ନଆଦିଳ୍ଲୀ,୯/୧୧: ରାଷ୍ଟ୍ରପତି ନିର୍ବାଚନ ଜିତିବାପରେ ବାଇଡ଼େନ୍ ତାଙ୍କର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ଦେଶବାସୀଙ୍କୁ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ, ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ ଏବଂରେଡ଼ ଷ୍ଟେଟ ଭାବେ ଦେଖିବେ ନାହିଁ କେବଳ ୟୁନାଇଡ଼େ ଷ୍ଟେଟ ଅଫ ଆମେରିକା ଭାବେ ଦେଖିବେ । ବିଭାଜନ ନୁହେଁ ଯୋଡିବା ହେବ ପ୍ରାଥମିକତା । ଆମେରିକାବାସୀ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।
ଆମ ପାଖରେ ଏକସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି ବୋଲି କହିଛନ୍ତି ଜୋ ବାଇଡ଼େନ୍ । ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି,ସମସ୍ତ ଆମେରିକା ବାସୀଙ୍କର ରାଷ୍ଟ୍ରପତି ଭାବେ ସେକାମ କରିବେ । ଦେଶକୁ ଏକଜୁଟ ହୋଇ ଆଗକୁ ବଢିବାକୁ ହେବ ବୋଲି ବାଇଡେନ କହିଛନ୍ତି ।ଏଥିସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହି ପଦବୀ ଗ୍ରହଣ କରିବାରେ ସେ ହେବେ ଆମେରିକାର ପ୍ରଥମ ମହିଳା । ବିଜୟ ପରେ ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ କମଳା ହାରିସ ବି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ଯେତେବେଳେ ତାଙ୍କ ମା ଭାରତରୁ ଆମେରିକା ଆସିଥିଲେ ସେ ଏ ବିଷୟରେ ଚିନ୍ତା ବିକରିନଥିଲେ ।
ଆଉ ଏବେ ଏହି ବିଜୟର ଶ୍ରେୟ ସେମା’ଙ୍କୁ ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିବା ଜୋବାଇଡେନ୍ ୧୦ ମିଲିୟନରୁ ଅଧିକ ପ୍ରବାସୀଙ୍କୁ ଆମେରିକୀୟ ନାଗରିକତ୍ୱ ଦେବାକୁ ଯାଉଛନ୍ତି ।ବାଇଡେନ୍ ୧.୧ କୋଟି ପ୍ରବାସୀଙ୍କୁ ନାଗରିକତ୍ୱ ପ୍ରଦାନ ଦିଗରେ ଏକ ରୋଡମ୍ୟାପ ସୃଷ୍ଟି କରିବାକୁ କାର୍ଯ୍ୟ କରିବେୟ ଯେଉଁଥିରେ ପାଞ୍ଚ ଲକ୍ଷ ଭାରତୀୟ ଅନ୍ତର୍ଭୁକ୍ତ । ଏହି ଯୋଜନା ଅନୁଯାୟୀ, ପ୍ରତିବର୍ଷ୯୫,୦୦୦ ଲୋକଙ୍କୁ ଆମେରିକୀୟ ନାଗରିକତ୍ୱ ଦିଆଯିବ । ବାଇଡେନ୍ଙ୍କ ନିର୍ବାଚନ ପ୍ରଚାର ସମୟରେ ପ୍ରକାଶିତ ଏକ ଦଲିଲ ଅନୁଯାୟୀ, ସେ ତୁରନ୍ତ କଂଗ୍ରେସ ସହିତ କାର୍ଯ୍ୟ ଆରମ୍ଭ କରିବେ ଯାହା ତାଙ୍କ ବ୍ୟବସ୍ଥାକୁ ଆଧୁନିକୀକରଣ କରିବ । ଏଥିରେ ୧.୧କୋଟି ଅଜ୍ଞାତ ପ୍ରବାସୀମାନଙ୍କ ପାଇଁ ନାଗରିକତ୍ୱ ରୋଡମ୍ୟାପ ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ ।