନ୍ୟମାନେ ।
ଏଠାରେ ପ୍ରକାଶଯୋଗ୍ୟ ଯେ, ଚନ୍ଦ୍ରିକାଙ୍କ ବାପା ସ୍ୱର୍ଗତଃ ସୁନିଲ କୁମାରପ୍ରଧାନ ଗୋପ ଗ୍ରାମର ମୂଳ ବାସିନ୍ଦା ଅଟନ୍ତି । ଚନ୍ଦ୍ରିକା ଜନ୍ମଜାତ ଦିବ୍ୟାଂଗ ଥିବାରୁ ତାଙ୍କ ବାପା ସୁନିଲ ତାଙ୍କର ଭବିଷ୍ୟତ ପାଇଁ ଉକ୍ତ ଚାଷଜମିକୁ ତାଙ୍କ ନାମରେ ନାମିତ କରିଥିଲେ । ଯାହାଫଳରେ ଏବେ ଚନ୍ଦ୍ରିକା ଉକ୍ତ ଚାଷଜମି ରୁ ଉତ୍ପାଦିତ ଶସ୍ୟ ସାମଗ୍ରୀ ବିକ୍ରୟ କରି ନିଜର ଚିକିତ୍ସା ସମେତ ନିଜର ଦୈନିନ୍ଦିନର ଖର୍ଚ୍ଚ ତୁଲାଇଥାନ୍ତି ।
ତେଣୁ ଦିବ୍ୟାଂଗ ଚନ୍ଦ୍ରିକା ପ୍ରତି ଏଭଳି ଅନ୍ୟାୟ ପ୍ରଶାସନ ତରଫରୁ କରାଯିବାକୁ ନେଇ ଗୋପ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଚନ୍ଦ୍ରିକା ନିଜ ମାଆ ଓ ଭଉଣିଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ କରିବେ ଚେତବନୀ ଦେଇଛନ୍ତି ।