ନୂଆଦିଲ୍ଲୀ : ଆଗାମୀ ଦିନରେ ରାଜ୍ୟର ଯୁବପିଢିଙ୍କ ମଧ୍ୟରେ ଚାଷ କାର୍ଯ୍ୟ ପ୍ରତି ଆତ୍ମବିଶ୍ୱାସ ତିଆରି କରିବା ପାଇଁ ଓଡ଼ିଆ ସମାଜ ପରି ସାମାଜିକ ସଂଗଠନ ଦାୟିତ୍ୱନେବା ଦରକାର ବୋଲି ଶୁକ୍ରବାର ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ “ଓଡ଼ିଶାର କୃଷିଓ ଆତ୍ମନିର୍ଭରତା” ଶୀର୍ଷକ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ୮୦ଲକ୍ଷ ଘର ତଥା ପରିବାର ଚାଷ ତଥା ଜଙ୍ଗଲଜାତ, ମତ୍ସ୍ୟ ଓ ପଶୁପାଳନ, ପନିପରିବାବିକ୍ରି କରିବା ଉପରେ ନିର୍ଭର କରିଥାନ୍ତି ।ତେବେ ଏହି ଓଡ଼ିଶାର ୮୦ ଲକ୍ଷ ଘରେ ମହୁଚାଷ, କିଚେନ୍ ଗାର୍ଡେନ୍ ଭଳି ଅନେକ କୃଷିଜାତ ସାମଗ୍ରୀ ଉତ୍ପାଦନ କରିବା ଭଳିବ୍ୟବସ୍ଥା ହୋଇପାରିବ । ତେବେ ଘରେ ଯେଉଁସବୁ ଆବର୍ଜନା ପଡ଼ି ରହିଛି ତାହାକୁ ଉପଯୋଗ କରାଯାଇ ଏକ ‘ଉଦ୍ୟମୀ ମଡେଲ୍’ ତିଆରି କରିବାର ଆବଶ୍ୟକତା ରହିଛି । ଫଳରେ ଏହି ବ୍ୟବସାୟିକ ଲାଭରୁ ରାଜ୍ୟର ଅର୍ଥନୀତିକୁ ମଜବୁତ୍ କରାଯାଇପାରିବ ।
ନୂଆ ଟେକ୍ନୋଲୋଜିକୁ ଉପଯୋଗ କରାଯାଇ ବର୍ତମାନ ଆଖୁ ରସ, ଚାଉଳରୁ ଇଥାନଲ ପ୍ରସ୍ତୁତ କରାଯାଉଛି । ତେବେ ଯଦି ଆଗାମୀ ଦିନରେ ମକାରୁ ଇଥାନଲ ତିଆରି କରିବା ପାଇଁ ଅନୁମତି ଦିଆଯିବ ତେବେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେମକାରୁ ଇଥାନଲ ପ୍ରସ୍ତୁତ କଳକାରଖାନା ପ୍ରତିଷ୍ଠା କରାଯାଇପାରିବ । ଫଳରେ ସ୍ଥାନୀୟ ଚାଷୀମାନେ ଲାଭବାନ ହୋଇପାରିବେ ।ଭାରତ ସରକାରଙ୍କ କୃଷି ନୀତି ଫଳରେରାଜ୍ୟର ଚାଷୀମାନେ କୃଷି ସାମଗ୍ରୀର ଉତ୍ପାଦନ, ବଜାରରେ ବିକ୍ରି ଏବଂ କୃଷିସାମଗ୍ରୀକୁ ସଂରକ୍ଷଣ କରି ରଖିବାର ସ୍ୱାଧୀନତା ପାଇବେ । ନୂଆ କୃଷି ନୀତିରେ ଅଣସରକାରୀ ସଂସ୍ଥା ଗୁଡ଼ିକ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ମଧ୍ୟ କରିପାରିବେ । ନୂଆ କୃଷିନୀତିରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନରେ ଥିବା ପ୍ରତିବନ୍ଧକ ଓ ଦ୍ୱନ୍ଦକୁ ଦୂର କରାଯାଇଛି । ବିଶ୍ୱର ଯେ କୌଣସି ବଜାରରେଜଣେ କ୍ଷୁଦ୍ର ଚାଷୀ ନିଜର ଉତ୍ପାଦିତ ସାମଗ୍ରୀକୁବିକ୍ରି କରିବା ପାଇଁ ସାମର୍ଥ୍ୟ ହୋଇଛି ।
କୃଷିଭିତିଭୂମିକୁ ମଜବୁତ୍ ଓ କୃଷକଙ୍କୁ ସଶକ୍ତକରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷିଭିତିଭୂମି ପାଣ୍ଠି ଓ ଏଫପିଓର ବ୍ୟବସ୍ଥା ହୋଇଛି ।ଏହା ଦ୍ୱାରା ଓଡ଼ିଶା ସମେତ ଭାରତବର୍ଷର ଚାଷୀମାନେ ଲାଭବାନ ହେବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସମାଜର ସଭାପତିସିଦ୍ଧାର୍ଥ ପ୍ରଧାନ, ସଫଲର ବ୍ୟବସାୟିକ ମୁଖ୍ୟପ୍ରଦୀପ୍ତ କୁମାର ସାହୁ, ଆଡମିନିଷ୍ଟ୍ରେଟିଭ୍ ଷ୍ଟାଫକଲେଜ୍ ଅଫ୍ ଇଣ୍ଡିଆର ଅବସର ପ୍ରାପ୍ତ ମହାନିର୍ଦେଶକ ଡ. ଏସ.କେ ପଟନାୟକ,ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସଚିବଏବଂ ମହାନିଦେ୍ର୍ଦଶକ ଡ. ତ୍ରିଲୋଚନ ମହାପାତ୍ର, ଓଡ଼ିଶା ସରକାରର କୃଷି ଓ କୃଷକସଶକ୍ତକରଣର ପ୍ରମୁଖ ସଚିବ ଡ. ସୌରଭଗର୍ଗ, ଭାରତ ସରକାରଙ୍କ କୃଷି ସମବାୟଏବଂ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ସଚିବଶ୍ରୀ ପିକେ ସ୍ୱାଇ, ନାଫେଡର ପ୍ରବନ୍ଧ ନିର୍ଦେଶକ ଶ୍ରୀ ସଞ୍ଜୀବ କୁମାର ଚଢ଼ା, ପ୍ରମୁଖବକ୍ତା ଭାବେ ଯୋଗଦେଇ ଓଡ଼ିଶା କୃଷି ଓକୃଷକକୁ ଆତ୍ମନିର୍ଭର କରିବା ଉପରେ ନିଜରମତମନ୍ତବ୍ୟ ରଖିଥିଲେ । ରାଜ୍ୟର କୃଷକଙ୍କୁଆତ୍ମନିର୍ଭର କରିବା,ଯୁବପିଢିଙ୍କୁ କୃଷି କ୍ଷେତ୍ରଓ କୃଷି ଉଦ୍ୟୋଗୀ ସହ ଯୋଡ଼ିବା,କୃଷିକ୍ଷେତ୍ରରେ ଥିବା ଆହ୍ୱାନକୁ ଚିହ୍ନଟ କରିବା ଓରାଜ୍ୟରେ କୃଷି କ୍ଷେତ୍ରରେ ଥିବା ସମ୍ଭାବନାକୁ ଉପଯୋଗ କରିବା ଉପରେ ଆଲୋଚନା ହୋଇଥିଲା ।