22 C
Bhubaneswar
Thursday, November 26, 2020

୪ ରାଜ୍ୟ ସହ ସୀମା ବିବାଦ ରହିଛି ।

Must read

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭୁବନେଶ୍ୱର,୧୦।୧୧(ନି.ପ୍ର): ·ରିଟିରାଜ୍ୟ ସହିତ ଓଡିଶାର ଦୀର୍ଘବର୍ଷରୁ ସୀମାବିବାଦ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ଓପଶ୍ଚିମବଙ୍ଗ ବାରମ୍ବାର ଓଡିଶା ସୀମାଭିତରେ ପଶି ଦାଦାଗିରି ଦେଖାଇ ସ୍ଥାନୀୟ ଲୋକଙ୍କୁ ହଇରାଣ ହରକତ କରିବା ଏକପ୍ରଥାରେ ପଡିଗଲାଣି । ଓଡିଶା ସରକାର ବାରମ୍ବାର ଏ ସଂକ୍ରାନ୍ତରେ ପ୍ରତିବାଦ କରୁଥିଲେ ମଧ୍ୟ ସୀମା ବିବାଦ ଆଳରେଏହି ପଡୋଶୀ ରାଜ୍ୟମାନେ ସାଧାରଣ ଲୋକଙ୍କ ଉପରେ ଜୁଲମ କରିବା କିନ୍ତୁଛାଡୁ ନାହାନ୍ତି । ନିକଟରେ ଭୋଗରାଇ ଅଞ୍ଚଳର ଓଡିଶା ସୀମାନ୍ତବର୍ତ୍ତୀ ଗାଁରେପଶ୍ଚିମବଙ୍ଗ ପ୍ରଶାସନ ଜେସିବି ଲଗାଇ ଲୋକଙ୍କ ଚାଷବାସ ନଷ୍ଟ କରିବା ସହଜଙ୍ଗଲ ମଧ୍ୟ ଉଜାଡିଛି । ଏ ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ପୁଲିସ୍ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଆତଙ୍କବାଦୀଙ୍କ ଭଳି ଭଙ୍ଗାରୁଜା ଚୁର୍ମାରକରି ସେମାନେ ପଳାଇଛନ୍ତି । ଗତବର୍ଷ ଭୋଗରାଇ ଅଞ୍ଚଳର ଓଡିଶା ଇଲାକାରେପଶି ହଜାର ହଜାର ଡମ୍ପର ବାଲିପଶ୍ଚିମ ବଙ୍ଗର ମାଫିଆମାନେ ତାଡିନେଇଥିଲେ ।

ଏଥିଯୋଗୁଁ ନଦୀ ଶଯ୍ୟା ପରିବର୍ତ୍ତନ ହେଉଥିବାରୁ ନିକଟବର୍ତ୍ତୀ ଗାଁଗୁଡିକର ସ୍ଥିତି ଉପରେ ବିପତ୍ତି ସୃଷ୍ଟିହୋଇଛି । ଏ ସଂକ୍ରାନ୍ତରେ ସ୍ଥାନୀୟଲୋକେ ବାଧା ଦେବାରୁ ମାଫିଆମାନେ ଓଡିଶା ସୀମାନ୍ତରେ ପଶି କିଛି ଲୋକଙ୍କୁ ଅପହରଣ କରି ପଳାଇଥିଲେ । ପରେଅବଶ୍ୟ ଅପହୃତ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ବାଲେଶ୍ୱର ଜିଲ୍ଲାର୫ଟି ଓ ମୟୁରଭଞ୍ଜ ଜିଲ୍ଲାର ୮ଟି ଗ୍ରାମଉପରେ ପଶ୍ଚିମବଙ୍ଗ ମାଲିକାନା ଜାହିରକରୁଛି । ତେବେ ଓଡିଶା ସରକାର ଏହାରପ୍ରତିବାଦ କରିଆସୁଛନ୍ତି । ବାଲେଶ୍ୱର ଓମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ମଧ୍ୟ ଏସଂକ୍ରାନ୍ତରେ ପଶ୍ଚିମବଙ୍ଗର ପଡୋଶୀ ଜିଲ୍ଲାପ୍ରଶାସନ ସହ ଆଲୋଚନା କରି ସ୍ଥିତିସୁଧାରିବାକୁ ଉଦ୍ୟମ କରିଆସୁଛନ୍ତି । ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାର କୋଟିଆ ଓ ବୋରମୁଥା ଅଞ୍ଚଳର ଅନ୍ୟୁନ୩୪ଟି ଗାଁକୁ ଘେନି ଆନ୍ଧ୍ର ବିବାଦ ଲଗାଇଛି । ଏ ସଂକ୍ରାନ୍ତରେ ଓଡିଶା ସୁପ୍ରିମ୍କୋର୍ଟରେ ମଧ୍ୟ ପ୍ରାୟ ୫୦ବର୍ଷ ତଳୁମାମଲା ରୁଜୁ କରିଛି ।

କୋଟିଆ ଅଞ୍ଚଳର କେତେକ ଗ୍ରାମରେ ଆନ୍ଧ୍ରସରକାର ଉନ୍ନୟନମୂଳକ କାମ କରିବାସହ ରାସନକାର୍ଡ ଓ ଭୋଟର ପରିଚୟପତ୍ର ମଧ୍ୟ ବଣ୍ଟନ କରିଛନ୍ତି । ଏମିତିକି ଜମି ପଟା ବି ବାଣ୍ଟୁଛନ୍ତି । ନିକଟରେ ନାରାୟଣ ପାଟଣାର କେତେକଗାଁରେ ବି ଆନ୍ଧ୍ର ପ୍ରଶାସନ ଅନୁରୂପକାଣ୍ଡ ଘଟାଇଛି । ଆନ୍ଧ୍ର ସହିତ ଗଞ୍ଜାମର୨୧ଟି, ଗଜପତିର ୧୬ଟି ଓରାୟଗଡାର ୫ଟି ଗ୍ରାମକୁ ନେଇ ବିବାଦରହିଛି । ସେହିଭଳି ଝାଡଖଣ୍ଡ ସହିତ ମୟୂରଭଞ୍ଜର ୨ଟି, କେନ୍ଦୁଝରର ୫ଟିଓ ସୁନ୍ଦରଗଡର ୬ଟି ଗ୍ରାମକୁ ନେଇବିବାଦ ଥିବାବେଳେ ଛତିଶଗଡ ସହିତ ନବରଙ୍ଗପୁରର ୪ଟି ଓ ଝାରସୁଗୁଡାର ଗୋଟିଏ ଗ୍ରାମକୁ ନେଇ ସୀମା ବିବାଦରହିଛି । ମୋଟାମୋଟି ଭାବେ ଓଡିଶାର୧୦ଟି ଜିଲ୍ଲାର ୯୬ଟି ସୀମାନ୍ତ ଗ୍ରାମକୁନେଇ ପଡୋଶୀ ରାଜ୍ୟମାନଙ୍କ ସହବିବାଦ ଲାଗି ରହିଛି । ଏଥିରେଆପାତତଃ ୧୩ହଜାର ଏକରରୁ ଅଧିକଜମି ଓ ୧୫ହଜାର ଏକରରୁ ଅଧିକ ସଂରକ୍ଷିତ ଜଙ୍ଗଲ ଜମିର ମାଲିକାନା ଉପରେ ପଡୋଶୀ ରାଜ୍ୟମାନେ ଦାବିଜାହିର କରି ଆସୁଛନ୍ତି । ଅବଶ୍ୟ ଏସମସ୍ୟାର ସମାଧାନ ପାଇଁ ରାଜ୍ୟ ଓଜିଲ୍ଲା ପ୍ରଶାସନ ଗୁଡିକ ବାରମ୍ବାର ଉଦ୍ୟମ ଚଳାଇଥିବା ବେଳେ ପଡୋଶୀ ରାଜ୍ୟମାନେ କିନ୍ତୁ ବିଭିନ୍ନ ସମୟରେ ଠକର ଦେବାକୁ ପଛାଉ ନାହାନ୍ତି ।

- Advertisement -୪ ରାଜ୍ୟ ସହ ସୀମା ବିବାଦ ରହିଛି ।

More articles

LEAVE A REPLY

Please enter your comment!
Please enter your name here

- Advertisement -୪ ରାଜ୍ୟ ସହ ସୀମା ବିବାଦ ରହିଛି ।

Latest article

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭାରତୀୟ ଘରୋଇ ବ୍ୟାଙ୍କଗୁଡିକ ପାଇଁ ବିସ୍ତୃତ ମାଲିକାନା ନିର୍ଦ୍ଦେଶାବଳୀ ।

ନୂଆଦିଲୀ,ତା,୨୫/୧୧; ଭାରତର ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସମାଲୋଚନାର ଶିକାର...