ଯାଜପୁର,;:ଯାଜପୁରରେ ମାତିଛନ୍ତି ବାଲି ମାଫଆ ।ସଇରାତ ଅଞ୍ଚଳରୁ ନୁହେଁ ମନଇଚ୍ଛା ବାଲିଉଠାଇ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଲୁଟୁଛନ୍ତିଏହି ଲୁଟେରା । ରାତିରେ ନୁହେଁ ସ୍ପଷ୍ଟଦିବାଲୋକରେ ମଧ୍ୟ ଜିଲ୍ଲା ତଥା ଜିଲ୍ଲାବାହାରକୁ ଚୋରା ବାଲିଚାଲାଣ କରୁଛନ୍ତିବାଲି ମାଫିଆ । ଯାଜପୁର ତହସିଲରେଅଞ୍ଚଳରେ ଚାଲୁଥିବା ଏହି ବେଆଇନବାଲି ଚାଲାଣ ଚରମ ସୀମାରେ ପହଞ୍ଚôଛନ୍ତି । ମାଫିଆମାନେ ବିଭିନ୍ନ ଟ୍ରାକ୍ଟର ଓ ଟ୍ରକଯୋଗେ ବାଲି ଚାଲାଣ କରୁଥିଲେ ମଧ୍ୟପ୍ରଶାସନର ଏଥିପ୍ରତି ନିଘାନ ଥିବା ପରିମନେ ହେଉଛି । ଅନ୍ୟପଟେ କାଁ ଭାଁକେତେକ ଜାଗାରେ ଚଢ଼ାଉ କରିକାର୍ଯ୍ୟାନୁଷ୍ଠାନ କରାଯାଉଥିବା ସଫେଇଦେଇଛନ୍ତି । ଯାଜପୁର ତହସିଲରେ ବାଲିମାଫିଆଙ୍କ ରାଜ । ଆଇନ କାନୁନକୁପରବାୟ ନାହିଁ । ଖୁଲମଖୁଲା ଲୁଟ୍କରୁଛନ୍ତି ସରକାରୀ ରାଜସ୍ୱ । ମନ ଇଚ୍ଛାବାଲି ଚାଲାଣ କରି ରୋଜଗାର କରୁଛନ୍ତିବିପୁଳ ଟଙ୍କା । କିନ୍ତୁ ସରକାରୀ ତହବିଲକୁଯାଉନାହଁ ଟଙ୍କାଟିଏ ରାଜସ୍ୱ । ସରକାରୀଅଧିକାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁସରକାର ହରାଉଛନ୍ତି ରାଜସ୍ୱ ।
ଦିନଦ୍ୱିପ୍ରହରରେ ଜିଲାପାଳ ଅଫିସ ସମ୍ମୁଖରେକେତେ ବାଲି ଚାଲାଣ ହେଉଛି । କିନ୍ତୁଏହି ବାଲି ଚାଲାଣ ବେଳେ ଯେଉଁ ସବୁନିୟମ ପାଳନ ହେବା କଥା ସେ ନିୟମକୁଫୁ କରି ଉଡାଇ ଦେଇଛନ୍ତି ମାଫଆ ।ଟ୍ରାକ୍ଟରରେ ବାଲି ଚୋରା ଚାଲାଣହେଉଛି କିନ୍ତୁ ବାଲି ଘୋଡାଇବା ପାଇଁପାଲ ନାହିଁ । ଫଳରେ ରାସ୍ତାରେଯାଉଥିବା ଯାତ୍ରୀ ଦୁର୍ଘଟଣାର ସମ୍ମୁଖିନହେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ ମଧ୍ୟପ୍ରଦୂଷଣ ସୃଷ୍ଟି ହେଉଛି । ହେଲେ ଏତେପରେ ବି ତହସିଲ ପ୍ରଶାସନ ପୁରା ଚୁପବସିଥିବା ପରି ମନେ ହେଉଛି । ସେହିପରିତହସିଲ ଅଞ୍ଚଳରେ ରହିଥିବା ସଇରାତକୁନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ନିଲାମଦିଆଯାଉଥିଲେ ହେଁ ମାଫିଆ ମାନେ ମନଇଛା ଅନ୍ୟ ଅଞ୍ଚଳରୁ ବାଲିଉତ୍ତୋଳନ କରୁ ଚାଲାଣ କରୁଛନ୍ତି ।ଏହାକୁ ତହସିଲ ପ୍ରଶାସନ ଜାଣି ଶୁଣିଅଣଦେଖା କରୁଥିା ଅଭିଯୋଗ ହେଉଛିା ନିଲାମ ନେଇଥିବା ବାଲି ମାଫିଆମାନେ ଜିଲ୍ଲା ବାହାରକୁ ଚଢ଼ା ଦରରେ ବାଲିଚାଲାଣ କରି ମୋଟା ଅଙ୍କର ମୁନାଫା କମାଉଛନ୍ତି ।
ଯାହାର ପ୍ରଭାବ ସ୍ଥାନୀୟଅଞ୍ଚଳର ଅଧିବାସୀଙ୍କ ଉପରେ ପଡୁଛି ।ଯାଜପୁର ଜିଲ୍ଲାବାସୀଙ୍କୁ ନିଜର ଘରନିର୍ମାଣ ପାଇଁ ମଧ୍ୟ ଚଢ଼ା ଦରରେ ବାଲିବିକ୍ରି କରୁଛନ୍ତି ମାଫିଆ । ଦିନ ରାତିଏକ କରି ମାଫିଆ ଶହ ଶହ ସଂଖ୍ୟାରେଟ୍ରକ, ହାଇୱାରେ ବାଲି ଚାଲାଣ କରିବାଫଳରେ ରାସ୍ତା ଘାଟ ଗୁଡିକମରଣଯନ୍ତାରେ ପରିଣତ ହୋଇଛି ।ନିକଟରେ ଅଡଙ୍ଗ ବାଲିଘାଟ ଅଞ୍ଚଳରୁଆସୁଥିବା ହାଇୱା ଗାଡି ଧକ୍କାରେ ୩ ଜଣବ୍ୟକ୍ତି ଗୁରୁତର ହେବା ପରେ ସ୍ଥାନୀୟଅଞ୍ଚଳରେ ଆଇନଶୃଙ୍ଖଳା ଅବସ୍ଥା ସୃଷ୍ଟିହୋଇଥିଲା । ଏଭଳି ସମସ୍ୟା ବାରମ୍ବାର ହେଉଥିଲେ ହେଁ ପ୍ରଶାସନ ଏଥିରେ ସଂପୁର୍ଣ୍ଣଆଖିବୁଜି ଦେଇଥିବା ପରି ମନେ ହେଉଛି ।ଅନ୍ୟପଟେ କେତେକ ସ୍ଥାନରେ ଯାଜପୁରତହସିଲ ପ୍ରଶାସନ କେବଳ ଧର୍ମକୁଆଖିଠାର ନ୍ୟାୟରେ ଚଢ଼ାଉ କରି ମାଫିଆଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାଯାଜପୁର ତହସିଲଦାର ଦାବି କରିଛନ୍ତି ।ଯାଜପୁର ତହସିଲ ଅଞ୍ଚଳରେ ବାଲିମାଫିଆଙ୍କ ସ୍ୱାର୍ଥକୁ ଦେଖିବା ଫଳରେ ସାଧାରଣ ଲୋକେ ହଇରାଣ ହରକତହେଉଛନ୍ତି । ଯାହାକୁ ନେଇ ଦିନକୁ ଦିନଜନଅସନ୍ତୋଷ ବଢ଼ିବାରେ ଲାଗିଛି