27.1 C
Bhubaneswar
Friday, July 23, 2021

ଅର୍ଥନୀତିକୁ ମିଳିଲା ବଡ ବୁଷ୍ଟର ।

Must read

ନୂଆଦିଲ୍ଲୀ, କରୋନା ମହାମାରୀ ଯୋଗୁଁ ଭାଙ୍ଗିପଡିଥିବା ଅର୍ଥନୀତିକୁ ସଜାଡିବଚୁ କେନ୍ଦ୍ର ସରକାର ଗୋଟିଏ ପରେଗୋଟିଏ ବଡ ପ୍ୟାକେଜ୍ ଘୋଷଣା କରିବା ସହିତ ଅର୍ଥନୀତିରଗତିକୁ କ୍ଷୀପ୍ର କରୁଛନ୍ତି । ଆଜି ମଧ୍ୟ ଦୀପାବଳୀ ପୂର୍ବରୁ ଅର୍ଥମନ୍ତ୍ରୀନିର୍ମଲା ସୀତାରମଣ ଅର୍ଥନୀତିକୁ ଆଉ ଏକ ବଡ ବୁଷ୍ଟର ଦେଇଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ଲଞ୍ଚ କରିବା ସହିତପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ଏକ ସ୍ଵତନ୍ତ୍ର ପୋର୍ଟାଲ ଲଞ୍ଚ କରିଛନ୍ତିଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ।

ଏହି ପ୍ୟାକେଜରେ କୋଭିଡ ଟିକା ବିକାଶ ପାଇଁ ୯୦୦ କୋଟିଘୋଷଣା ହୋଇଛି । ଦେଶରେ କରୋନା ସଂକ୍ରମଣ ବିଶେଷ ଭାବେଅନେକ କ୍ଷେତ୍ରରେ ପ୍ରଭାବ ପକାଇଛି । କୋଭିଡ ଟିକା ବିକାଶ ଓଅନୁସନ୍ଧାନ ପାଇଁ କୋଭିଡ ସୁରକ୍ଷା ମିଶନ ଅଧୀନରେବାୟୋଟେକ୍ନୋଲୋଜି ବିଭାଗକୁ ୯୦୦ କୋଟି ଆବଣ୍ଟନକରାଯିବ । ଯାହାଦ୍ୱାରା ଟୀକା ଉପରେ ଗବେଷଣା କରାଯାଇପାରିବ ।ଏହି ଯୋଜନା ମାଧ୍ୟମରେ ଦେଶର ବେଜୋରଗାର ହାର ଓବିଶେଷ କରି କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କପ୍ରତି ଅଧିକ ଧ୍ୟାନ ଦିଆଯାଇଛି । ଆତ୍ମ ନିର୍ଭର ଭାରତର ଯୋଜନାରତୃତୀୟ ଘୋଷଣାରେ ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତିଭାରତର ଅର୍ଥନୀତିରେ ବ୍ୟାପକ ପରିବର୍ତନ ଆସିଛି ଆତ୍ମନିର୍ଭରଭାରତ ଯୋଜନାର ଘୋଷଣାର ପରବର୍ତୀ ସମୟରେ ।

କୃଷକମାନଙ୍କ ପାଇଁ ନାବାର୍ଡ ଜରିଆରେ ୨୫ ହଜାର କୋଟିଟଙ୍କାର ଆର୍ଥୀକ ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର । କରୋନାସମୟରେ ·କିରୀ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ୨ ବର୍ଷ ଯାଏଁଭବିଷ୍ୟ ନିଧି ପାଣ୍ଠିରେ ଜମା ରାଶି ପ୍ରଦାନ ପାଇଁ ବଡ ଦାୟିତ୍ୱନେଇଛନ୍ତି ମୋଦୀ ସରକାର । ଏହା ସହିତ ବେସାମରିକ ବିମାନଚଳାଚଳ, ଆତିଥେୟତା ଓ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁମୋଟାମୋଟି ଭବେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ବ୍ୟାପକ ଆର୍ଥୀକ ପ୍ରୋତ୍ସାହନ ଘୋଷଣା କରାଯାଇଛି ।୧୫୭.୪୪ ଲକ୍ଷ କିଷାନକ୍ରେଡିଟ୍ କାର୍ଡ ଜରିଆରେ କୃଷି ବିକାଶର ବଡ ସମ୍ଭାବନା ଆତ୍ମନିର୍ଭର ଭାରତ ଦେଖିଛି । ପ୍ରଥମ ପର୍ଯ୍ୟାୟରେ ଏହା ସଫଳ ପରେ୬୮.୬ କୋଟି ଲୋକଙ୍କୁ ଲାଭ ଦେଲା ଭଳି ।ସନ୍ କାର୍ଡର ପୋର୍ଟେବିଲିଟି କରିଛନ୍ତି ଏନଡିଏ ସରକାର ।ସଂଗଠିତ କ୍ଷେତ୍ରରେରୋଜଗାର ବୃଦ୍ଧି ସହିତ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମ·ରୀଙ୍କ ପାଇଁ ଏହିପ୍ୟାକେଜ୍ ରେ ବିଭିନ୍ନ କର୍ଯ୍ୟକ୍ରମ ଘୋଷଣା କରାଯାଇଛି ରାସନ୍ କାର୍ଡର ପୋର୍ଟେବିଲିଟି କରିଛନ୍ତି ଏନଡିଏ ସରକାର ।ସଂଗଠିତ କ୍ଷେତ୍ରରେରୋଜଗାର ବୃଦ୍ଧି ସହିତ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହିପ୍ୟାକେଜ୍ ରେ ବିଭିନ୍ନ କର୍ଯ୍ୟକ୍ରମ ଘୋଷଣା କରାଯାଇଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article