ଭୁବନେଶ୍ୱର,୯/୧୧ : ହ୍ୱାଇଟ୍ହ୍ୟାଟ୍ ଜୁନିୟର ଶିକ୍ଷାର୍ଥୀ ସିଲିକନ୍ ଭ୍ୟାଲିଦ୍ୱାରା ଆୟୋଜିତ ପ୍ରତିଯୋଗୀତାରେ କୃତୀତ୍ୱ ହାସଲ କରିଛନ୍ତି ୨୬ ଜଣହ୍ୱାଇଟ୍ ହ୍ୟାଟ୍ ଜୁନିୟର ଶିକ୍ଷାର୍ଥୀ ନିଜପ୍ ରତିଭାର ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମଧ୍ୟରୁ ଓଡ଼ିଶାର ବଲାଙ୍ଗିର ଭେଙ୍କଟ ରମଣ ପଟନାୟକ ଲେଟସ୍ ରିୱାର୍ଡ କିଡ୍ସ୍ ଆପ୍ପ୍ରସ୍ତୁତ କରିଛନ୍ତି । ପୃଥିବୀ ବ୍ୟାପି୭,୦୦୦ରୁ ଅଧିକ ଶିକ୍ଷାର୍ଥୀ ଏହି ରିୟଲରାଇଫ୍ ପ୍ରୋବ୍ଲେମ୍ସଲଭ୍ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଆପ୍ପ୍ରସ୍ତୁତ କରିଥିଲେ ।ଏହି ଅବସରରେ ହ୍ୱାଇଟ୍ ହ୍ୟାଟ୍ଜୁନିୟରର ପ୍ରତିଷ୍ଠାତା ତଥା ସିଇଓ କରନବଜାଜ୍ କହିଲେ, ଆମ ଶିକ୍ଷାର୍ଥୀମାନେ ବିଶ୍ୱସ୍ତରୀୟ ଏହି ପ୍ରତିଯୋଗୀତାରେ ନିଜର ସୃଜନଶୀଳ ପ୍ରତିଭାର ପରିଚୟ ଦେଇଛନ୍ତି । ସାଧାରଣ ନିତିଦିନି ଆଜୀବନରେ ସୃଷ୍ଟି ହେଉଥିବା ଅସୁବିଧାଦୂର ପାଇଁ ଏସବୁ ଆପ୍ ସକ୍ଷମ ହୋଇପାରିବ । ୨୬ ଜଣ ଶିକ୍ଷାର୍ଥୀ ସିଲିକନ୍ ଭ୍ୟାଲିର ସେମାନଙ୍କର ଅନନ୍ୟ ପ୍ରତିଭାର ପରିଚୟ ଦେଇଛନ୍ତି ।
ସେମାନଙ୍କ ମଧ୍ୟରେ ୨୨ ଜଣ ଭାରତୀୟ ଶିକ୍ଷାର୍ଥୀ ଥିବାବେଳେ ୪ ଜଣ ଆମେରିକାର ଶିକ୍ଷାର୍ଥୀ ରହିଛନ୍ତି । ବିଚାରକ ମଣ୍ଡଳୀରେ ଓଲ୍ ଭେଂଚରର ପରିଚାଳନା ନିର୍ଦେଶକ ଅମିତ ପାଟିଲ,ଥୁଙ୍କାବେଲ୍ର ସହ ପ୍ରତିଷ୍ଠାତା ତଥାସିଇଓ ଅରୁଣ ସୈଗଲ ଏବଂନେକ୍ସସ୍ ଇଣ୍ଡିଆ କ୍ୟାପିଟାଲ ଆଡଭାଇଜରର ପରିଚାଳନା ନିର୍ଦେଶକ ସୁଭୀର ସୁଜନ ପ୍ରମୁଖ ରହିଥିଲେ ।ଏହି ଅବସରରେ ନେକ୍ସସ୍ଇଣ୍ଡିଆ କ୍ୟାପିଟାଲ ଆଡ ଭାଇଜରର ପରିଚାଳନା ନିର୍ଦେଶକ ସୁଭୀର ସୁଜନକହିଲେ, ଛୋଟ ପିଲାଙ୍କ ଚିନ୍ତାଧାରା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ଜଟିଳ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ କରାଯାଇଥିବା ଆପ୍ ବେଶ୍ ଉପଯୋଗୀ ଥିଲା ଆଲୋଚନା ସମୟରେ ଶିକ୍ଷାର୍ଥୀମାନେ ସେମାନଙ୍କର ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ ।
ଏହି ଅବସରରେ ଓଲ୍ ଭେଂଚରର ପରିଚାଳନା ନିର୍ଦେଶକ ଅମିତ ପାଟିଲ କହିଲେ,ନୂତନ ପିଢ଼ିର ଶିଖିବା ଏବଂ ପଢ଼ିବା କୌଶଳ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆପ୍ରୁଜଣା ପଡ଼ିଛି । ବିଶ୍ୱରେଏକ ସ୍ୱୃତନ୍ତ୍ରତା ସୃଷ୍ଟିକରିବା ଲାଗି ନୂତନପିଢ଼ି ସଜାଗ ରହିଥିବା ହୃଦବୋଧ ହୋଇଛି । ସେମାନଙ୍କର ଭବିଷ୍ୟତ ବେଶ୍ଉଜ୍ଜଳ ହେବାନିଶ୍ଚିତ । ଏହି ଅବସରରେ ଥୁଙ୍କାବେଲ୍ର ସହ-ପ୍ରତିଷ୍ଠାତା ତଥା ସିଇଓ ଅରୁଣ ସୈଗଲ କହିଲେ, ଶିକ୍ଷାର୍ଥୀମାନଙ୍କ କୋଡ଼ିଂ ଶୈଳୀ ବେଶ୍ ପ୍ରଶଂସନୀୟ ରହିଛି । ବୟସ ଦୃଷ୍ଟିରୁ ସେମାନେ ଅନନ୍ୟକାର୍ଯ୍ୟ କରି ଦେଖାଇଛନ୍ତି । ଯାହାକି ବିଚାରକ ମଣ୍ଡଳୀକୁ ଆଶ୍ଚର୍ଯ୍ୟାନିତ କରିଛି ।ହ୍ୱାଇଟ୍ ହ୍ୟାଟ୍ ଜୁନିୟର ଶିକ୍ଷାର୍ଥୀଙ୍କ ଦ୍ୱାରାପ୍ରସ୍ତୁତ ହୋଇଥିବା ଆପ୍ ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ ହେଉଛି । ବଲାଙ୍ଗିରର ଭେଙ୍କଟ ରମଣ ପଟନାୟକଙ୍କ ପରିବାର ଏକ କାର୍ଦୁର୍ଘଟଣା ଗ୍ରସ୍ତ ହେବା ପରେ ତାଙ୍କ ପିତାଯେ କି ଜଣେ ଡିଜିଟାଲ ଉଦ୍ୟୋଗୀ ଘରେ ସ୍କୁଲ ଆରମ୍ଭ କରିଥିଲେ ।
ପରେସେ ତନ୍ମୟ ବକ୍ସିଙ୍କ ସମ୍ପର୍କରେ ଅବଗତ ହୋଇ ହ୍ୱାଇଟ୍ ହ୍ୟାଟ୍ ଜୁନିୟର କୋଡିଂକ୍ଲାସ୍ରେ ଯୋଗ ଦେଇଥିଲେ । ଧୀରେଧୀରେ ଭେଙ୍କଟ ରମଣଙ୍କ ଆତ୍ମ ବିଶ୍ୱାସବୃଦ୍ଧି ପାଇଥିଲା । ଲେଟସ୍ ରିୱାର୍ଡ କିଡ୍ଆପ୍ ଅଭିଭାବକ ଏବଂ ପିଲା ବହୁବିଧ ସମସ୍ୟାର ସମାଧାନ କରିବାକୁ ସକ୍ଷମ । ଅଭିଭାବକ ଏବଂ ପିଲା ଉଭୟ ଟ୍ରାକିଂ ମାଧ୍ୟମରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିପାରିବେ । ହ୍ୱାଇଟ୍ ହ୍ୟାଟ୍ ଜୁନିୟର ପକ୍ଷରୁ କୋଡ଼ିଂ ସମ୍ପର୍କରେ ଶିକ୍ଷାଦାନ କରାଯାଇଥାଏ । ଖେଳକୂଦ, ସଙ୍ଗୀତଏବଂ କ୍ରାଫ୍ଟ ମାଧ୍ୟମରେ କୋଡିଂ ଶିକ୍ଷାଦାନ କରାଯାଇଥାଏ । ଇତିମଧ୍ୟରେ ବିଶ୍ୱବ୍ୟାପି ୧୨୫ ହଜାର ଶିକ୍ଷାର୍ଥୀଙ୍କ ହ୍ୱାଇଟ୍ ହ୍ୟାଟ୍ ପକ୍ଷରୁ ଶିକ୍ଷାଦାନ କରାଯାଇଛି । ସେଥି ମଧ୍ୟରୋ ଭାରତ,ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଏବଂନୁ୍ୟଜିଲାଣ୍ଡ୍ର ଶିକ୍ଷାର୍ଥୀ ରହିଛନ୍ତି ।୧୧,୦୦୦ ଶିକ୍ଷୟତ୍ରୀଙ୍କ ସହାୟତାରେ ୪୦,୦୦୦ରୁ ୱାନ୍ ଟୁ ୱାନ୍ ଲାଇଭ୍ଅନ୍ ଲାଇନ୍ କ୍ଲାସ୍ ପ୍ରତିଦିନ ସମ୍ପନ୍ନ ହୋଇଥାଏ ।