29.1 C
Bhubaneswar
Saturday, July 24, 2021

ଆଜି ଭର୍ଚୁଆଲ ଟୁରରେ ଗଦବା ଘର ଓ ଭୋତଡ଼ା ଜନଜାତିଙ୍କ ଜୀବନଶୈଳୀ ।

Must read

ଭୁବନେଶ୍ୱର,୮/୧୧(ନି.ପ୍ର.): ଅନୁସୂଚିତ ଜନଜାତିଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅଗଷ୍ଟ୧ ତାରିଖଠାରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ମୋଡ୍ରେ ଦେଖିବାର ସୁଯୋଗ ପାଇପାରୁଛନ୍ତି । ଆସନ୍ତାକାଲି ଦର୍ଶକମାନେ ଘରେବସି େଫେସ୍ବୁକ୍ ଓ ଟୁଇଟର ପେଜ୍ ଅଗ୍ଦମଗ୍ଦଗ୍ଧକ୍ସଗ୍ଧସ,ଅଗ୍ଦଗ୍ଧଗ୍ଦମୟରଙ୍ଖ ଖୋଲି ସଂଗ୍ରହାଳୟରେ ସଂରକ୍ଷିତ ଥିବା ଜନଜାତି ମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଧାରଣା ପାଇପାରିବେ ବୋଲି ଅନୁସୂଚିତ ଜାତି ଓଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶକରିଛନ୍ତି ।ଓଡ଼ିଶାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ “ଗଦବା’ ଜନଜାତିମାନେ ମୁଖ୍ୟତଃ ବସବାସକରିଥା’ନ୍ତି । ସେମାନେ “ଗୁଟୋବ’ ଓ “ଓଲିଆରି’ ଭାଷାରେ କଥାବାର୍ତ୍ତା କରିଥା’ନ୍ତି “

ଗଦବା’ ଜନଜାତିଙ୍କର ମୁଖ୍ୟପେଶା ହେଉଛି ପୋଡୁ ଓ ଅନ୍ୟାନ୍ୟ ଚାଷ, ଜଙ୍ଗଲଜାତଦ୍ରବ୍ୟ ସଂଗ୍ରହ ଓ ଶ୍ରମ କରିବା । ସେମାନଙ୍କର ମୁଖ୍ୟ ପର୍ବହେଉଛି ବନ୍ଦାପନା ପରବ, ଦଶହରା ପରବ, ପୁଷ ପରବଓ ଚଇତି ପରବ । କୋରାପୁଟ ଜିଲ୍ଲାର ଗଦବାମାନେ ବଡ଼ୋଗଦବା, ପରେଙ୍ଗା, ଓଲାରୋ ଏବଂ ସାନୋ ଗଦବା ଏହିଭଳି·ରି ଭାଗରେ ବିଭକ୍ତ । ସାଧାରଣତଃ ପାରମ୍ପରିକ ଗଦବାଘର ବୃତ୍ତାକାରରେ ନିର୍ମାଣ କରାଯାଇଥାଏ ଓ ଛାତ କାଠରେ ତିଆରି କରାଯାଇଥାଏ । “ଗଦବା’ ଜନଜାତିଙ୍କ ଘରେ ମୁଖ୍ୟବାସଗୃହ, ରୋଷେଇ ଘର, ଆଭ୍ୟନ୍ତରିଣ ଗୃହ ରହିଥାଏ ।ସେଠାରେ ପରିବାରର ଦେବତାଙ୍କୁ ସ୍ଥାନିତ କରାଯାଇଥାଏ ।ଗଦବା ଘରଗୁଡ଼ିକ ଦୁଇ ଧାଡ଼ିରେ ମଝିରେ ବ୍ୟବ ଧାନ ରଖି ସାମ୍ନାସାମନି ତିଆରି ହୋଇଥାଏ । “

ଗଦବା’ ଗ୍ରାମରେତନ କିପ୍ରକାରର ଘର ଦେ ଖିବାକୁ ମିଳିଥାଏ । ସେଗୁଡ଼ିକହେଉଛି ମହାଦ ଦିଏନ, ଦୋନ୍ଦୁଲ୍ ଦିଏନ ଓ ଛେଣ୍ଡି ଦିଏନ ।ପ୍ରଥମ ଦୁଇପ୍ରକାର ଘର ଚତୁର୍ଭୁଜାକାର ହୋଇଥିବାବେଳେ ତୃତୀୟଟି”କୋନ୍’ ଆକାରର ଛାତ ସହିତ ବୃତ୍ତାକାର ଅଟେ ।”ଗଦବା’ମାନଙ୍କର ମୁଖ୍ୟ ଦେବତା ପଥରର ଠାକୁରାଣୀ ।”ଦିଶାରୀ’ଙ୍କ ଦ୍ୱାରା ପୂଜା ପାଉଥିବା ଠାକୁରାଣୀଙ୍କ ମନ୍ଦିରକୁ “ହୁଣ୍ଡି’କୁହାଯାଏ । ଗଦବା ମହିଳାମାନେ ପିତ୍ତଳ ଓ ରସ ଏବଂ ସ୍ୱର୍ଣ୍ଣଅଳଙ୍କାରରେ ଭୂଷିତା ହୋଇଥା’ନ୍ତି ।ସେହିଭଳି ଆଜି ଅନ୍ୟ ଏକ ଭିଡ଼ିଓ ମାଧ୍ୟମରେ ଦର୍ଶକମାନେ ଭୋତଡ଼ା ଜନଜାତିଙ୍କ ସଂପର୍କରେ ସମ୍ୟକ ସୂଚନା ପାଇପାରିବେ ।ଏହି ଜନଜାତି ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବସବାସ କରନ୍ତି । ଏହି ଜନଜାତି “ବୋଡୋ’ ଓ “ସାନୋ’ଦୁଇ ଭାଗରେ ବିଭକ୍ତ । ବିଭିନ୍ନ ପ୍ରାଣୀ ଯଥା: କଇଁଛ, ବ୍ୟାଘ୍ର, ସର୍ପ,ମର୍କଟ, ଶ୍ୱାନ, ଝିଟିପିଟି, ଛେଳି ଇତ୍ୟାଦିଙ୍କ ନାମ ଅନୁସାରେ ସେମାନଙ୍କଗୋତ୍ରର ନାମକରଣ କରିଥା’ନ୍ତି । ସେମାନେ ହିନ୍ଦୁ ଦେବଦେବୀଙ୍କପୂଜା କରିବା ସହିତ ବୁଢ଼ୀ ଠାକୁରାଣୀ, ଭୈରବୀ ବୁଢ଼ୀ, ପରଦେଶୀ,ବସୁମାତା, ବନଦୁର୍ଗା ଆଦିଙ୍କୁ ଉପାସନା କରିଥା’ନ୍ତି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article