29.1 C
Bhubaneswar
Saturday, July 24, 2021

ପୂଜାରୀଗୁଡା ଗାଁରେ ସରକାରୀ ଯୋଜନା ଅପହଞ୍ଚ ।

Must read

ମାଲକାନଗିରି,୯/୧୧:ମାଲକାନଗିରି ଜିଲ୍ଲାର ଖାଇରପୁଟ ବ୍ଲକପାର୍କନମାଲା ପଞ୍ଚାୟତ ଅନ୍ତର୍ଗତ ପୂଜାରୀ ଗୁଡା ଗାଁ ରେ ଅପହ ହୋଇ ରହିଛି ସରକାରୀ ଯୋଜନା । ସୂଚନା ଥାଉକି, ଘଞ୍ଚ ଜଙ୍ଗଲ ଓ ପହାଡକୁ ଲାଗି ରହିଥିବା ଏହି ଗଣାପତି ଗୁଡା ଗାଁରେପ୍ରାୟ ୧୫ ରୁ ଉର୍ଦ୍ଧ ଆଦିବାସୀ ପରିବାରର ପ୍ରାୟ ଶହେ ରୁ ଅଧିକ ଲୋକେ ଦୀର୍ଘ ବର୍ଷଧରି ବସବାସ କରି ଆସୁଛନ୍ତି । ହେଲେ ପ୍ରକୃତରେ ଏହି ଗାଁରେ ରହୁଥିବା ନିରୀହ ନିଷ୍କପଟ ଆଦିବାଦୀ ଲୋକଙ୍କୁ ବିକାଶର ଶବ୍ଦ ବୁଝାଇବାକୁ ସେମାନଙ୍କର ପାଖରେ କେହିନାହାନ୍ତି । ମୁଖ୍ୟସ୍ରୋତରେ ସାମିଲ କରିବାକୁ ନିର୍ବାଚିତ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭକରି ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ଯେତେ ନେହୁରା ହେଲେ ବି କେହି ବିକର୍ଣ୍ଣପାତ କରୁ ନ ଥିବା ଯୋଗୁଁ ଏଠାରେ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଦ୍ୟୁତ ଭଳିମୌଳିକ ସୁବିଧା ଗ୍ରାମ ବାସୀଙ୍କ ପାଇଁ ସାତସପନ ପାଲଟିଛି । ଯାହା ଫଳରେ ଏହି ଗ୍ରାମଟି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥାଇ ମଧ୍ୟ ବିଛିନ୍ନ ।

ଜଳ କଷ୍ଟ ଭୋଗିବା ସହ ବହୁ ଯନ୍ତ୍ରଣାରେ ଦୁଃଖ ଜର୍ଜରିତ ଓ ଦୁର୍ବିସହ ଜୀବନ ବିତାଉଛନ୍ତି ବୋଲି ଉକ୍ତ ଗ୍ରାମବାସୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ କହିବାନୁସାରେ ପାନୀୟ ଜଳଯୋଗାଇ ଦେବା ନିମନ୍ତେ କିଛି ବର୍ଷ ପୂର୍ବେଏହି ଗାଁରେ ଏକ ନଳକୂପ ଯୋଗାଇ ଦିଆଯାଇଥିଲା ।ଏହି ଏକ ମାତ୍ର ନଳକୂପଟି ଦୀର୍ଘ ଦୁଇବର୍ଷ ହେଲା ସମ୍ପୁର୍ଣ ଅଚଳ ହୋଇ ପଡିଛି ।ଫଳରେ ଉକ୍ରଟ ଜଳ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ । ଗାଁ ରେ କୂଅ କିମ୍ବା ପୋଖରୀନ ଥିବାରୁ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପାହାଡ ଉପରେ ଥିବା ଏକ ଚୁହା ରୁପାଣି ସଂଗ୍ରହକରି ଉକ୍ତ ଦୁଇ ପାହାଡର ଘଞ୍ଚ ଜଙ୍ଗଲରେ ପାହାଡିଆ ପାଦ ଚଲା ରାସ୍ତାରେ ମହିଳାମାନେ ମୁଣ୍ଡରେ ଓ ପୁରୁଷ ଲୋକମାନେ କାଉଡ଼ି କରି ହାଣ୍ଡିରେ ପାଣି ବହୁ କଷ୍ଟରେ ବୋହି ଆଣି ସଂସାର ଚଳାଉଛନ୍ତି । ହେଲେଏତିକି ରେ ସରିନି ଗାଁ ଲୋକଙ୍କ ଦୁଃଖ ଓ ଲାଗିରହିଥିବା ସମସ୍ୟା ବିଡ଼ମ୍ବନାର ବିଷୟ ଏହି ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେଉଥିବା ଗାଁର ଟ୍ରାନ୍ସଫର୍ମରଟି ପ୍ରାୟ ଚାରି ବର୍ଷହେବ କୌଣସି କାରଣରୁ ପୋଡି ଯାଇଛି ।

ଫଳରେ ଦୀର୍ଘ ଚାରି ବର୍ଷ ହେବ ଗ୍ରାମବାସୀବିଦୂତ ସେବାରୁ ବଞ୍ଚିତ ହୋଇଛନ୍ତି । ସନ୍ଧ୍ୟାହେଲେ ବତୀ ଆଳୁଅରେ ପିଲାମାନେ ପଠାପଢିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟୁତ ନ ଥିବାରୁଏହି ଗାଁ ଟି ସମୁର୍ଣ୍ଣ ଅନ୍ଧାର ହୋଇ ରହୁଛି । ଗାଁଟି ଘଞ୍ଚ ପାହାଡ ଓ ଜଙ୍ଗଲକୁ ଲାଗି ରହିଥିବାରୁ ସନ୍ଧ୍ୟା ହେଲେ ବାଘ, ଭାଲୁ ଭଳି ବହୁ ବନ୍ୟଜନ୍ତୁଓ ଶରୀସୃପଙ୍କ ଭୟ ଲାଗି ରହୁଥିବାରୁ ଲୋକମାନେ ବିପଦ ସଂକୁଳ ଅବସ୍ଥାରେ ରାତିବିତା ଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ତେବେ ବ୍ଲକ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହତକ୍ଷପ କରି ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ।ତେବେ ଦେଖିବାକୁ ବାକି ରହିଲା ଗଣପତିଗୁଡା ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ କେବେ ନିଆଯାଉଛି ପଦକ୍ଷେପ । ଗଣପତିଗୁଡା ଗାଁରେ ସରକାରୀ ଯୋଜନା କେବେ ପହଞ୍ଚôଛି ଓ ଗ୍ରାମବାସୀ କେବେ ଉପକୃତ ହେଉଛନ୍ତି ତାହା ଦେହିବାକୁ ବାକି ରହିଲା ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article