26 C
Bhubaneswar
Thursday, July 9, 2020

ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ହେଲେ ଗଞ୍ଜାମ ଜିଲା ବିଜେଡି ସଭାପତ

Must read

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ବ୍ରହ୍ମପୁର,୨୪/୨(ନି.ପ୍ର): ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଗଞ୍ଜାମ ଜିଲା ବିଜେଡିର ନୂଆ ସଭାପତି ହୋଇଛନ୍ତି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ.ନାୟକ ଦଳୀୟ ସଙ୍ଗଠନ କାର୍ଯ୍ୟ ପାଇଁ ଚ୍ୟାଉ ପଟ୍ଟନାୟକଙ୍କୁ ନିୟୋଜିତ କରିଛନ୍ତି । ବିଜୁ ଜନତା ଦଳ ଗଠନ ହେବା ପରେ ପ୍ରଥମ ଜିଲା ସଭାପତି ହୋଇଥିଲେ ପୂର୍ବତନ ବିଧାୟକ ସ୍ୱର୍ଗତ ମାଧବାନନ୍ଦ ବେହେରା । ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ରେବତୀ ମୋହନ ନାୟକଙ୍କୁ ଦ୍ୱିତୀୟ ସଭାପତି କରାଯାଇଥିଲା । ପରବର୍ତୀ ପର୍ଯ୍ୟାୟରେ ବିଡିଏର ପୂର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଲଗାତର ୩ ଥର ସଭାପତି ହୋଇ ରେକର୍ଡ ସୃଷ୍ଟି କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ଆସିକାର ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ଗୋପାଳପୁର ବିଧାୟକ
ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ବିଜେଡିର ଗଞ୍ଜାମ ଜିଲା ସଭାପତି ହୋଇଥିଲେ । ଏବେ ଚ୍ୟାଉ ପଟ୍ଟନାୟକଙ୍କୁ ବିଜେଡି ଜିଲା ସଭାପତି ଭାବେ ଘୋଷଣା କରାଯାଇଛି । ଏ ନେଇ ଦଳୀୟ ବିଧାୟିକା, ବିଧାୟକ, ଏମ୍ପି, ନେତା ଓ କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସୂଚନାଯୋଗ୍ୟ, ଚ୍ୟାଉ ପଟ୍ଟନାୟକ ୧୯୯୫ ର୍ନିବାଚନରେ ବ୍ରହ୍ମପୁର ବିଧାନସଭା ଆସନରୁ ଜନତା ଦଳ ପ୍ରାର୍ଥୀ ଭାବେ ପ୍ରଥମଥର ର୍ନିବାଚିତ ହୋଇଥିଲେ ।

୨୦୦୦, ୨୦୦୪, ୨୦୦୯, ୨୦୧୪ ର୍ନିବାଚନରେ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ଲଗାତର ଭାବେ ବିଧାୟକ ହୋଇଥିଲେ । ବ୍ରହ୍ମପୁର ର୍ନିବାଚନ ମଣ୍ଡଳୀରୁ ୫ଥର ବିଧାୟକ ହୋଇ ଚ୍ୟାଉ ପଟ୍ଟ୍ନାୟକ ରେକର୍ଡ ସୃଷ୍ଟି କରିଛନ୍ତି । ଜନ ସମର୍ଥନ ଥିବା ସତ୍ୱେ ୨୦୧୯ ର୍ନିବାଚନରେ ତାଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରାଯାଇ ଥିଲା । ରାଜ୍ୟସଭା ପ୍ରାର୍ଥୀ କରାଯିବାକୁ ଲୋଭ ଦେଖାଯାଇଥିଲା ।

ଗତ ର୍ନିବାଚନରେ ତାଙ୍କୁ ସଂଗଠନ ଓ ଭୋଟ ପ୍ର·ର କାର୍ଯ୍ୟରେ ନିୟୋଜିତ କରାଯାଇ ଥିଲା ।ଜିଲା ବିଜେଡି ସଭାପତି ଘୋଷଣା ପରେ ଚ୍ୟାଉ ପ.ଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ସେ ତୁଲାଇଛନ୍ତି । ଦଳର ସମସ୍ତଙ୍କୁ ନେଇ ସଂଗଠନକୁ ଅଧିକ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପୂର୍ବ ପ୍ରତିଶ୍ରୁତି ପ୍ରକାରେ ଆଗାମୀ ରାଜ୍ୟସଭା ର୍ନିବାଚନରେ ତାଙ୍କୁ ପ୍ରାର୍ଥୀ କରିବେ ବୋଲି ସେଆଶା ରଖିଥିବା ଚ୍ୟାଉ ପଟ୍ଟନାୟକ କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତକୁ ମିଳିବ ୫ମ ପୀଢ଼ିର ଫାଇଟର ଜେଟ୍

ୱାଶିଂଟନ, ୩୦/୬ : ଚୀନରୁ ଉତ୍ପନ୍ନ ହୋଇ ବୈଶ୍ୱିକ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱରେ ଏବେ ପ୍ରାୟ ୧୦ କୋଟି ୪୫ ଲକ୍ଷ ୪,୯୯୧ ଜଣଙ୍କୁ ସଂକ୍ରମିତ କରିଥିବା...

ଏନ୍କାଉଣ୍ଟରରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର, ୩୦/୬ : ଗୋଟିଏ ପଟେ ଲଦାଖରେ ଚୀନ ସେନା ସହିତ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିଲାବେଳେ ଜମ୍ମୁ- କାଶ୍ମୀରରୁ ଆତଙ୍କମୁକ୍ତ କରିବା ଲାଗି ସେନା ପକ୍ଷରୁ ଗତ...

ସତ ଲୁ•ଇବା ପାଇଁ ଭାରତୀୟ ୱେବସାଇଟ୍କୁ କଲା ବ୍ଲକ

ନୂଆଦିଲ୍ଲୀ, ୩୦/୬ : ସୀମା ବିବାଦ ପ୍ରସଙ୍ଗରେ ଭାରତୀୟ ସୈନିକଙ୍କ ସହିତ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ବାଉଳେଇ ହେଉଛି ଚୀନ । ଭାରତୀୟ ସୈନିକଙ୍କ ସହିତ ସଂଘର୍ଷରେ ତାର କେତେ ସୈନିକ...

ମୁମ୍ବାଇ ତାଜ୍ ହୋଟେଲ ଉଡ଼ାଇ ଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବାଇ, ୩୦/୬ (ଏଜେନ୍ସି) : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା ଯେ, କେହି ଜଣେ କଲ କରି ତାଜ ହୋଟେଲ...

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍୍- ୧୬୦ଆର୍ର ବଜାର ପ୍ରବେଶ

ଜୟପୁର,୧ା୭ : ପୃଥିବୀର ସର୍ବବୃହତ୍ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଏକ୍ସଟ୍ରିମ୍- ୧୬୦ଆର୍ର...