28 C
Bhubaneswar
Sunday, February 28, 2021

ବୈଷୟିକ ଓ ମାନବିକ ମୂଲ୍ୟବୋଧ ଶିକ୍ଷା ଉପରେ ଗୁରୁତ୍ୱ ଦିଅ ।

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ଯାଜପୁର,; ବୈଷୟିକ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ସହ ଭଲ ମଣିଷଗଢିବା ପାଇଁ ମାନବିକ ମୂଲ୍ୟବୋଧ ପୂର୍ଣ୍ଣ ପାଠପଢା ଉପରେ ଗୁରୁତ୍ୱ ଦେବାକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଆହ୍ୱାନ ଦେଇଛନ୍ତି । ଯାଜପୁର ଜିଲ୍ଲା ବଡଚଣାବ୍ଲକ ଅନ୍ତର୍ଗତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ୭୦ ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ଜିଲ୍ଲାର ପ୍ରଥମ ଇନଡୋର ଷ୍ଟାଡିୟମକୁ ମଙ୍ଗଳବାର ଉଦଘାଟନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥାବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ।ଏହାସହ ଛତିଆ କଲେଜ ପରିସରରେ୧୦ ଲକ୍ଷ ଟଙ୍କାର ବିଜ୍ଞାନ ଗୃହ, ୨.୫ଲକ୍ଷ ଟଙ୍କାର ପମ୍ପ ହାଉସକୁ ମଧ୍ୟ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅମର କହିଛନ୍ତି ଯେ,ଅବକ୍ଷୟ ମୁଖୀ ଲୋକ ଚରିତ୍ର ଉଭୟ ବ୍ୟକ୍ତିଏବଂ ସମାଜ ଜୀବନ ପାଇଁ ବିପଦଜନକ ହୋଇପଡିଛି ।

ସେଥିପାଇଁ ଶିକ୍ଷକ ତଥାଅଧ୍ୟାପକ ମାନେ ଶିକ୍ଷା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ ଉଜ୍ଜିବିତ କରିବାକୁ ଆହ୍ୱାନ ଦେଇଥିଲେ । ଯୁଗ ସହ ତାଳ ଦେଇ ଆଗେଇବାକୁ ହେଲେ ଆମର ଛାତ୍ରଛାତ୍ରୀମାନେ ବୈଷୟିକ ତଥା ଧନ୍ଦା ମୂଳକ ଶିକ୍ଷା ସହପ୍ରଯୁକ୍ତି ବିଦ୍ୟାରେ ଅଧିକ ଦକ୍ଷ ହେବା ଆବଶ୍ୟକ । ଏହି ଶିକ୍ଷା ପ୍ରଦାନ ଦିଗରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁରୁତ୍ୱ ଦେବାକୁଅମର ମତ ପ୍ରକାଶ କରିଥିଲେ । ସେକହିଥିଲେ ଯେ, କରୋନା ମହାବିପତ୍ତିମଣିଷ ଜାତିକୁ ଅନେକ କିଛି ଭାବିବାକୁଏବଂ ସମୟ ଉପଯୋଗୀ କାର୍ଯ୍ୟ କରିବାକୁ ବାଧ୍ୟ କରିଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଦ୍ୱାରା ମଣିଷ କରୋନା ସମୟରେ ପାଠପଢ଼ା ଠାରୁ ଆରମ୍ବ କରି ସବୁକିଛି କରିବାକୁ ବାଧ୍ୟ ହୋଇଛି ।

କଲେଜ ଅଧ୍ୟକ୍ଷପ୍ରଫେସର ଡ. ସଞ୍ଜୀବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକାଡ. ଚନ୍ଦ୍ରକଳା ନାୟକ ଅତିଥି ପରିଚୟପ୍ରଦାନ କରିବା ସହ ଉଭୟ ମୁଖ୍ୟ ଅତିଥି ବଡଚଣା ବିଧାୟକ ଏବଂ କଲେଜ ଅଧ୍ୟକ୍ଷଙ୍କ ବିଭିନ୍ନ ସମୟ ଉପଯୋଗୀ ପଦକ୍ଷେପ ସମ୍ପର୍କରେ ଆଲୋକପାତକରିଥିଲେ । ଏଥିରେ ପଞ୍ଚାୟତ ସମିତିଅଧ୍ୟକ୍ଷ ଭାଗ୍ୟଧର ମଲିକ, ଜିଲ୍ଲା ପରିଷଦସଭ୍ୟ ଅରବିନ୍ଦ ସାମଲ, ସରପଞ୍ଚ ନୟନାମହାନ୍ତି, ପୂର୍ବତନ କଲେଜ ଅଧ୍ୟକ୍ଷ କେଶବଦାସ, ମାଧବାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । କଲେଜର ବିକାଶକ୍ଷେତ୍ରରେ ବହୁ ଅବଦାନ ଥିବା ପୂର୍ବତନ ସରପଂଚ ତଥା ବରିଷ୍ଠ ସଂଗଠକ ସଚ୍ଚି ସାମନ୍ତରାୟ, ଅଧ୍ୟାପକ ସୁକାନ୍ତ ଜେନାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନାକରାଯାଇ ଥିଲା । ଏନ୍ସିସି ଶାଖା ପକ୍ଷରୁମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଥିଲା । ଅଧ୍ୟାପିକା କବିତା ସାହୁଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -ବୈଷୟିକ ଓ ମାନବିକ ମୂଲ୍ୟବୋଧ ଶିକ୍ଷା ଉପରେ ଗୁରୁତ୍ୱ ଦିଅ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବୈଷୟିକ ଓ ମାନବିକ ମୂଲ୍ୟବୋଧ ଶିକ୍ଷା ଉପରେ ଗୁରୁତ୍ୱ ଦିଅ ।

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...