ଭୁବନେଶ୍ୱର,: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ୨୦୨୦-୨୧ଖାଦ୍ୟ ଓ ସଂଗ୍ରହଣ ନୀତିକୁ ଅନୁମୋଦନ ସମେତ ଗ୍ରୀଡକୋ ୨୬୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଓ୨୧୫ଟି ଆଇନକୁ ନିରସ୍ତ୍ର କରିବା ଭଳି ପ୍ରସ୍ତାବ ସାମିଲରହିଛି । ସେହିପରି ପୁରୀ ପାଇଁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜି ଏହି କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ, ୨୦୨୦-୨୧ ଖରିଫ ବିପଣନ ବର୍ଷ ଅକ୍ଟୋବର ୧ତାରିଖରୁ ଆରମ୍ଭହୋଇ ୨୦୨୧ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ।
ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା ନିମନ୍ତେ “୨୦୨୦-୨୧ ଖାଦ୍ୟଓ ସଂଗ୍ରହଣ ନୀତି’କୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି । ଚଳିତ ଖରିଫ ବର୍ଷରେ ମୋଟ ୪୮ଲକ୍ଷମେଟ୍ରିକ ଟନ୍ ଚାଉଳ(୭୧ଲକ୍ଷ ମେଟ୍ରିକ ଟନ୍ ଧାନ) ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଖରିଫ ଋତୁରେ୫୪ଲକ୍ଷ ଓ ରବି ଋତୁରେ ୧୭ଲକ୍ଷ ମେଟ୍ରିକ ଟନ୍ ଧାନସଂଗ୍ରହ କରାଯିବ । ଏହାଠୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କ ଦ୍ୱାରା ମଣ୍ଡିକୁ ଆସିବ ତାକୁ ମଧ୍ୟ ସରକାର କ୍ରୟକରିବେ । ସେହିପରି ରାଜ୍ୟ କ୍ୟାବିନେଟ କୃଷି ଉତ୍ପାଦନ ଓପଶୁପାଳନ ମାର୍କେଟିଂ ଅଧିନିୟମକୁ ମଂଜୁରୀ ଦେଇଛନ୍ତି ।କୋଭିଡ ମହାମାରୀରେ ପ୍ରଭାବିତ କୃଷକମାନଙ୍କୁ ତୁରନ୍ତଲାଭ ପ୍ରଦାନ ପାଇଁ ଏହି ଅଧିନିୟମ ଅଣାଯିବ ।ଅନ୍ୟପକ୍ଷରେ, ଗ୍ରୀଡକୋ ଋଣ କରିବାକୁ ୨୬ ଶହ କୋଟିର ଗ୍ୟାରେଣ୍ଟିକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନକରିଛି । ରାଜ୍ୟ କ୍ୟାବିନେଟରେ ପୁରୀ ପାଇଁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଶ୍ରୀମନ୍ଦିର ଓ ପୁରୀସହରର ବିକାଶ ଲାଗି ୪୬୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ,ମାର୍କେଟ କଂପ୍ଲେକ୍ସ ଓ ଶ୍ରୀ ସେତୁ ପାଇଁ ବ୍ୟୟ ବରାଦ କରାଯାଇଛି । ଏ ସମସ୍ତ କାର୍ଯ୍ୟ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।୧୯୫୦ ମସିହାରୁ ୨୦୧୧ ମସିହା ମଧ୍ୟରେ ରାଜ୍ୟରେ ପ୍ରଚଳିତ ଥିବା ୨୧୫ଟି ଆଇନକୁ ରଦ୍ଦ ବାନିରସ୍ତ୍ର କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । କ୍ୟାବିନେଟ ବୈଠକରେ ଆଇନ ବିଭାଗଦେଇଥିବା ୨୧୪ଟି ଆଇନକୁ ନିରସ୍ତ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ବିଧି ଆୟୋଗ ୨୦୨୦ସେପ୍ଟେମ୍ବର ୨୪ ତାରିଖରେ ନିଜର ସୁପାରିସ ରିପୋର୍ଟରେ ଅପ୍ରାସଙ୍ଗିକ ହୋଇପଡ଼ିଥିବା ଏହି ୨୧୪ ଟି ଆଇନକୁ ନିରସ୍ତ୍ର କରିବା ନିମନ୍ତେ ସୁପାରିସ୍କ ରିଥିଲେ । ଅଧିକ ପରୀକ୍ଷା କରିବାପରେ ୧୯୭୨ ମସିହାରେ ପ୍ରଣୟନ କରାଯାଇଥିବା ଏକ ବିନିଯୋଗ ଅଧିନିୟମ ମଧ୍ୟ ନିରସ୍ତ୍ର କରିବାକୁ ଚିହ୍ନଟ ହୋଇଛି ।