ବ୍ରହ୍ମପୁର,: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧକ୍ଷତାରେ ଭିଡିଓ କନଫେରନ୍ସିଜରିଆରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର, ବ୍ରହ୍ନପୁର, ଭଞ୍ଜନଗର ଉପଖଣ୍ଡର ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳ ଜଣାଇଥିଲେ ଯେ ରାଜ୍ୟରେ କିଭଳିଗୋଟିଏ ମଧ୍ୟ ପରିବାର ଭୂମିହୀନ ରହିବାନାହିଁ ସେ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଆସୁଛନ୍ତି, ଏଣୁ ତାହା ଉପରେ ଗୁରୁତ୍ୱଦେବାକୁ ନିର୍ଦେଶ ଦେଇଛନ୍ତି । ତତ୍ ସହିତ ବସୁନ୍ଧରା ଯୋଯନାରେ ଆବେଦନ କରିଥିବା ହିତାଧିକାରୀ ମାନଙ୍କର ଆବେଦନ ପତ୍ର ଉପରେ ଅଗ୍ରାହ୍ୟର କାରଣ ଗୁଡିକ ଦର୍ଶାଇବେ ଏବଂ ରାଜସ୍ୱ ବିଭାଗର ଅଧିନରେ ହିତାଧିକାରୀଙ୍କୁ ଦିଆଯାଉଥିବା ସୁବିଧା ଗୁଡିକ ନିର୍ଦ୍ଧାରିତ ସମୟ ସିମାମଧ୍ୟରେ ଶେଷ କରିବା ଦିଗରେ ଗୁରୁତ୍ୱଦେବାକୁ ଜଣାଇଥିଲେ । ମୋ ଗାଁ ମୋତହସିଲ କାର୍ଯ୍ୟରେ ତହସିଲ କାର୍ଯ୍ୟାଳୟର ଅଧିନସ୍ତ କର୍ମଠ ଓ କ୍ରିୟାଶିଳ ହୋଇ କାର୍ଯ୍ୟକଲେ ତହସିଲର ସୁନାମ ବଢିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।
ଜିଲ୍ଲାର ପର୍ଯ୍ୟଟନର ବିକାଶ ଦିଗରେ ପଟା ପ୍ରଦାନ କାର୍ଯ୍ୟକୁ ତ୍ୱରାନିତ କରାଗଲେ ଅବହେଳିତ ହୋଇ ରହିଥିବା ପର୍ଯ୍ୟଟନ ସ୍ଥଳର ବିକାଶହେବ, ଏଣୁ ଏ ଦିଗରେ ବିଳମ୍ବ ନକରିବାକୁ ସମସ୍ତ ତହସିଲଦାର ଓ ବିଡିଓମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ସରକାରୀ ଅନୁଷ୍ଠାନ ସକାଶେ ସରକାରୀ ଜମିକୁ ପ୍ରାଥମିକତା ଭିତିରେ ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ ପଟା ବଣ୍ଟନ ଦିଗରେଧ୍ୟାନ ଦେବା ସହ ଜାତୀୟ ରାଜପଥ ଓଅନ୍ୟ ରାସ୍ତା ପାଶ୍ୱର୍ରେ ନିର୍ମାଣ ହେଉଥିବା ଓ ଉନ୍ନତିକରଣ କାର୍ଯ୍ୟ ଗୁଡିକ ନିମନ୍ତେଜମିର ସ୍ଥିତି ଓ ସେଥି ସକାଶେ ବ୍ୟବହୃତ ହେଉଥିବା ସୌରତ ସାମଗ୍ରୀର ତଥ୍ୟସମ୍ପର୍କରେ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ସରକାରୀ ଜମିର ସୁରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେପ ନିମନ୍ତେ ଯେଉଁ ସବୁ ବିଭାଗକୁ ଅର୍ଥ ପ୍ରଦାନ କରାଯାଇଛି ଉକ୍ତ କାର୍ଯ୍ୟ ଗୁଡିକ ଶିଘ୍ର ସମାଧାନ କରି, ଯେଉଁ କାର୍ଯ୍ୟ ଗୁଡିକରେ ବିଳମ୍ବ ହେଉଛି ତାହା ଉପଜିଲ୍ଲାପାଳଙ୍କ ସ୍ତରରେ ଆଲୋଚନା କରିବାକୁ ନିର୍ଦେଶ ଦେଇଛନ୍ତି ।
ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମତେ ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ ସମସ୍ତ ଆଲୋଚ୍ୟ ବିଷୟ ଗୁଡିକ ଉପସ୍ଥାପନ କରି ସମାଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଶ୍ର,ରାଜସ୍ୱ ବିଭାଗ ଅଧିକାରୀ ବିଜୟାନନ୍ଦ ସେଠୀ, ଡଉପୁଟି କଲେକ୍ଟର ତଥା ଜରୁରୀକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତିଏବଂ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ ।