ନୂଆଦିଲ୍ଲୀ ,୮/୧୧: ବିଶ୍ୱର ଅଗ୍ରଣୀମୋଟର ସାଇକେଲ କମ୍ପାନୀ ରୟାଲ୍ଏନଫିଲ୍ଡ ଏହାର ସମ୍ପୂର୍ଣ୍ଣ ନୂତନ ରୟାଲ୍ଏନ୍ଫିଲ୍ଡ.ମେଟୋର-୩୫୦ର ବଜାରପ୍ ରବେଶ କରାଯାଇଛି । ୧୯୫୦ଦଶକରେ ପ୍ରତିଷ୍ଠିତ ହୋଇଥିବା ଏନ୍ଫିଲ୍ଡପକ୍ଷରୁ ୧୯୫୨ରେ ଟୁରିଂମୋଟର ସାଇକେଲ ନିର୍ମାଣ କରାଯାଇଥିଲା । ସେହିପରି ୧୯୯୦ଦଶକରେ ପ୍ରଥମ ହାଇୱେ କ୍ରୁଏଜର ବଜାରକୁ ଆସିଥିବାବେଳେ ୨୦୦୨ରେଥର୍ଡରବାର୍ଡ ଏବଂ ୨୦୦୮ରେ ଟ୍ୱିନ୍-ସ୍ପାର୍କ ଥଣ୍ଡରବାର୍ଡ ଆସିଥିଲା । ଏହାପରେ୨୦୧୮ରେ ଥଣ୍ଡରବାର୍ଡ ଏକ୍ସ୍ ବଜାରକୁଆସିଥିଲା ।ରୟାଲ୍ ଏନ୍ଫିଲ୍ଡ.ମେଟୋର-୩୫୦ ଫାୟାରବଲ୍, ଷ୍ଟେଲାର ଏବଂସୁପର ନୋଭା ଆଦି ୩ଟି ଏଡିଶନରେ ଉପଲବ୍ଧ ହେବ ।
ଫାୟାରବଲ୍ରେ ଉଜ୍ଜ୍ୱଳଲାଲ୍ କିମ୍ବା ହଳଦିଆ ଏକକ ରଙ୍ଗରଫୁଏଲ୍ ଟ୍ୟାଙ୍କ ଏବଂ ମ୍ୟାଚିଂ ହୁଇଲ୍କ ରିମ୍ଲାଇନ ଆଦି ରହିଛି । ଏଥିରେ ବ୍ଲାକ୍ଡଆଉଟ୍ ପାର୍ଟସ ଏବଂ ଇଞ୍ଜିନ୍ ରହିଛି ।ଷ୍ଟେଲାରରେ ଲାଲ୍, ନୀଳ କିମ୍ବା ମ୍ୟାଟ୍ବ୍ଲାକ୍ ଟ୍ୟାଙ୍କ ଏବଂମ୍ୟାଚିଂବଡି କମ୍ପୋନେଂଟ, କ୍ରୋମ୍ହ୍ୟାଣ୍ଡେଲବାର୍ ଏବଂ ଚାଳକଙ୍କ ପାଇଁଆରାମଦାୟକ ବ୍ୟାକଷ୍ଟ୍ରେସ୍ ରହିଛି ।ସେହିପରି ସୁପରନୋଭାରେ ମ୍ୟାଚିଂ ବଡିକମ୍ପୋନେଂଟ୍ ସହ ଡୁଆଲ୍-ଟୋନ୍ ନୀଳକିମ୍ବା ବାଦାମୀ ରଙ୍ଗର ଫିନିଶ୍ ରହିଛି ।ଏଥିରେ ନମାଚିନ୍ଡ ହୁଇଲ୍, ପ୍ରିମିୟମ୍ ସିଟ୍ଏବଂ ୱିଣ୍ଡସ୍କ୍ରିନ୍ ରହିଛି ।ଏହି ଅବସରରେ ଆଇଚର୍ ମୋଟର୍ସଲିମିଟେଡର ପରିଚାଳନା ନିର୍ଦେଶ କସିଦ୍ଧାର୍ଥ ଲାଲ କହିଲେ, ମେଟିଓର୍୩୫୦ହେଉଛି ଏକ ସଂଶୋଧିତ, ସହଜ ଏବଂଉପଲବ୍ଧ ଯୋଗ୍ୟ କ୍ରୁଇଜର । ଏହାଆଧୁନିକ ସାମର୍ଥ୍ୟସହିତ ଏହା କ୍ଲାସିକ୍କ୍ରୁଜର ଷ୍ଟାଇଲ୍ରଏକ ଆକର୍ଷଣୀୟ ମିଶ୍ରଣ । ଆମେ ଏକମୋଟରସାଇକେ ଲ୍ନିର୍ମାଣ କରିବାକୁ ଚାହୁଁଥିଲୁ ଯାହା ଚାଳକଙ୍କ ପାଇଁ ଏକମହାନ କ୍ରୁଇଜିଂ ଅଭିଜ୍ଞତା ସୁନିଶ୍ଚିତ କରିପାରିବ ।
ଦୀର୍ଘ ଦୂରତା ଏବଂ ହାଇୱେକ୍ରୁଇଜ୍ ପାଇଁ ଏହା ସହଜ, ଆରାମଦାୟକଏବଂ ସମ୍ପୂର୍ଣ୍ଣ ଉପଭୋଗ୍ୟ ହୋଇପାରିବ ।ଏହାର ଗୁଗୁଲ୍ ମ୍ୟାପ୍ ନାଭିଗେସନ ରାସ୍ତାରେ ସଠିକ୍ ନିଷ୍ପତି ନେବା ପାଇଁଏହା ଆରୋହୀଙ୍କୁ ଆବଶ୍ୟକ ସୂଚନାଦେଇଥାଏ ।ମେଟୋର ୩୫୦ର ବଜାର ପ୍ରବେଶସମ୍ପର୍କରେ ରୟାଲ ଏନଫିଲ୍ଡର ସିଇଓବିନୋଦ କେ. ଦାସାରୀ କହିଲେ, ଆମେକେବଳ ଏକ ଚମକôାର ମୋଟରସାଇକେଲ ନିର୍ମାଣ କରିବାକୁ ଚାହୁଁନାହୁଁ, ବରଂ ଲୋକଙ୍କ ପାଇଁ ବ୍ରାଣ୍ଡସହିତ ଜଡିତ ହେବା ଏବଂ ସେମାନଙ୍କରକ୍ରୟ ଏବଂ ମାଲିକାନା ଅଭିଜ୍ଞତାକୁପରିବର୍ତନ କରିବାକୁ ଚାହୁଁଛୁ । ଗତ ଦଶନ୍ଧିମଧ୍ୟରେ ମୋଟରସାଇକେଲ୍ପର୍ସ ନାଲାଇଜେସନ୍ ଅତ୍ୟନ୍ତ ବୃଦ୍ଧିପାଇଛି । ଆମର ପ୍ରଡକ୍ସନ୍ ଟିମ୍ ବିଶ୍ୱସ୍ତରୀୟ ଭାଲାମ ଭାଦାଗଲ୍ ପ୍ଲାଂଟରେ ନୂତନଉତ୍ପାଦନ ପ୍ରଣାଳୀ ବିକାଶ ପାଇଁ ଯନôସହକାରେ କାର୍ଯ୍ୟ କରିଛନ୍ତି । ଗ୍ରାହକମାନେସେମାନଙ୍କର ନୂତନ ମୋଟରସାଇକେଲ ଅର୍ଡର କରିବାବେଳେ ପର୍ସନାଲାଇଜେସନ୍ ବିକଳ୍ପ ଗୁଡ଼ିକର ଏକବିସ୍ତୃତ ବିକଳ୍ପ ପ୍ରଦାନ କରିବାରେ ପ୍ରଥମଭାରତୀୟ ମୋଟର ସାଇକେଲଉତ୍ପାଦନକାରୀ ହୋଇଥିବାରୁ ଆମେ ଖୁବ୍ଗର୍ବିତ